ଚକା ଫାଟି ଯିବାରୁ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୮୦ ଜଣ ଯାତ୍ରୀ

The Sakala Picture
Published On

ବୋରିଗୁମ୍ମା: ଚକା ଫାଟି ଯିବାରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୮୦ ଜଣ ଯାତ୍ରୀ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଠାରେ। ବସଟି ଭୋର ୬.୩୦ ସମୟରେ ବୋରିଗୁମ୍ମା ବସଷ୍ଟାଣ୍ଡରେ ପହଞ୍ଚିବା ସମୟରେ ଟାୟାର ଫାଟି କୌଣସି କାରଣରୁ ନିଆଁ ବାହାରିଥିଲା । ହେଲ୍ପର ଓ ଡ୍ରାଇଭର ନିଆଁ ଲାଗିବା ଦେଖି ସମସ୍ତ ଯାତ୍ରୀଙ୍କୁ […]

ବୋରିଗୁମ୍ମା: ଚକା ଫାଟି ଯିବାରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୮୦ ଜଣ ଯାତ୍ରୀ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଠାରେ। ବସଟି ଭୋର ୬.୩୦ ସମୟରେ ବୋରିଗୁମ୍ମା ବସଷ୍ଟାଣ୍ଡରେ ପହଞ୍ଚିବା ସମୟରେ ଟାୟାର ଫାଟି କୌଣସି କାରଣରୁ ନିଆଁ ବାହାରିଥିଲା । ହେଲ୍ପର ଓ ଡ୍ରାଇଭର ନିଆଁ ଲାଗିବା ଦେଖି ସମସ୍ତ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ତଳକୁ ଓହ୍ଲାଇ ଦେଇଥିଲେ । ଦେଖୁ ଦେଖୁ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀ ଦମକଳ ବାହିନୀକୁ ଫୋନ ମାଧ୍ୟମରେ ଖବର ଦେଇଥିଲେ। କିନ୍ତୁ ଦମକଳ ବାହିନୀ ପ୍ରାୟ ୪୫ ମିନିଟ ପରେ ପହଞ୍ଚି ଥିଲେ। ତେବେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବସ ସମ୍ପୂର୍ଣ୍ଣ ଜଳିଯାଇଥିଲା ଏବଂ ଯାତ୍ରୀଙ୍କ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନ୍ନପୂର୍ଣ୍ଣା ଦେବୀ: ରାଜ୍ୟର ୧୨୧୪୦ଟି ଅଙ୍ଗନବାଡ଼ି ସକ୍ଷମ ହେବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp