ମନୋରଞ୍ଜନ
ଭୁବନେଶ୍ୱର ସାଲିଆସାହିରେ ଅଘଟଣ: ମୁକୁଳା ଡ୍ରେନରେ ପଡି ଯୁବକ ମୃତ
ଭୁବନେଶ୍ୱର: ମୁକୁଳା ଡ୍ରେନ୍ ନେଲା ଜୀବନ । ଭୁବନେଶ୍ବର ସାଲିଆସାହିରେ ମୁକୁଳା ଡ୍ରେନରେ ଖସିପଡି ଯୁବକଙ୍କ ମୃତ୍ୟୁ । ନୂଆ ରାସ୍ତା ପାଇଁ ତିଆରି ହେଉଥିବା ଡ୍ରେନ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସେହି ବସ୍ତିର ସିନୁ ଗାଗରାଇ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯୁବକଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।





