ଖୁବ୍‍ ଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବଡ଼ ଧରଣର ନିଯୁକ୍ତି ପ୍ରକ୍ରିୟା, ପ୍ରଥମ ପର୍ଯ୍ୟାୟରେ ପୂରଣ ହେବ ୬ ହଜାର ପଦବୀ

The Sakala Picture
Published On

ଭୁବନେଶ୍ୱର: ଖୁବ୍‍ ଶୀଘ୍ର ରାଜ୍ୟରେ ବଡ଼ ଧରଣର ନିଯୁକ୍ତି ପ୍ର୍ରକ୍ରିୟା ଆରମ୍ଭ ହେବ। ୪୦ଟି ବିଭାଗରେ ଏବେ ଖାଲି ଥିବା ପ୍ରାୟ ୫୦ ହଜାର ପଦବୀରୁ ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପଦବୀ ପୂରଣ କରାଯିବ। ଖୁବ୍‍ ଶୀଘ୍ର କ୍ଷମତାପ୍ରାପ୍ତ କମିଟିର ବୈଠକ ବସିବ ଏବଂ ଖାଲି ପଦବୀ ପୂରଣ ପାଇଁ ଅନୁମତି ଦେବା ଲାଗି ଅର୍ଥ ବିଭାଗକୁ ସୁପାରିଶ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇ ତ୍ୱରୀତ ପଦକ୍ଷେପ […]

ଭୁବନେଶ୍ୱର: ଖୁବ୍‍ ଶୀଘ୍ର ରାଜ୍ୟରେ ବଡ଼ ଧରଣର ନିଯୁକ୍ତି ପ୍ର୍ରକ୍ରିୟା ଆରମ୍ଭ ହେବ। ୪୦ଟି ବିଭାଗରେ ଏବେ ଖାଲି ଥିବା ପ୍ରାୟ ୫୦ ହଜାର ପଦବୀରୁ ପ୍ରଥମ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପଦବୀ ପୂରଣ କରାଯିବ। ଖୁବ୍‍ ଶୀଘ୍ର କ୍ଷମତାପ୍ରାପ୍ତ କମିଟିର ବୈଠକ ବସିବ ଏବଂ ଖାଲି ପଦବୀ ପୂରଣ ପାଇଁ ଅନୁମତି ଦେବା ଲାଗି ଅର୍ଥ ବିଭାଗକୁ ସୁପାରିଶ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖାଯାଇ ତ୍ୱରୀତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ହସ୍ତଗତ ସୂଚନା ଅନୁସାରେ, ଖାଲି ଥିବା ପଦବୀ ପୂରଣ ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତାଲିକା ପ୍ରଦାନ ପାଇଁ ସବୁ ବିଭାଗକୁ କହିଥିଲା। ତେବେ ଇତିମଧ୍ୟରେ ନଗର ଉନ୍ନୟନ ବିଭାଗକୁ ବାଦ୍‍ଦେଇ ଅନ୍ୟ ସମସ୍ତ ବିଭାଗ ମଞ୍ଜୁର ହୋଇଥିବା ଏବଂ ସେଥିରୁ ଖାଲି ଥିବା ପଦବୀର ତାଲିକା ପ୍ରଦାନ କରି ସାରିଛନ୍ତି। ୪୦ଟି ବିଭାଗରେ ସମୁଦାୟ ୧୨୪୬୦୮ ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଛି। ସେଥିରୁ ୭୨୮୮୯ ପଦବୀ ଖାଲି ରହିଥିଲା। ତେବେ ଇତିମଧ୍ୟରେ ୨୩୪୬୫ ପଦବୀ ପୂରଣ ହୋଇଛି ଏବଂ ୪୯୪୨୪ ପଦବୀ ଖାଲି ରହିଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୬୦୫୧ ପଦବୀ ପୂରଣ କରାଯିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ ଗ୍ରୁପ୍‍ ଏ’ ଠାରୁ ଆରମ୍ଭ କରି ଗ୍ରୁପ୍‍ ଡି’ ପର୍ଯ୍ୟନ୍ତ ବିଭିନ୍ନ ପଦବୀ ପୂରଣ କରାଯିବ। କ୍ଷମତାପ୍ରାପ୍ତ କମିଟି ପ୍ରତି ବିଭାଗ ପାଇଁ ଜଣେ ଲେଖାଏଁ ନୋଡ଼ାଲ ଅଧିକାରୀ ନିଯୁକ୍ତ କରାଯାଇଛି। ଏହି ଅଧିକାରୀମାନେ କ୍ଷମତାପ୍ରାପ୍ତ କମିଟି, ବିଭାଗ ଏବଂ ନିଯୁକ୍ତିଦାତା ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ନୋଡ଼ାଲ ଅଧିକାରୀମାନେ ସମ୍ପୃକ୍ତ ବିଭାଗରେ ନିଯୁକ୍ତି ସମ୍ପର୍କରେ ମତ କମିଟି ଆଗରେ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଏହା ପରେ କମିଟି ବୈଠକ ବସିବ ଏବଂ ଚୂଡ଼ାନ୍ତ ପଦବୀ ପୂରଣ ନିମନ୍ତେ ମଞ୍ଜୁରୀ ଦେବା ପାଇଁ ଅର୍ଥ ବିଭାଗକୁ ସୁପାରିସ କରାଯିବ। ନିଯୁକ୍ତି ହେବାକୁ ଥିବା ବର୍ଗରେ ଅଧିକାଂଶ ବି ଓ ସି ପଦବୀ ରହିଛି। କୃଷି ବିଭାଗରେ ୨୧୨୭ ପଦବୀ ଖାଲି ଥିବା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ୪୨୯୭, ଜଳ ସମ୍ପଦ ବିଭାଗରେ ୧୩୦୦, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୨୦,୬୦୫ ପଦବୀ ଖାଲି ରହିଛି। ସେହିପରି ଗୃହ ବିଭାଗରେ ୩୩୭୧, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୪୨୧୦, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୩୯୮୦, ପୂର୍ତ୍ତ ବିଭାଗରେ ୧୯୪୬, ଦକ୍ଷତା ବିକାଶ ବିଭାଗରେ ୧୬୮୨ ପଦବୀ ଖାଲି ରହିଛି। ସେଥି ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଖାଲି ଥିବା ପଦବୀ ହାରରେ ନିଯୁକ୍ତି ଦିଆଯିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର