ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ

Madhusudan Das Picture
Published On

ମୟୁରଭଞ୍ଜ: ପୁଣି ଖାକିରେ କଳଙ୍କ। SIଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଆସିଛି ସଂଗିନ ଅଭିଯୋଗ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଧମକ ଦେବା ଅଭିଯୋଗରେ ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟର (ଏସଆଇ)ଙ୍କୁ ଅଟକ ରଖାଯାଇଛି । 

ଆହୁରି ପଢ଼ନ୍ତୁ: ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଧ୍ୟମରେ ଏସଆଇ ପ୍ରଭାତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଜଣକ ବିବାହ କରିବାକୁ ଜିଦ୍ ଧରିଥିଲେ, ସେତେବେଳେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ସେ ମହିଳାଙ୍କଠାରୁ ଟଙ୍କା ନେବା ସହ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମହିଳା ଜଣକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ଏହି ଘଟଣାକୁ ନେଇ ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ଯେ, ପୁରୀର ଜଣେ ମହିଳା ଏସଆଇଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। 

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

22 Aug 2026 By Madhusudan Das

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ

ମୟୁରଭଞ୍ଜ: ପୁଣି ଖାକିରେ କଳଙ୍କ। SIଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କ ନାମରେ ଆସିଛି ସଂଗିନ ଅଭିଯୋଗ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଧମକ ଦେବା ଅଭିଯୋଗରେ ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟର (ଏସଆଇ)ଙ୍କୁ ଅଟକ ରଖାଯାଇଛି । 

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଧ୍ୟମରେ ଏସଆଇ ପ୍ରଭାତ କୁମାର ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଏସଆଇ ଜଣକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଯେତେବେଳେ ମହିଳା ଜଣକ ବିବାହ କରିବାକୁ ଜିଦ୍ ଧରିଥିଲେ, ସେତେବେଳେ ଅଭିଯୁକ୍ତ ଏସଆଇ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ସେ ମହିଳାଙ୍କଠାରୁ ଟଙ୍କା ନେବା ସହ ନିଜ ସର୍ଭିସ୍ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ ବୋଲି ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମହିଳା ଜଣକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ସଦର ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ଯେ, ପୁରୀର ଜଣେ ମହିଳା ଏସଆଇଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ବାରିପଦା ଟାଉନ୍ ଥାନାରେ କେସ୍ ନମ୍ବର ୫୪୨ (ଅଗଷ୍ଟ ୨୨, ୨୦୨୬) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର