ପିକପ୍ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଥିଲା ଅବକାରୀ ବିଭାଗ, ଜଣେ ଗିରଫ

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଅବକାରୀ ବିଭାଗର ବଡ଼ ସଫଳତା ମିଳିଛି । ୬୨କେଜି ଗଞ୍ଜେଇ ବୋଝେଇ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ ପିକପ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବା ବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ବୋଝେଇ ପିକଅପଟି ସୋନପୁରରୁ ୪ଟି […]

ବାରିପଦା: ମୟୂରଭଞ୍ଜ ଅବକାରୀ ବିଭାଗର ବଡ଼ ସଫଳତା ମିଳିଛି । ୬୨କେଜି ଗଞ୍ଜେଇ ବୋଝେଇ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ ପିକପ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବା ବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଗଞ୍ଜେଇ ବୋଝେଇ ପିକଅପଟି ସୋନପୁରରୁ ୪ଟି ଜିଲ୍ଲା ଅତିକ୍ରମ କରି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କଅଁର ଯୋଜନାବଦ୍ଧ ଭାବେ ଟିମ ଗଠନ କରି ଟୋଲଗେଟ ନିକଟରେ ଛପି ରହିଥିଲେ । ମୋବାଇଲ ଟ୍ରାକିଂ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ବୋଲେରୋ ମାକ୍ସ ପିକଅପ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲେ। ଜବତ ଗଞ୍ଜେଇର ପରିମାଣ ୬୨କେଜି ୧୨୦ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଭ୍ୟାନକୁ ସୁରକ୍ଷା (ଏସକର୍ଟ) ଦେଇ ନେଉଥିବା ମାଫିଆମାନଙ୍କର ଅନ୍ୟ ଗାଡିଟି ଚମ୍ପଟ ମାରିଛି। ଗିରଫ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ଭାଟପଦା ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମର ମଳୟ ରଞ୍ଜନ ମହାକୁଡ଼। ଏନେଇ ଅବକାରୀ ଅଧୀକ୍ଷକ ଶ୍ରୀ କହଁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

28 Oct 2023 By The Sakala

ପିକପ୍ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଥିଲା ଅବକାରୀ ବିଭାଗ, ଜଣେ ଗିରଫ

ବାରିପଦା: ମୟୂରଭଞ୍ଜ ଅବକାରୀ ବିଭାଗର ବଡ଼ ସଫଳତା ମିଳିଛି । ୬୨କେଜି ଗଞ୍ଜେଇ ବୋଝେଇ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିଛି ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ ପିକପ ଭ୍ୟାନରେ ସିକ୍ରେଟ ଚ୍ୟାମ୍ବର କରି ଗଂଜେଇ ନେଇ ଯାଉଥିବା ବେଳେ ମୋବାଇଲ ଟ୍ରାକିଂ କରି ଜବତ କରିଛି ଅବକାରୀ ବିଭାଗ।

ଗଞ୍ଜେଇ ବୋଝେଇ ପିକଅପଟି ସୋନପୁରରୁ ୪ଟି ଜିଲ୍ଲା ଅତିକ୍ରମ କରି ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କଅଁର ଯୋଜନାବଦ୍ଧ ଭାବେ ଟିମ ଗଠନ କରି ଟୋଲଗେଟ ନିକଟରେ ଛପି ରହିଥିଲେ । ମୋବାଇଲ ଟ୍ରାକିଂ ସାଙ୍ଗକୁ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ବୋଲେରୋ ମାକ୍ସ ପିକଅପ ଭ୍ୟାନକୁ ଧରିବାରେ ସକ୍ଷମ ହୋଇଥିଲେ। ଜବତ ଗଞ୍ଜେଇର ପରିମାଣ ୬୨କେଜି ୧୨୦ଗ୍ରାମ ଓ ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଭ୍ୟାନକୁ ସୁରକ୍ଷା (ଏସକର୍ଟ) ଦେଇ ନେଉଥିବା ମାଫିଆମାନଙ୍କର ଅନ୍ୟ ଗାଡିଟି ଚମ୍ପଟ ମାରିଛି। ଗିରଫ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ଭାଟପଦା ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମର ମଳୟ ରଞ୍ଜନ ମହାକୁଡ଼। ଏନେଇ ଅବକାରୀ ଅଧୀକ୍ଷକ ଶ୍ରୀ କହଁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର