ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

The Sakala Picture
Published On

ବାରିପଦା: ପୁଣି ଦନ୍ତା ନେଲା ଆଉ ଏକ ଜୀବନ। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ। ସୂଚନା […]

ବାରିପଦା: ପୁଣି ଦନ୍ତା ନେଲା ଆଉ ଏକ ଜୀବନ। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ମୁତାବକ, ପୁଇନା ଦେହୁରୀ ତା’ର ଦୁଇ ଝିଅ ସହିତ ଘରେ ଶୋଇଥିବା ବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ, ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇଥିବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ସମ୍ପର୍କରେ ବନବିଭାଗ ଲୋକମାନଙ୍କୁ ସୂଚନା ଦେଇ ନଥିବାରୁ ଏଭଳି ଘଟଣା ଘଟିଛି। ଖବରପାଇ ବେତନଟୀ ରେଞ୍ଜ ଅଧିକାରୀ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ନେଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

16 Feb 2024 By The Sakala

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାରିପଦା: ପୁଣି ଦନ୍ତା ନେଲା ଆଉ ଏକ ଜୀବନ। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଦନ୍ତା ହାତୀର ଆକ୍ରମଣରେ ଯୁବକଙ୍କ ମୃତ୍ୟ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ। ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ।

ସୂଚନା ମୁତାବକ, ପୁଇନା ଦେହୁରୀ ତା’ର ଦୁଇ ଝିଅ ସହିତ ଘରେ ଶୋଇଥିବା ବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ, ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେତେଣେ ଦୌଡ଼ି ପଳାଇଥିବା ବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଘଟଣାସ୍ଥଳରେ ପୁଇନାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ସମ୍ପର୍କରେ ବନବିଭାଗ ଲୋକମାନଙ୍କୁ ସୂଚନା ଦେଇ ନଥିବାରୁ ଏଭଳି ଘଟଣା ଘଟିଛି। ଖବରପାଇ ବେତନଟୀ ରେଞ୍ଜ ଅଧିକାରୀ ଏବଂ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ନେଇଥିବା ଜଣାପଡିଛି ।

https://www.thesakala.in/latest-odisha-news/mayurbhanj/a-young-man-died-in-an-elephant-attack-in-mayurbhanj/article-29946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର