ମୟୂରଭଞ୍ଜରେ ଭାରି ବର୍ଷା: ଆଜି ସମସ୍ତ ବିଦ୍ୟାଳୟ ବନ୍ଦ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜରେ ଜାରି ରହିଛି ପ୍ରବଳ ବର୍ଷା ।  ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ  ହେମକାନ୍ତ ସଏଙ୍କ ନିର୍ଦ୍ଦେଶକ୍ରମେ ଆଜି  ଜିଲ୍ଲାର ସମସ୍ତ ପ୍ରକାରର ବିଦ୍ୟାଳୟ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତରଫରୁ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ କ୍ଷେତ୍ରରେ ଥିବା ସରକାରୀ, ସରକାରୀ ସହାୟକ ଓ ବେସରକାରୀ ବିଦ୍ୟାଳୟର (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବେ ଯେପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ବନ୍ଦ ରଖାଯାଏ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ତଥାପି ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟକୁ ଯଥାସମୟରେ ଉପସ୍ଥିତ ହେବେ ଏବଂ କ୍ଲାସ୍ ୱାଟ୍ସଆପ୍ ଗ୍ରୁପ୍, ଫୋନ୍ କଲ୍, ଏସଏମଏସ୍ ଆଦି ଉପଲବ୍ଧ ଯୋଗାଯୋଗ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବିଦ୍ୟାଳୟ ବନ୍ଦ ରହିବାର ସୂଚନା ପ୍ରସାର କରିବେ। ଯେପରି କୌଣସି ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ନ ଆସନ୍ତି। ଏହି ସୂଚନା ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ତରଫରୁ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର