ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ବହୁ ବିଜେପି ନେତା ଓ କର୍ମୀ

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଯେକିତି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଗରମ ହେବାରେ ଲାଗିଛି। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ ପଡିବ। ତେବେ ତା’ପୂର୍ବରୁ ବିଜେପିକୁ ଲାଗିଛି ଝଟକା । ଗତକାଲି ବିଜେପି ଛାଡି ବିଜୁ ଜନତା ଦଳରେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା ଯୋଗ ଦେଇଥିବା ବେଳେ ଆଜି ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି। ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ […]

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଯେକିତି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଗରମ ହେବାରେ ଲାଗିଛି। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ ପଡିବ। ତେବେ ତା’ପୂର୍ବରୁ ବିଜେପିକୁ ଲାଗିଛି ଝଟକା । ଗତକାଲି ବିଜେପି ଛାଡି ବିଜୁ ଜନତା ଦଳରେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା ଯୋଗ ଦେଇଥିବା ବେଳେ ଆଜି ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଂଚାୟତର ବିଜେପିର ଟାଣୁଆ ନେତା ପୂର୍ବତନ ସରପଂଚ ବାବୁଲୁ ବହିଦାର, ବରିହାପାଲିର ସ୍ଵାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ, ପୁରେନା ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ବେହେରା ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଉପସ୍ଥିତିରେ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

ସେହିପରି ଗତକାଲି ବିଜେପିର ବରିଷ୍ଠ ନେତା ରାଜୁ ଘିବେଲା ମଧ୍ୟ ଦଳ ପରିତ୍ୟାଗ କରି ମନ୍ତ୍ରୀ ଟିକୁନୀ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ । ସେ ପଦ୍ମପୁର ଅଞ୍ଚଳର ଜଣେ ଯୁବ ସଂଗଠକ ହୋଇଥିବାରୁ ଆସନ୍ତା ଉପ ନିର୍ବାଚନରେ ବିଜେଡି ପାଇଁ ଫଳପ୍ରଦ ହେବ ବୋଲି ଆଲୋଚନା ହେଉଛି ।ରାଜୁ ଜଣେ ଦୄଢ ସଙ୍ଗଠକ ହୋଇଥିବାବେଳେ ପଦମପୁର ଅଞ୍ଚଳରେ ତାଙ୍କ ଭଲ ଜନ ସମର୍ଥନ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜୁ ଘିବେଲା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ଉପ ନିର୍ବାଚନ ପୂର୍ବରୁ ବିଜେଡିରେ ରାଜୁଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିଛି।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

10 Nov 2022 By The Sakala

ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ବହୁ ବିଜେପି ନେତା ଓ କର୍ମୀ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଯେକିତି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଗରମ ହେବାରେ ଲାଗିଛି। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ ପଡିବ। ତେବେ ତା’ପୂର୍ବରୁ ବିଜେପିକୁ ଲାଗିଛି ଝଟକା । ଗତକାଲି ବିଜେପି ଛାଡି ବିଜୁ ଜନତା ଦଳରେ ବରିଷ୍ଠ ବିଜେପି ନେତା ରାଜୁ ଘିବେଲା ଯୋଗ ଦେଇଥିବା ବେଳେ ଆଜି ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ଯୋଗଦେଇଛନ୍ତି।

ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଂଚାୟତର ବିଜେପିର ଟାଣୁଆ ନେତା ପୂର୍ବତନ ସରପଂଚ ବାବୁଲୁ ବହିଦାର, ବରିହାପାଲିର ସ୍ଵାଧୀନ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ, ପୁରେନା ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ବେହେରା ଓ ତାଙ୍କ ଧର୍ମପତ୍ନୀ ସରପଞ୍ଚ ପ୍ରାର୍ଥୀନୀ ପିଙ୍କି ବେହେରା ସମେତ ଶତାଧିକ ମହିଳା ଓ ପୁରୁଷ ମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂହ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଉପସ୍ଥିତିରେ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ସେହିପରି ଗତକାଲି ବିଜେପିର ବରିଷ୍ଠ ନେତା ରାଜୁ ଘିବେଲା ମଧ୍ୟ ଦଳ ପରିତ୍ୟାଗ କରି ମନ୍ତ୍ରୀ ଟିକୁନୀ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ । ସେ ପଦ୍ମପୁର ଅଞ୍ଚଳର ଜଣେ ଯୁବ ସଂଗଠକ ହୋଇଥିବାରୁ ଆସନ୍ତା ଉପ ନିର୍ବାଚନରେ ବିଜେଡି ପାଇଁ ଫଳପ୍ରଦ ହେବ ବୋଲି ଆଲୋଚନା ହେଉଛି ।ରାଜୁ ଜଣେ ଦୄଢ ସଙ୍ଗଠକ ହୋଇଥିବାବେଳେ ପଦମପୁର ଅଞ୍ଚଳରେ ତାଙ୍କ ଭଲ ଜନ ସମର୍ଥନ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜୁ ଘିବେଲା ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ଉପ ନିର୍ବାଚନ ପୂର୍ବରୁ ବିଜେଡିରେ ରାଜୁଙ୍କ ଯୋଗଦାନ ଦଳକୁ ଅଧିକ ସୁଦୃଢ଼ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର