ଲକ୍ଷପତି ଦିଦି, ନବୀନଙ୍କ ବହିରେ ବିଜେପି ମଲାଟ: ବିଜେଡି

The Sakala Picture
Published On

ଭୁବନେଶ୍ୱର: ବିଜେପି ସରକାରଙ୍କର ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ଦେଇ ଆଜି ବିଜୁ ଜନତା ଦଳ ଏହା ‘ନବୀନଙ୍କ ବହିରେ ବିଜେପି ମଲାଟ’ ବୋଲି କହିଛି। କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ […]

ଭୁବନେଶ୍ୱର: ବିଜେପି ସରକାରଙ୍କର ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ଦେଇ ଆଜି ବିଜୁ ଜନତା ଦଳ ଏହା ‘ନବୀନଙ୍କ ବହିରେ ବିଜେପି ମଲାଟ’ ବୋଲି କହିଛି। କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି।

ଆହୁରି ପଢ଼ନ୍ତୁ: ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗୋଟିଏ ବର୍ଷରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ବୋଲି ବିଜେପି ସରକାର ଯାହା ଦାବି କରିଛନ୍ତିି, ତାହା ହାସ୍ୟାସ୍ପଦ। କାହାକୁ ଲକ୍ଷପତି ଦିଦି ଭାବେ ବିଚାର କରାଯାଉଛି ସରକାର ତାହା ସ୍ପଷ୍ଟ କରିନାହାନ୍ତି। ଲକ୍ଷପତି ଦିଦି କରିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାର ମଧ୍ୟ ସୂଚନା ନାହିଁ। ରାତାରାତି ଲକ୍ଷପତି ଦିଦି ଘୋଷଣା କରି ବିଜେପି ସରକାର ନିଜ ସଫଳତା ଦାବି କରୁଛନ୍ତି। ତେଣୁ, ଏ ବାବଦରେ ବିଜେପି ସରକାର ସ୍ପଷ୍ଟୀକରଣ ଦେବା ଦରକାର। ଉଲ୍ଲେଖ୍ୟଯୋଗ୍ୟ, ବିଜେପି ସରକାର ଏହି ବର୍ଷର ବଜେଟରେ ମିଶନ ଶକ୍ତି ପାଇଁ ୧୫୯୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ଯାହା ୨୦୨୩-୨୪ ରେ ୩୩୧୬ କୋଟି ଥିଲା। ବଜେଟର ଅର୍ଥ ବରାଦ କମିଥିଲା ବେଳେ ଲକ୍ଷପତି ଦିଦି ହେଲେ କିପରି ବୋଲି ଡ଼ଃ ସାମନ୍ତସିଂହାର ପ୍ରଶ୍ନ କରିଥିଲେ। ସୁଭଦ୍ରା ଯୋଜନାରେ ମାସକୁ ୮୩୩ ଟଙ୍କା ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରୁଛନ୍ତି ବୋଲି ଯଦି ଦାବି କରନ୍ତି, ତାହା ଆହୁରି ହାସ୍ୟାସ୍ପଦ।

ଆହୁରି ପଢ଼ନ୍ତୁ: ଜମି ପଞ୍ଜିକରଣରେ ଅନିୟମିତତା: ନୂଆପଡ଼ାର ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଡ଼ଃ ସାମନ୍ତସିଂହାର କହିଥିଲେ, ରାଜ୍ୟର ମହିଳା ମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ନବୀନ ସରକାରଙ୍କ ଦ୍ୱାରା ୨୦୦୧ ମସିହାରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା। ଏହି ଯୋଜନା ମାଧ୍ୟମରେ, ରାଜ୍ୟର ୭୦ ଲକ୍ଷ ମହିଳା ସଶକ୍ତ ହୋଇ ପାରିଥିଲେ। ମହିଳା ଏସଏଚଜି ମାନଙ୍କୁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଥିଲା। ମହିଳା ଏସଏଚଜି ମାନଙ୍କୁ ଓଡିଶା ସରକାରଙ୍କ ୩୨ଟି ବିଭାଗରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମହିଳା ମାନଙ୍କୁ ବ୍ୟବସାୟ ଦୁନିଆ ସହିତ ଅଧିକ ପରିଚିତ କରାଇବା ଲକ୍ଷ୍ୟରେ ସେମାନଙ୍କୁ ବିଦେଶ ଭ୍ରମଣରେ ପଠାଯାଉଥିଲା।

ଆହୁରି ପଢ଼ନ୍ତୁ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ଉପରେ ପ୍ରତିବନ୍ଧକ ଦାବି କଲେ ପୁରୀ ଶଙ୍କରାଚାର୍ଯ୍ୟ

ନବୀନଙ୍କ ଦୂରଦର୍ଶୀ ନେତୃତ୍ୱରେ ହୋଇଥିବା ମହିଳା ସଶକ୍ତକରଣ ନୀତିର ଫଳସ୍ୱରୂପ ଓଡ଼ିଶାରେ ମହିଳା ମାନେ ଅଧିକ ସଶକ୍ତ ହୋଇ ପାରିଥିଲେ। ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଆଜି ବିଜେପି ଲକ୍ଷପତି ଦିଦି ଭାବେ ଚିହ୍ନିତ କରି, କେବଳ ପ୍ରଚାର ଉଦ୍ଦେଶ୍ୟରେ ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ କରୁଛି ବୋଲି ଡ଼ଃ ସାମନ୍ତସିଂହାର ଅଭିଯୋଗ କରିଥିଲେ। ଯେପରି ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ନିଜ କାର୍ଯ୍ୟକ୍ରମ କହୁଛନ୍ତି, ସେହିପରି ଆଜି ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମଧ୍ୟ ନବୀନଙ୍କ ବହିରେ ବିଜେପି ମଲାଟ। ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର