ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ବିବାଦ ଏବେ ଛାତ୍ରଙ୍କ ଆନ୍ଦୋଳନ ସମେତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କଟକ ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଯାହାକୁ କଡ଼ା ସମାଲୋଚନା କରିଛି ବିଜେଡି। 

ଆହୁରି ପଢ଼ନ୍ତୁ: ସନ୍ଧ୍ୟା ସୁଦ୍ଧା ହୀରାକୁଦର ଖୋଲିବ ୨୨ ଗେଟ୍, ଏବେ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼. ଲେନିନ୍‌ ମହାନ୍ତି କହିଛନ୍ତି ଯେ  ଇଷ୍ଟ ହଷ୍ଟେଲରେ ବାରମ୍ୱାର ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହାର ସମାଧାନ କରିବା ପ୍ରତିବଦଳରେ ଡେପୁଟି ୱାର୍ଡେନ ରବିଉଲ ଅନସାରୀଙ୍କ କାର୍ଯ୍ୟକଳାପ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରବେଶ କରିଥିଲେ। ଇଷ୍ଟ ହଷ୍ଟେଲ ବିବାଦର ସମାଧାନ ପାଇଁ ବସିଥିବା ବୈଠକରେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ବିବାଦ ମୁଣ୍ଡ ଟେକିବା ପରେ ଛାତ୍ର ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାଧାନ କରିବା ବଦଳରେ ବିଶ୍ୱବିଦ୍ୟାଳୟ କୁଳପତି ଚୁପ୍‌ ହୋଇ ବସିଛନ୍ତି। ସେ ଦିନ ଆଲୋଚନା ବେଳେ କଣ ଘଟଣା ଘଟିଲା ତାହାକୁ କୁଳପତି ସର୍ବସମ୍ମୁଖରେ କହିବାର ସାହାସ ନାହିଁ। ବିଶ୍ୱବିଦ୍ୟାଳୟ କୁଳସଚିବ ମଧ୍ୟ ନିଜ ପଦବୀ ବଞ୍ଚାଇବା ପାଇଁ ଚୁପ୍‌ ହୋଇ ବସିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ଯୁକ୍ତି ସଙ୍ଗତ ଦାବି ଉପସ୍ଥାପନ କରିଛନ୍ତି। ତେବେ ତାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଆଲୋଚନା କରି ସମାଧାନ କରିବା ଆବଶ୍ୟକତା ଥିଲା । ମାତ୍ର କେଉଁ ପରିସ୍ଥିତିରେ ବିଧାୟକ ବିଶ୍ୱବିଦ୍ୟାଳୟକୁ ଯାଇ ବିବାଦ ସୃଷ୍ଟି କଲେ ତାହା ଏଯାଏ ରହସ୍ୟାବୃତ୍ତ। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ବଡ଼ ଧରଣର ଲୁଟ୍: ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଅଧ୍ୟାପକମାନଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିବାବେଳେ ବିଧାୟକ ମଧ୍ୟ ଚିଫ୍‌ ୱାର୍ଡେନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବ ରହିବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଳପତି ମଧ୍ୟ ବିଧାୟକଙ୍କ ସମ୍ମୁଖରେ ଅସହାୟ ହୋଇଛନ୍ତି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ କେବଳ ବଡ ବଡ କଥା କହିଲେ। କିନ୍ତୁ ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଯାହାଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହି ଆନ୍ଦୋଳନ ମୁଣ୍ଡ ଟେକୁଛି । ବିଧାୟକ ଓ ଶିକ୍ଷକମାନଙ୍କ ବିବାଦ ନେଇ ଅଭିଯୋଗ ସତ୍ତେ୍ୱ ରାଜ୍ୟ ସରକାର ଏକ କମିଟି କରି ଘଟଣାର ତଦନ୍ତ କାହିଁକି କରୁନାହାନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାର ଐତିହ୍ୟ ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ । ଏଥିରେ କୁଳପତିଙ୍କ ପ୍ରମୁଖ ଭୂମିକା ରହିଛି। ଯଦି କୁଳପତି ମୁହଁ ଖୋଲି ପାରୁନାହାନ୍ତି ତେବେ ତୁରନ୍ତ ପଦବୀରୁ ଅବ୍ୟାହତି ନେଇ ଯିବାର ଆବଶ୍ୟକ ରହିଛି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ବିଶ୍ୱବିଦ୍ୟାଳୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ

06 Aug 2026 By Madhusudan Das

ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ: ବିଜେଡି

ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ବିବାଦ ଏବେ ଛାତ୍ରଙ୍କ ଆନ୍ଦୋଳନ ସମେତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କଟକ ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଯାହାକୁ କଡ଼ା ସମାଲୋଚନା କରିଛି ବିଜେଡି। 

ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼. ଲେନିନ୍‌ ମହାନ୍ତି କହିଛନ୍ତି ଯେ  ଇଷ୍ଟ ହଷ୍ଟେଲରେ ବାରମ୍ୱାର ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହାର ସମାଧାନ କରିବା ପ୍ରତିବଦଳରେ ଡେପୁଟି ୱାର୍ଡେନ ରବିଉଲ ଅନସାରୀଙ୍କ କାର୍ଯ୍ୟକଳାପ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରବେଶ କରିଥିଲେ। ଇଷ୍ଟ ହଷ୍ଟେଲ ବିବାଦର ସମାଧାନ ପାଇଁ ବସିଥିବା ବୈଠକରେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ବିବାଦ ମୁଣ୍ଡ ଟେକିବା ପରେ ଛାତ୍ର ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାଧାନ କରିବା ବଦଳରେ ବିଶ୍ୱବିଦ୍ୟାଳୟ କୁଳପତି ଚୁପ୍‌ ହୋଇ ବସିଛନ୍ତି। ସେ ଦିନ ଆଲୋଚନା ବେଳେ କଣ ଘଟଣା ଘଟିଲା ତାହାକୁ କୁଳପତି ସର୍ବସମ୍ମୁଖରେ କହିବାର ସାହାସ ନାହିଁ। ବିଶ୍ୱବିଦ୍ୟାଳୟ କୁଳସଚିବ ମଧ୍ୟ ନିଜ ପଦବୀ ବଞ୍ଚାଇବା ପାଇଁ ଚୁପ୍‌ ହୋଇ ବସିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ଯୁକ୍ତି ସଙ୍ଗତ ଦାବି ଉପସ୍ଥାପନ କରିଛନ୍ତି। ତେବେ ତାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଆଲୋଚନା କରି ସମାଧାନ କରିବା ଆବଶ୍ୟକତା ଥିଲା । ମାତ୍ର କେଉଁ ପରିସ୍ଥିତିରେ ବିଧାୟକ ବିଶ୍ୱବିଦ୍ୟାଳୟକୁ ଯାଇ ବିବାଦ ସୃଷ୍ଟି କଲେ ତାହା ଏଯାଏ ରହସ୍ୟାବୃତ୍ତ। 

ଅଧ୍ୟାପକମାନଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିବାବେଳେ ବିଧାୟକ ମଧ୍ୟ ଚିଫ୍‌ ୱାର୍ଡେନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବ ରହିବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଳପତି ମଧ୍ୟ ବିଧାୟକଙ୍କ ସମ୍ମୁଖରେ ଅସହାୟ ହୋଇଛନ୍ତି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ କେବଳ ବଡ ବଡ କଥା କହିଲେ। କିନ୍ତୁ ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଯାହାଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହି ଆନ୍ଦୋଳନ ମୁଣ୍ଡ ଟେକୁଛି । ବିଧାୟକ ଓ ଶିକ୍ଷକମାନଙ୍କ ବିବାଦ ନେଇ ଅଭିଯୋଗ ସତ୍ତେ୍ୱ ରାଜ୍ୟ ସରକାର ଏକ କମିଟି କରି ଘଟଣାର ତଦନ୍ତ କାହିଁକି କରୁନାହାନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାର ଐତିହ୍ୟ ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ । ଏଥିରେ କୁଳପତିଙ୍କ ପ୍ରମୁଖ ଭୂମିକା ରହିଛି। ଯଦି କୁଳପତି ମୁହଁ ଖୋଲି ପାରୁନାହାନ୍ତି ତେବେ ତୁରନ୍ତ ପଦବୀରୁ ଅବ୍ୟାହତି ନେଇ ଯିବାର ଆବଶ୍ୟକ ରହିଛି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ବିଶ୍ୱବିଦ୍ୟାଳୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର