ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି, ୩୦ ଟନ୍‌ରୁ ଅଧିକ ମାଛ ଧରି ଦିଘା ମୁହାଣରେ ଲାଗିଲା ଟ୍ରଲର

Madhusudan Das Picture
Published On

ବାଲେଶ୍ୱର: ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି ମାଛ । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିଶି ମାଛ ଧରାପଡିବା ପରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ବିପୁଳ ପରିମାଣର ତାଜା ମାଛ ଦେଖିବା ପାଇଁ ମୁହାଣ ନିକଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ମଧ୍ୟ ଜମିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଚଳିତ ଋତୁର ପ୍ରଥମ ଦିନରେ ହିଁ ମତ୍ସ୍ୟଜୀବୀମାନେ ବହୁ ପରିମାଣର ଇଲିଶି ଧରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ବଜାରରେ ଏହି ମାଛର ଆକାର ଏବଂ ଗୁଣବତ୍ତା ଉପରେ ଭିତ୍ତି କରି କିଲୋଗ୍ରାମ ପ୍ରତି ୬୦୦ ରୁ ୧,୩୦୦ ଟଙ୍କା ଦରରେ ବିକ୍ରି ହେଉଥିବା ରିପୋର୍ଟରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହଠାତ୍ ଏତେ ପରିମାଣର ଇଲିଶି ମାଛ ଆସିଥିବା ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି। ସାଧାରଣତଃ ମୌସୁମୀ ସମୟରେ ମଧୁର ଜଳ ପ୍ରବାହ ବୃଦ୍ଧି ପାଇଲେ ଇଲିଶି ମାଛ ଉପକୂଳ ଆଡ଼କୁ ଏବଂ ମଧୁର ଜଳାଶୟ ଆଡ଼କୁ ସ୍ଥାନାନ୍ତର ହୋଇଥାନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାରୁ ଆଗାମୀ ଦିନରେ ଆହୁରି ଅଧିକ ଇଲିଶି ମାଛ ମିଳିବା ନେଇ ମତ୍ସ୍ୟଜୀବୀମାନେ ଆଶାବାଦୀ ଅଛନ୍ତି। ଦୀଘା ମାଛ ଅବତରଣ କେନ୍ଦ୍ର ହେଉଛି ମାଛ ବ୍ୟବସାୟର ଏକ ପ୍ରମୁଖ କେନ୍ଦ୍ର। ଏଠାରୁ ଦେଶର ବିଭିନ୍ନ ବଜାରକୁ ଇଲିଶି ଯୋଗାଇ ଦିଆଯିବା ସହ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର