ଅଙ୍ଗନୱାଡି ଦିଦିଙ୍କୁ ଏକତରଫା ପ୍ରେମ ନିବେଦନ କରି ନିର୍ଦ୍ଧୁମ ଛେଚା ଖାଇଲେ ବିବାହିତ ଯୁବକ

The Sakala Picture
Published On

ବାଙ୍କୀ: ଏକତରଫା ପ୍ରେମ ନିବେଦନ କରିବା ବିବାହିତ ଯୁବକଙ୍କୁ ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେବା ସହ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ ଜଣେ ବିବାହିତ ଯୁବକ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ସୂଚନା ଅନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି କର୍ମୀଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର […]

ବାଙ୍କୀ: ଏକତରଫା ପ୍ରେମ ନିବେଦନ କରିବା ବିବାହିତ ଯୁବକଙ୍କୁ ପଡିଲା ମହଙ୍ଗା । ଅଙ୍ଗନୱାଡି କର୍ମୀଙ୍କୁ ପ୍ରେମ ନିବେଦନ କରି କାନ ଧରି ଉଠ୍ ବସ୍ ହେବା ସହ ଗ୍ରାମବାସୀଙ୍କଠାରୁ ନିର୍ଧୁମ ଛେଚା ଖାଇଲେ ଜଣେ ବିବାହିତ ଯୁବକ । ଘଟଣାଟି ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସୂଚନା ଅନୁସାରେ, ଘୋଳପୁର ଗାଁର ଅଙ୍ଗନବାଡି କର୍ମୀଙ୍କୁ ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ଜଗନ୍ନାଥ ସ୍ୱାଇଁ ନାମକ ଜଣେ ଯୁବକ ପ୍ରଥମେ ରଙ୍ଗ ନମ୍ବର କଲରୁ ଦୀର୍ଘଦିନ ଧରି ପ୍ରେମ ନିବେଦନ କରି ଆସୁଥିଲେ । କିନ୍ତୁ ଅଙ୍ଗନବାଡି ଦିଦି ବାରମ୍ବାର ତାଗିଦ କରିବା ସତ୍ୱେ ମଧ୍ୟ ଯୁବକ ଜଣକ ତାଙ୍କ ପାଖକୁ ଅଶ୍ଳିଳ ମେସେଜ ପଠାଇବା ସହ ତାଙ୍କୁ ବିବାହ କରିବା ପାଇଁ ଧମକ ଦେଇଆସୁଥିଲେ। ମାତ୍ର ଶିକ୍ଷୟତ୍ରୀ ଜଣକ ତାଙ୍କ କଥା ନଶୁଣିବାରୁ ଗତ ୧୩ ତାରିଖ ଦିନ ହଠାତ ଏହି ଯୁବକ ଘୋଳପୁର ଅଙ୍ଗନୱାଡି କେନ୍ଦ୍ରରେ ପଂହଁଚି ଯାଇଥିଲେ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଶିକ୍ଷୟତ୍ରୀଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ମାନେ ଜାଣିବା ପରେ ସମ୍ପୃକ୍ତ ଯୁବକକୁ ଅଟକ ରଖିବା ସହିତ ନିର୍ଦ୍ଧୁମ ଛେଚିଥିଲେ । ଆଉ ଏଭଳି ଭୁଲ କେବେ ନ କରିବା ପାଇଁ ଯୁବକ ଜଣଙ୍କୁ ଆଣ୍ଠୁଆ ମାଡି ବସାଇବା ସହ କାନ ଧରି ଭୁଲ ମଗାଇଥିଲେ । ଏହାପରେ ଗ୍ରାମବାସୀ ମାନେ ଉକ୍ତ ଯୁବକ ଜଣଙ୍କୁ ଶେଷରେ ପୋଲିସର ଜିମା ଦେଇଥିଲେ । ସେପଟେ ଶିକ୍ଷୟତ୍ରୀଙ୍କ ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଙ୍କୀ ପୋଲିସ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗଞ୍ଜାମରେ ଭାସିଗଲା ପଳାସପୁର ପୋଲ, ଦିଗପହଣ୍ଡି-ଆସିକା ଯୋଗାଯୋଗ ବିଚ୍ଛିନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର