ବିଲରେ ଚାଷ କାମ କରୁଥିବାବେଳେ ଚୋଟମାରିଲା ନାଗ ସାପ, ଚାଲିଗଲା ଚାଷୀଙ୍କ ଜୀବନ
ଝାଡପୋଖରିଆ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀକୂଳରେ ଥିବା ନେଦା ଗ୍ରାମର ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ନାଗ ସାପ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଅଛି I ମୃତକ ଜଣଙ୍କ ହେଲେ ବୀରବର ସିଂ। ସେ ନିଜ ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ପ୍ରାୟ ସକାଳ ଦଶଟା ବେଳେ ଏକ ବିଷଧର ନାଗ ସାପ ଦଂଶନ କରିଥିଲା ପରିବାର ଲୋକ ତାକୁ ଚିକିତ୍ସା ନିମନ୍ତେ […]
ଝାଡପୋଖରିଆ: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀକୂଳରେ ଥିବା ନେଦା ଗ୍ରାମର ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ନାଗ ସାପ କାମୁଡିବା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଅଛି I ମୃତକ ଜଣଙ୍କ ହେଲେ ବୀରବର ସିଂ। ସେ ନିଜ ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ପ୍ରାୟ ସକାଳ ଦଶଟା ବେଳେ ଏକ ବିଷଧର ନାଗ ସାପ ଦଂଶନ କରିଥିଲା ପରିବାର ଲୋକ ତାକୁ ଚିକିତ୍ସା ନିମନ୍ତେ ଶିର୍ଷା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଝାରପୋଖରିଆ ପୁଲିସ ପହଞ୍ଚି ଥାନା କେସ ନମ୍ବର ୩୮/୨୦୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ବ୍ୟବଛେଦ ନିମନ୍ତେ ପଠାଇଛି ।
ସୂଚନାଯୋଗ୍ୟ ନଦୀ କୂଳରେ ଏହି ଗ୍ରାମଟି ପ୍ରତିବର୍ଷ ସୂର୍ବର୍ଣ୍ଣରେଖl ନଦୀରେ ବନ୍ୟା ଆସିଲେ ପାଣି ଛାଡ଼ିଲା ପ୍ରଯନ୍ତ ପାଣି ଘେରରେ ରହିଥାଏ ବନ୍ୟା ସମୟରେ ପ୍ରବଳ ସାପ ଭାସିବାର ଦେଖିବାକୁ ମିଳିଥାଏ ବୋଲି ଗ୍ରାମବାସୀ ମାନେ କହୁଥିଲେ ତେଣୁ ସେହି ସବୁ ବିଷଧର ସାପମାନେ ବିଲରେ ରହିଯାଇଥlନ୍ତି ତେଣୁ ଚାଷି ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହୋଇଛି ।





