ନିବେଶ ପାଇଁ କେବଳ ପ୍ରତିଶ୍ରୁତି ଆସୁଛି, ନିବେଶ ହେଉନାହିଁ: ବିଜେଡି
ଭୁବନେଶ୍ୱର: ସରକାର ନିବେଶ ସମ୍ମିଳନୀ କରୁଛନ୍ତି, ନିବେଶ ସଂକ୍ରାନ୍ତ ବଡ଼ବଡ଼ ଦାବି କରୁଛନ୍ତି; ମାତ୍ର ବାସ୍ତବରେ ନିବେଶ ପରିମାଣ ହେଉଛି ଶୂନ ବୋଲି କଟାକ୍ଷ କରିଛି ବିଜେଡି। ଶୁକ୍ରବାର ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଗତ ଦୁଇ ବର୍ଷରେ ଦେଶ ତଥା ବିଦେଶର ବିଭିନ୍ନ ବିଭିନ୍ନ ସହରରେ ନିବେଶକ ସମ୍ମିଳନୀ ସାଙ୍ଗକୁ ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ଠାରେ ଉକ୍ରର୍ଷ ଓଡିଶା ଆୟୋଜନ କରିଥିଲେ। ସେତେବେଳେ ଓଡ଼ିଶାକୁ ୧୬.୭୩ ଲକ୍ଷ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଥିବା ଓ ୧୨. ୮୯ ଲକ୍ଷ କୋଟି ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ବୋଲି ସରକାର କହିଥିଲେ। ପୁଣି ହାଇଦ୍ରାବାଦ ନିବେଶକ ସମ୍ମିଳନୀ ପରେ ୬୭, ୦୦୦ କୋଟି ନିବେଶ ପ୍ରସ୍ତାବ ଆସିଥିବା କଥା କୁହାଗଲା। ମାତ୍ର ବାସ୍ତବରେ ଏହା ଯେ କେବଳ ବାହାସ୍ଫୋଟ ତାହା ଜଳଜଳ ଦିଶୁଛି। ସରକାର ଆସିବାର ୨ ବର୍ଷ ପୂରିଥିବାବେଳେ ଏହି ନିବେଶ କେଉଁଠି ହେଲା ତାହା କେହି ଜାଣି ପାରୁନାହାନ୍ତି।
ରାଜ୍ୟ ସରକାରଙ୍କ ଦାବି ତୁଳନାରେ କେତେ ପରିମାଣର ଗ୍ରାଉଣ୍ଡିଂ (ପ୍ରକୃତ ନିବେଶ) ହୋଇଛି, ତାର କୌଣସି ସ୍ପଷ୍ଟ ଚିତ୍ର ନାହିଁ। କେନ୍ଦ୍ର ସରକାରଙ୍କର ତଥ୍ୟ ଅନୁସାରେ, ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) କ୍ଷେତ୍ରରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ଶାରେ ମାତ୍ର ୩୯ କୋଟି ନିବେଶ ହୋଇଛି, ଯାହା ଭାରତରେ ନିବେଶ ହୋଇଥିବାର ମାତ୍ର ୦.୦୦୯ ପ୍ରତିଶତ। ଓଡିଶାରେ କୌଣସି ବଡ଼ ନିବେଶକ କାମ ଆରମ୍ଭ କରିଥିବାର କୌଣସି ସୂଚନା ନାହିଁ। ପୂର୍ବ ସରକାରଙ୍କ ସମୟରେ ଏମଓୟୁ କରିଥିବା ଅନେକ ଶିଳ୍ପ ଅନୁଷ୍ଠାନ ଓଡିଶାରୁ ବିଦାୟ ନେଇଛନ୍ତି।
ଆର୍ସଲର ମିତ୍ତଲ ଦ୍ୱାରା କେନ୍ଦ୍ରାପଡାରେ ହେବାକୁ ଥିବା ବୃହତ ଇସ୍ପାତ ପ୍ରକଳ୍ପ, ଜେଏସଡବ୍ଲୁ ଦ୍ୱାରା ନରାଜ ଠାରେ ହେବାକୁ ଥିବ ଇଭି ପ୍ରକଳ୍ପ, ଏସ ରାମ ଏନ ରାମ କମ୍ପାନୀ ଦ୍ୱାରା ହେବାକୁ ଥିବା ସେମି କଣ୍ଡକ୍ଟର ପ୍ରକଳ୍ପ, ଚୌଦ୍ୱାର ଠାରେ ହେବାକୁ ଥିବା ଟେକ୍ସଟାଇଲ ପ୍ରକଳ୍ପ ସମେତ ଆହୁରି ଅନେକ ଗତ ଦୁଇ ବର୍ଷରେ ଓଡିଶା ଛାଡି ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି। ସରକାରଙ୍କ ଅପାରଗତା ଯୋଗୁ ଏହି କମ୍ପାନୀ ମାନେ ଓଡିଶା ଛାଡି ଚାଲି ଯାଇଛନ୍ତି ବୋଲି ଡଃ ମହାନ୍ତି କହିଛନ୍ତି। ପରିଣାମ ସ୍ୱରୂପ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ଶିଳ୍ପ ପ୍ରଗତି ହାର ୯. ୬ ପ୍ରତିଶତ ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ, ଏହା ୭.୯ ପ୍ରତିଶତକୁ ଖସି ଆସିଥିଲା। ସେହିପରି ଦେଶର ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓ ରପ୍ତାନି ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି ବୋଲି ସେ କହିଛନ୍ତି ।