ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ

The Sakala Picture
Published On

ଭୁବନେଶ୍ବର : ମାସ୍କ ଓ ପିପିଇ କିଟ କିଣା ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ଲୋକାୟୁକ୍ତ। ଆଜି ଏହି ମାମଲାର ଣୁଣାଣି କରି ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ। ଆଜି ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଥିଲେ। ଣୁଣାଣି ପରେ ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା କହିବା ସହ ଏହି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ […]

ଭୁବନେଶ୍ବର : ମାସ୍କ ଓ ପିପିଇ କିଟ କିଣା ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ଲୋକାୟୁକ୍ତ। ଆଜି ଏହି ମାମଲାର ଣୁଣାଣି କରି ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ। ଆଜି ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଥିଲେ। ଣୁଣାଣି ପରେ ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା କହିବା ସହ ଏହି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖେଇ କାଠ ନେବାକୁ ନେଇ ବିବାଦ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନାହିଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି। ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହେଲା ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ଆଜି ମାମଲାର ଶୁଣାଣି ହୋଇଥିଲା

ଆହୁରି ପଢ଼ନ୍ତୁ: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ଅନ୍ୟପଟେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍  ଦେବାପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ ସତ୍ୟର ଜୟ ହୋଇଛି , ଧର୍ମର ଜୟ ହୋଇଛି। କୋଭିଡ ସମୟରେ ସମଗ୍ର ବିଶ୍ବରେ ଦକ୍ଷତା ପ୍ରତିପାଦନ କରିଛି। ଅନ୍ୟ ରାଜ୍ୟ ତୁଳନାରେ କମ ଟଙ୍କାରେ କିଣାଯାଇଛି।କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମାସ୍କ ଓ ପିପିଇ କିଣାଯାଇଛି । ଲୋକଙ୍କୁ ଭ୍ରମିତ କରିବା ପାଇଁ କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାନ ବିକ୍ରି ସମସ୍ୟା ଓ ପ୍ରଶାସନିକ ଅବହେଳା; ରାଷ୍ଟ୍ରପତିଙ୍କ ନିକଟରେ ‘ଇଚ୍ଛାମୃତ୍ୟୁ’ ଆବେଦନ କଲେ ବରଗଡ଼ର ଯୁବଚାଷୀ

ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ କହିଛନ୍ତି।ଲୋକାୟୁକ୍ତଙ୍କ ରାୟକୁ ଏକ ପାଖିଆ ବୋଲି କହିଲେ ଅଭିଯୋଗକାରୀ । ନ୍ୟାୟାଳୟକୁ ଯାଇ ଆଇନ ଗତ ଲଢେଇ ଲଢ଼ିବେ ବୋଲି। ଅଭିଯୋଗକାରୀ  କହିଛନ୍ତି । ହାଇକୋର୍ଟ ଯିବ ବହୁଚର୍ଚିତ ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ମାମଲା ।

26 Mar 2021 By The Sakala

ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ

ଭୁବନେଶ୍ବର : ମାସ୍କ ଓ ପିପିଇ କିଟ କିଣା ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ଲୋକାୟୁକ୍ତ। ଆଜି ଏହି ମାମଲାର ଣୁଣାଣି କରି ମାସ୍କ ଓ ପିପିଇ କିଟ୍ କିଣା ତ୍ରୁଟି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି ଲୋକାୟୁକ୍ତ। ଆଜି ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଥିଲେ। ଣୁଣାଣି ପରେ ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା କହିବା ସହ ଏହି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି।

ମାସ୍କ ଓ ପିପିଇ କିଣିବାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ହୋଇନାହିଁ ବୋଲି ଲୋକାୟୁକ୍ତ ସ୍ପଷ୍ଟ କରିଛନ୍ତି। ଲୋକାୟୁକ୍ତରେ ଅଭିଯୋଗ ଦାଖଲ ହେଲା ପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ଲୋକାୟୁକ୍ତଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ଭିଜିଲାନ୍ସ ରିପୋର୍ଟ ଆଧାରରେ ଲୋକାୟୁକ୍ତରେ ଆଜି ମାମଲାର ଶୁଣାଣି ହୋଇଥିଲା

ଅନ୍ୟପଟେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍  ଦେବାପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ଯେ ସତ୍ୟର ଜୟ ହୋଇଛି , ଧର୍ମର ଜୟ ହୋଇଛି। କୋଭିଡ ସମୟରେ ସମଗ୍ର ବିଶ୍ବରେ ଦକ୍ଷତା ପ୍ରତିପାଦନ କରିଛି। ଅନ୍ୟ ରାଜ୍ୟ ତୁଳନାରେ କମ ଟଙ୍କାରେ କିଣାଯାଇଛି।କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମାସ୍କ ଓ ପିପିଇ କିଣାଯାଇଛି । ଲୋକଙ୍କୁ ଭ୍ରମିତ କରିବା ପାଇଁ କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି।

ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ କହିଛନ୍ତି।ଲୋକାୟୁକ୍ତଙ୍କ ରାୟକୁ ଏକ ପାଖିଆ ବୋଲି କହିଲେ ଅଭିଯୋଗକାରୀ । ନ୍ୟାୟାଳୟକୁ ଯାଇ ଆଇନ ଗତ ଲଢେଇ ଲଢ଼ିବେ ବୋଲି। ଅଭିଯୋଗକାରୀ  କହିଛନ୍ତି । ହାଇକୋର୍ଟ ଯିବ ବହୁଚର୍ଚିତ ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ମାମଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର