ମହିଳାଙ୍କୁ ରୋଜଗାର ଦେବା ଆଳରେ ୧୪ଲକ୍ଷ ଠକେଇ, ଅଭିଯୁକ୍ତ ଗିରଫ

The Sakala Picture
Published On

ଖୋର୍ଦ୍ଧା: ମହିଳାଙ୍କୁ ରୋଜଗାର ଦେବା ଆଳରେ ୧୪ଲକ୍ଷ ଠକେଇ କରିଥିବା ଅଭିଯୁକ୍ତକୁ ପୁଲିସ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଅରୁନ୍ଧତୀ ବିହାରର ଭଡ଼ାଘରୁ ଗିରଫ କରିଛି । ଗିରଫ ଜଣକ ହେଲେ ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡ ଥାନା ହାଟପଦା ର ଅନିଲ ସାହୁ ଓରଫ ଲିପୁନ୍ (୩୦)। ଲିପୁନ ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଅରୁନ୍ଧତି ବିହାର ପ୍ଲଟ୍ ନଂ-୯/୧୦ରେ ଭଡା ସୂତ୍ରରେ ରହୁଥିଲା । ଦୀର୍ଘଦିନ ଧରି ଖୋର୍ଦ୍ଧା ଭୁବନେଶ୍ୱର ଆଖପାଖ ଅଂଚଳର ମହିଳାଙ୍କୁ ରୋଜଗାର ଦେବା […]

ଖୋର୍ଦ୍ଧା: ମହିଳାଙ୍କୁ ରୋଜଗାର ଦେବା ଆଳରେ ୧୪ଲକ୍ଷ ଠକେଇ କରିଥିବା ଅଭିଯୁକ୍ତକୁ ପୁଲିସ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଅରୁନ୍ଧତୀ ବିହାରର ଭଡ଼ାଘରୁ ଗିରଫ କରିଛି । ଗିରଫ ଜଣକ ହେଲେ ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡ ଥାନା ହାଟପଦା ର ଅନିଲ ସାହୁ ଓରଫ ଲିପୁନ୍ (୩୦)। ଲିପୁନ ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଅରୁନ୍ଧତି ବିହାର ପ୍ଲଟ୍ ନଂ-୯/୧୦ରେ ଭଡା ସୂତ୍ରରେ ରହୁଥିଲା । ଦୀର୍ଘଦିନ ଧରି ଖୋର୍ଦ୍ଧା ଭୁବନେଶ୍ୱର ଆଖପାଖ ଅଂଚଳର ମହିଳାଙ୍କୁ ରୋଜଗାର ଦେବା ଆଶାଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରିଥିଲା ।

ଆହୁରି ପଢ଼ନ୍ତୁ: ଭୁଶୁଡୁଛି ଲାଲ୍ ଗଡ଼, ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା; ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା

ପୁଲିସ ସୂଚନା ଅନୁଯାୟୀ, ନିଜିଗଡ ତାପଙ୍ଗର ଭାଙ୍ଗୀ ପାଲଟା ସିଂହ ଅଭିଯୋଗ କରିଛନ୍ତି ଯେ, ଅନିଲ ମହିଳା ମାନଙ୍କୁ ଘରେ ରହି ଭଲ ଦୁଇପଇସା କମାଇବା ଲାଳସା ଦେଖାଇ ସିକୁରିଟି ମନି ଆକାରରେ ମୋଟା ଅଙ୍କର ଅର୍ଥ ନେଉଥିଲା । ଗାଁ ଗାଁ ରେ ବୈଠକ କରି ମହିଳାମାନଙ୍କୁ ରୋଜଗାର ଦେବା ନେଇ ଦେଖାଉଥିଲା ଲାଳସା । ନିଜଗିଡ ତାପଙ୍ଗ ଗାଁରୁ ୫ଲକ୍ଷ ଟଙ୍କା, ନିରାକାରପୁରରୁ ୫୦ହଜାର, ନୟାଗଡ଼ରୁ ୧ଲକ୍ଷ ୮୦ହଜାର, ବନମାଲିପୁରରୁ ୨୦ହଜାର, ଜଗତସିଂହପୁର ନାଉଗାଁ ରୁ ୫ଲକ୍ଷ, ଇନଫୋଭାଲୀ ଅଂଚଳରୁ ୧ଲକ୍ଷ, ଡେଲାଙ୍ଗରୁ ୮୦ହଜାର, ସୁନ୍ଦରଗଡ ଏବଂ ଜଗତପୁରରୁ ୨୦ହଜାର ଟଙ୍କା ସିକୁ୍ୟରିଟି ମନି ଭାବେ ଠକି ନେଇ ସେମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିବା ଅଭିଯୋଗ କରିଛନ୍ତି । ଲୋକଙ୍କୁ ପ୍ରଥମ ୪ମାସ କାମ କିଛି ଦେଇଥିଲା । ପ୍ରଥମେ ସମାନ ଭାବରେ ମହିଳାମାନେ ଅର୍ଥ ପାଇବା ପରେ ଅନିଲ ପ୍ରତି ତାଙ୍କର ବିଶ୍ୱାସ ବଢ଼ିବାରେ ଲାଗିଥିଲା । ମହିଳା ମାନେ ଘରେ ବସି ବେଶ ଦୁଇପଇସା ରୋଜଗାର କରୁଥିବା ଦେଖି ଅନ୍ୟ ମହିଳା ମାନେ ମଧ୍ୟ ଏହି କାର୍ଯ୍ୟ ପ୍ରତି ଆଗ୍ରହୀ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରେ ନିଖୋଜ ଓଡ଼ିଆ ନାବିକ ସାର୍ଥକ: ୫ ଦିନ ପରେ ବି ମିଳିଲାନି ପତ୍ତା, କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

ତେବେ ଅନୀଲ କମ୍ପାନୀରେ ୧୦ଜଣ ସୁପରଭାଇଜର କାମ କରୁଥିଲେ । ସେମାନଙ୍କୁ ମାସିକ ୩୨ହଜାର ଦେବ ବୋଲି କହିଥିଲା । ମାତ୍ର କାହାରିକୁ ଟଙ୍କା ଦେଇନଥିଲା । ଯେତେବେଳେ ସୁପରଭାଇଜରମାନେ ତାଙ୍କୁ ଦରମା ମାଗିଥିଲେ, ସେତେବେଳେ ଅନୀଲ ର ବାପା ଓ ଭଉଣୀ ସେମାନଙ୍କୁ କୌଣସି ଦରମା ନ ଦେବାକୁ କହିଥିଲେ । ବହୁ ବାଦ ବିବାଦ ପରେ ନିଲ ଗତ ମଇ ମାସ ୩୦ତାରିଖ ରେ ସୁପରଭାଇଜରଙ୍କ ଟଙ୍କା ଦେବାକୁ ରାଜି ହୋଇଥିଲେ ଏବଂ ଲୋକଙ୍କଠାରୁ ଠକିନେଇଥିବା ସିକୁ୍ୟରିଟି ମନିଫେରସ୍ତ ଦେବାକୁ ରାଜି କହିଥିଲେ । କିନ୍ତୁ ଅନୀଲ ସେମାନଙ୍କ ଟଙ୍କା ଦେଇନଥିଲେ କି ସେମାନଙ୍କ ଫୋନ ରିସିଭ କରିନଥିଲେ । ଠକାମିର ଶିକାର ମହିଳାମାନେ ଅନୀଲ ଅଫିସକୁ ଯାଇଥିଲେ, ସେଠାରୁ ସେ ଫେରାରଥିବା ଦେଖିଥିଲେ । ଏନେଇ ଠିକାମିର ଶିକାର ମହିଳାମାନେ ଇନଫୋଭାଲୀ ଥାନାରେ ଅଭିଯୋଗ ପ୍ରକାଶ କରିଥିଲେ ।ମାତ୍ର ଫଳ କିଛି ମିଳିନଥିଲା । ଶେଷରେ ସଦର ଥାନାରେ ରିପୋର୍ଟ କରିଥିଲେ । ସଦରଥାନା ପୁଲିସ ୨୫୬/୨୩ରେ ଏକ ମାମଲା ରୁଜୁ କରିଥିଲେ । ଆଜି ଅଭିଯୁକ୍ତ ଅନୀଲ କୁ ଗିରଫ କରିଛନ୍ତି । ତା ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ପ୍ରକାଶ ଥାଉକି, ଅନୀଲ ନାଁରେ ପୂର୍ବରୁ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରହିଛି ।

ଆହୁରି ପଢ଼ନ୍ତୁ: ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp