ଲଗାଣ ବର୍ଷାରେ ଭାଙ୍ଗିଲା ନଦୀ ବନ୍ଧ,ବହୁ ଗ୍ରାମ ଜଳାର୍ଣ୍ଣବ

The Sakala Picture
Published On

ଖୋର୍ଦ୍ଧା/ଟାଙ୍ଗୀ: ଲଘୁଚାପ ଜନିତ ପ୍ରବଳ ବର୍ଷା ର ପ୍ରଭାବରେ ଟାଙ୍ଗୀ ଓ ଚିଲିକା ବ୍ଲକ ବିଭିନ୍ନ ଅଞ୍ଚଳ ଜଳମଗ୍ନ ଥିବା ବେଳେ କୁସୁମି ନଦୀ ବନ୍ଧର ଜରିପଡା ପଞ୍ଚାୟତ ଦେଇ ଯାଇଥିବା କଣ୍ଟାବଣିଆ ନଇ ମୁହାଣ ଭାଙ୍ଗି ଜରିପଡା ପଞ୍ଚାୟତ ସମ୍ପୂର୍ଣ ପାଣି ଘେରରେ ଥିବା ଜଣାପଡିଛିା। ଗତକାଲି ଠାରୁ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ ଅସ୍ଥବ୍ୟସ୍ଥ ହୋଇପଡିଛି। ଟାଙ୍ଗୀ ଥାନା ଚିଲିକା ବ୍ଲକ ଅଧିନସ୍ଥ ଜରିପଡା ପଞ୍ଚାୟତ କଣ୍ଟା ବଣିଆ ନଇଁ […]

ଖୋର୍ଦ୍ଧା/ଟାଙ୍ଗୀ: ଲଘୁଚାପ ଜନିତ ପ୍ରବଳ ବର୍ଷା ର ପ୍ରଭାବରେ ଟାଙ୍ଗୀ ଓ ଚିଲିକା ବ୍ଲକ ବିଭିନ୍ନ ଅଞ୍ଚଳ ଜଳମଗ୍ନ ଥିବା ବେଳେ କୁସୁମି ନଦୀ ବନ୍ଧର ଜରିପଡା ପଞ୍ଚାୟତ ଦେଇ ଯାଇଥିବା କଣ୍ଟାବଣିଆ ନଇ ମୁହାଣ ଭାଙ୍ଗି ଜରିପଡା ପଞ୍ଚାୟତ ସମ୍ପୂର୍ଣ ପାଣି ଘେରରେ ଥିବା ଜଣାପଡିଛିା। ଗତକାଲି ଠାରୁ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ ଅସ୍ଥବ୍ୟସ୍ଥ ହୋଇପଡିଛି। ଟାଙ୍ଗୀ ଥାନା ଚିଲିକା ବ୍ଲକ ଅଧିନସ୍ଥ ଜରିପଡା ପଞ୍ଚାୟତ କଣ୍ଟା ବଣିଆ ନଇଁ ମୁହାଣ ପ୍ରବଳ ବର୍ଷା ଜଳ ଚାପରେ ଭାଙ୍ଗି ଯିବା ଫଳରେ ଏହି ପଞ୍ଚାୟ ର ୧ ନମ୍ବର ଓ୍ବାର୍ଡ ର ବାସିନ୍ଦା ଜଳବନ୍ଦୀ ରେ ଥିବା ବେଳେ ବର୍ଷା ଜଳ ସମେତ ଭାଙ୍ଗି ଯାଇଥବା ମୂହାଣ ପାଣି ପ୍ରବେଶ ଯୋଗୁ ଏହି ପଞ୍ଚାୟତର ପାଣିଦୁଆର, ଜରିପଡା, ଦଧିବାବନପୁର, ରାଧାମୋହନପୁର, ନାଳିଗାଡିଆ, ଜଟିଆପାଟଣା, ବାଉଁଶମୂଳ ସମେତ ୧୫ ଟି ଓ୍ବାର୍ଡ ଜଳମଗ୍ନ ଥିବା ଜଣାପଡିଛିା।

କୌଣସି ପ୍ରକାର ଆକସ୍ମିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଦିନ ୧୨ ଟାରୁ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ସଜାଗ ଥିବା ଜଣାପଡିଛିା। ସେହିପରି କଳକଳେସ୍ବର ପଞ୍ଚାୟତର ପଞ୍ଚୁପାଟିଆ,ବାଲିନାସି,ତାରିମୀ ଗାଁ ଦାଣ୍ଡ ରେ ପ୍ରବଳ ଉପର ମୁଣ୍ଡର ବର୍ଷା ଜଳ ପ୍ରବେଶ କରିଥିବା ବେଳେ ଘରେ ଘରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ଟାଙ୍ଗୀ ବ୍ଲକ ଅଧିନସ୍ଥ ଟାଙ୍ଗୀରୁ ବଡପାରି ମୂଖ୍ୟ ରାସ୍ତା ଦେଇ ଯାଇଥିବା କାଦବୋହି ଶଂଖ ଉପରେ ତିନି ଫୁଟ ଉଚତାରେ ବର୍ଷା ଜଳ ଚାଲି ଥିବାରୁ ଗତକାଲି ମଧ୍ୟ ରାତ୍ରରୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏହା ଫଳରେ ବଡପାରି ପଞ୍ଚାୟତ ରାମଚନ୍ଦ୍ରପୁର ପଞ୍ଚାୟତ ଓ ଏହାର ଆଖପାଖ ପଞ୍ଚାୟତର ଜନସାଧାରଣଙ୍କୁ ଲଘୁଚାପ ବର୍ଷା ଜଳ ରାସ୍ତା ଉପରେ ଚାଲିଥିବାରୁ ଟାଙ୍ଗୀକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡିଛିା ଟାଙ୍ଗୀରେ ଥିବା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର କୁ ଗର୍ଭବତୀ ,ପ୍ରସୂତି ମହିଳା ଆସିପାରୁନଥିବାରୁ ପରିସ୍ଥିତି ଜଟିଳ ହୋଇଛି। ଟାଙ୍ଗୀ ବ୍ଲକ ଅଧିନସ୍ଥ ଚିଲିକା କୂଳିଆ ପଞ୍ଚାୟତ ଭୂଷଣ୍ଡପୁର ପଞ୍ଚାୟତ ର ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ପ୍ରବେଶ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଜଣାପଡିଛିା।

ବାଲିପାଟପୁର ରିଫ୍ୟୁଜି ହାଇସ୍କୁଲ ଜଳ ବନ୍ଦିରେ ଥିବା ବେଳେ ବାଲିପାଟପୁରରେ ଥିବା ଭୂଷଣ୍ଡପୁର ଫାଣ୍ଡି ପରିସରରେ ବ୍ୟାପକ ଜଳମଗ୍ନ ହୋଇଛି ଫଳରେ କେହି ଫାଣ୍ଡିକୁ ଯିବାଆସିବା କରିପାରୁନାହାନ୍ତି। କାଳୁପଡା ଅଳାଁ ଡିହ ଗ୍ରାମ ଚଢେଇ ଗୁଆଁ ତଳ ସାହିର ଶତାଧିକ ଲୋକେ ଭୟଭୀତରେ ଥିବା ଜଣାପଡିଛିା କୁସୁମି ନଦୀର ପ୍ରବଳ ବନ୍ୟାଜଳ ପ୍ରଭାବିତ ହୋଇ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶଂଖ ପାର୍ଶ୍ବ ଗାର୍ଡ ଓ୍ବାଲ ଭାଙ୍ଗି ଗ୍ରାମ ଭିତରକୁ ବନ୍ୟା ଜଳ ପଶି ଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଗ୍ରାମବାସୀ ବାଲି ବସ୍ତା, ବାଉଶଁ କିଳା ବାନ୍ଧି ବନ୍ଧ ତିଆରି କରୁଥିବା ଜଣାପଡିଛିା ତେବେ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଚିଲିକା ତହସିଲଦାର ପହଞ୍ଚି ଘଟଣା ପ୍ରତି ଦୃଷ୍ଠି ରଖିଥିବା ଜଣାପଡିଛିା  ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବଡପାରି ପଞ୍ଚାୟତ ଅହିଅରା (ସାନ ବ୍ରାହ୍ମଣ୍ଡୀ) ଗ୍ରାମ ଚାରି ପାଖରେ ବର୍ଷା ଜଳ ପ୍ରବେଶ ଯୋଗୁ ସେ ଗ୍ରାମବାସୀ ବାହ୍ୟ ଜଗତରୁ ବିଛିନ୍ନ ଥିବା ଜଣାପଡିଛିା ଗତକାଲି ଦିନ ତଥା ରାତି ସାରା ଓ ଆଜି ଦିନ ତମାମ ଲଗାଣ ବର୍ଷା ର ପ୍ରଭାବ ରେ ବହୁ ଜାଗାରେ ଲୋକେ ଘରୁ ବାହାରକୁ ବାହାରି ପାରୁନଥିବା ତଥା କିଛି ମାଟିକାନ୍ଥ ଭୁଷୁଡି ଘର ଭାଙ୍ଗି ଥିବା ଖବର ମଧ୍ୟ ପହଞ୍ଚିଛି। ଉପର ମୁଣ୍ଡର ଜଳ ମାଡିଆସୁଥିବାରୁ ବିଭିନ୍ନ ସ୍ଥାନରେ ଆସନ୍ତା କାଲି ବିଭିନ୍ନ ଅଞ୍ଚଳ ବନ୍ୟା ପ୍ଲାବିତ ହେବାର ଆଶଙ୍କା ଦେଖାଯାଇଛି। ଶହଶହ ଏକର ଧାନ ଚାଷ ଜମି ଜଳମଗ୍ନ ଥିବାରୁ କ୍ଷୟକ୍ଷତିର ଯଥେଷ୍ଟ ଆଶଙ୍କା ଥିବା ଜଣାପଡିଛିା ରିପୋର୍ଟ ଲେଖାହେବା ବେଳକୁ କେବଳ ଏହି ବ୍ଲକ ଅଧିନସ୍ଥ ନୂଆଗଡ ପଞ୍ଚାୟତ ମୋରମୋରସିଂର ଜଣେ ଯୁବକ କମ୍ବେଶ୍ବର ପାଟଶାଣି ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛିା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର