ଡ୍ରାଇଭର ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

The Sakala Picture
Published On

ଖୋର୍ଦ୍ଧା: ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବିଭିନ୍ନ ସମସ୍ଯା ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଥିଲେ। ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଉଲ୍ଲେଖ ରହିଛି ଯେ, ଜନସାଧାରଣଙ୍କ ଆକ୍ରୋଶ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା, ଗାଡ଼ିଗୁଡ଼ିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ […]

ଖୋର୍ଦ୍ଧା: ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ବିଭିନ୍ନ ସମସ୍ଯା ନେଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଥିଲେ। ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଉଲ୍ଲେଖ ରହିଛି ଯେ, ଜନସାଧାରଣଙ୍କ ଆକ୍ରୋଶ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା, ଗାଡ଼ିଗୁଡ଼ିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବାପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ପ୍ରତି ୧୦୦ କି.ମି. ଅନ୍ତରରେ କରାଯାଉ । ୫୫ବର୍ଷ ପରେ ପେନସନ୍ ଦିଆଯାଉ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମାରାଶି ଏବଂ ଦୁର୍ଘଟଣାରେ ଅକର୍ମନ୍ଯ ହୋଇଥିବା ଡ୍ରାଇଭରଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବିମାରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ପାଇଁ ଡ୍ରାଇଭରଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ। ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ସମୟସୀମା ଧାର୍ଯ୍ୟ କରାଯାଉ। ଡ୍ରାଇଭର ମାନଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା ପ୍ରଦାନ। ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ୍ୟ ଟଙ୍କା ପ୍ରଦାନ। ଡ୍ରାଇଭର ମାନଙ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରିବା, ରାଜରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ କରାନଯିବା । ଏଥିସହିତ ସମୟ ଅସମୟରେ ଜନ ସାଧାରଣ ହଠାତ୍ ରାସ୍ତା ରୋକ କରିବା ହେତୁ ଡ୍ରାଇଭର ମାନଙ୍କ ଅସୁବିଧାକୁ ସରକାରଙ୍କ ତରଫରୁ ସୁଦୃଷ୍ଟି ଦିଆଯାଉ ବୋଲି ଦାବିରେ ଦର୍ଶାଯାଇଛି । ଯଦି ଏ ସମସ୍ୟାକୁ ଅଣଦେଖା କରନ୍ତି ତେବେ ସୋମାନୋ ତାଙ୍କବୃତ୍ତିରୁ ନିବୃତ୍ତ ରହିବାକୁ ବାଧ୍ୟ ହେବୁ ବୋଲି ସଂଘ ଚେତାବନୀ ଦେଇଛି । ତେବେ ସଂଘର ଏକ ପ୍ରତିନିଧି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର