ଖୋର୍ଦ୍ଧା: ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁଙ୍କ ପୂର୍ଣ୍ଣ ବିଗ୍ରହ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ପବିତ୍ର ଦେବ ସ୍ନାନ ଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୦୮ଗରା ସୁଭାଷିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି।   ଗୁରୁବାର ଭୋର ୪ଟା ରେ ଦ୍ବାରଫିଟା, ସାଢେ ୪ଟାରେ ମଙ୍ଗଳ ଆଳତି,ମଇଲମ, ଅବକାଶ, ତଡପଲାଗି ନୀତି ବଢି ୭ଟାରେ ଗୋପାଳ ବଲ୍ଲଭ ଭୋଗ ଲାଗି ହୋଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସ୍ନାନ […]

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ପବିତ୍ର ଦେବ ସ୍ନାନ ଯାତ୍ରା ବିନା ଭକ୍ତରେ ବିଧି ଅନୁଯାୟୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୦୮ଗରା ସୁଭାଷିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି।

Jay- Jagannath

 

ଗୁରୁବାର ଭୋର ୪ଟା ରେ ଦ୍ବାରଫିଟା, ସାଢେ ୪ଟାରେ ମଙ୍ଗଳ ଆଳତି,ମଇଲମ, ଅବକାଶ, ତଡପଲାଗି ନୀତି ବଢି ୭ଟାରେ ଗୋପାଳ ବଲ୍ଲଭ ଭୋଗ ଲାଗି ହୋଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସ୍ନାନ ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୧୦ଟାରେ ପହଣ୍ଡି ଆରମ୍ଭ ହୋଇ ସାଢେ ୧୦ଟାରେ ଚତୁର୍ଦ୍ଧା ବିଗ୍ରହ ସ୍ନାନ ମଣ୍ଡପ ରେ ବିଜେ କରିଥିଲେ। ପ୍ରଥମେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ପରେ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ଆସି ବିଜେ କରିଥିଲେ। ପରେ ମଣ୍ଡପ ରେ ଅନ୍ଯ ନୀତି ବଢିଥିଲା। କାରୁଣ୍ୟ କୁଣ୍ଡରୁ ଜଳ ଆସିବା ପରେ ଚତୁର୍ଦ୍ଧା ବିଗ୍ରହ ଅଭିମନ୍ତ୍ରିତ ସୁଭାଷିତ ଜଳରେ ସ୍ନାନ କରିଥିଲେ। ବେଶ ଲାଗିପରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ୬ଟା ରେ ଚତୁର୍ଦ୍ଧା ବିଗ୍ରହ ପହଣ୍ଡି ହୋଇ ଅଣସର ଗୃହ ରେ ବିଜେ କରିବେ ବୋଲି ମନ୍ଦିର ମୁଖ୍ୟ ପୂଜକ ମହନ୍ତ କମଳ ଲୋଚନ ମହାରାଜ ସୂଚନା ଦେଇଛନ୍ତି। ସ୍ବଳ୍ପ ସଂଖ୍ୟକ ସେବାୟତରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତି ଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର