ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ ଓ ଭଉଣୀ ଆହତ

The Sakala Picture
Published On

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଆହତ ହୋଇଛନ୍ତି। ମୃତ ଶିଶୁର ନାଁ ବାବୁଲା ପିଡ଼ିକା (୩ ବର୍ଷ)। ଆହତ ବାବୁଲାଙ୍କ ମା’ଙ୍କ ମାଲେ ପିଡ଼ିକା ଓ ଭଉଣୀ ବାରାଲୁ ପିଡ଼ିକା (୪ବର୍ଷ)ଙ୍କୁ ଉଦ୍ଧାର କରାଯାଇ ନାରାୟଣପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବାବୁଲା ଓ ତାର ଭଉଣୀ […]

କୋରାପୁଟ: କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଆହତ ହୋଇଛନ୍ତି। ମୃତ ଶିଶୁର ନାଁ ବାବୁଲା ପିଡ଼ିକା (୩ ବର୍ଷ)। ଆହତ ବାବୁଲାଙ୍କ ମା’ଙ୍କ ମାଲେ ପିଡ଼ିକା ଓ ଭଉଣୀ ବାରାଲୁ ପିଡ଼ିକା (୪ବର୍ଷ)ଙ୍କୁ ଉଦ୍ଧାର କରାଯାଇ ନାରାୟଣପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବାବୁଲା ଓ ତାର ଭଉଣୀ ଘର ଭିତରେ ଖେଳୁଥିଲେ। ଏହି ସମୟରେ ଭାଇଭଉଣୀଙ୍କୁ ବିରୁଡି ଆକ୍ରମଣ କରିଥିଲା। ଦୁଇ ପିଲାଙ୍କ କାନ୍ଦ ଶୁଣି ମାଲେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇ ପିଲାଙ୍କୁ ସେଠାରୁ ଅନ୍ୟତ୍ର ଉଠାଇ ନେଇଯାଉଥିବା ସମୟରେ ବିରୁଡିମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବିରୁଡି ଆକ୍ରମଣରେ ମା’ ଓ ଦୁଇ ପିଲା ଗୁରୁତର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ର ବାବୁଲାର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଚିକିତ୍ସା ପରେ ମା’ ଓ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର