ତେଲକୋଇ ଅଞ୍ଚଳରେ ପୁଣି ନାଳରେ ବୁଡି ଜଣଙ୍କର ମୃତ୍ୟୁ,କରୋନା ଟୀକା ନେବାକୁ ଯାଇ ଆଧାର ଜେରକ୍ସ କରି ଫେଇବା ବେଳେ ଅଘଟଣ

The Sakala Picture
Published On

ତେଲକୋଇ/କେନ୍ଦୁଝର : ତେଲକୋଇ ଥାନା ଅଞ୍ଚଳରେ ପୁଣି ଅଘଟଣ ଘଟି ଜଣେ ବ୍ୟକ୍ତି ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏଭଳି ଘଟଣା ତେଲକୋଇ ଅଞ୍ଚଳରେ ଅନେକ ଘଟିଗଲାଣି। ଗତ 2 ମାସ ମଧ୍ୟରେ ସମାନ ଢଙ୍ଗରେ 5 ଜଣ ବ୍ୟକ୍ତିଙ୍କର ଜୀଵନ ଗଲାଣି। ସୂଚନା ଅନୁଯାୟୀ ତେଲକୋଇ ବ୍ଲକ ର ସରେଇ ଠାରେ ଆଜି କୋଭିଡ ଟିକାକରଣ ହେଉଛି । ଟିକାକରଣ ରେ ପରିଚୟ ପତ୍ର ଆଵଶ୍ୟକତା ଥିବାରୁ କରଦାଙ୍ଗୀ କ୍ଷେତ୍ରମୁଣ୍ଡା ସାହିର ଜେମାଦର ମହାକୁଡ଼ ଏବଂ […]

ତେଲକୋଇ/କେନ୍ଦୁଝର : ତେଲକୋଇ ଥାନା ଅଞ୍ଚଳରେ ପୁଣି ଅଘଟଣ ଘଟି ଜଣେ ବ୍ୟକ୍ତି ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏଭଳି ଘଟଣା ତେଲକୋଇ ଅଞ୍ଚଳରେ ଅନେକ ଘଟିଗଲାଣି। ଗତ 2 ମାସ ମଧ୍ୟରେ ସମାନ ଢଙ୍ଗରେ 5 ଜଣ ବ୍ୟକ୍ତିଙ୍କର ଜୀଵନ ଗଲାଣି। ସୂଚନା ଅନୁଯାୟୀ ତେଲକୋଇ ବ୍ଲକ ର ସରେଇ ଠାରେ ଆଜି କୋଭିଡ ଟିକାକରଣ ହେଉଛି । ଟିକାକରଣ ରେ ପରିଚୟ ପତ୍ର ଆଵଶ୍ୟକତା ଥିବାରୁ କରଦାଙ୍ଗୀ କ୍ଷେତ୍ରମୁଣ୍ଡା ସାହିର ଜେମାଦର ମହାକୁଡ଼ ଏବଂ ତାଙ୍କ ପତ୍ନୀ ପାନ ମହାକୁଡ଼ ଗାଁ ନିକଟସ୍ଥ ପୁରୁଣାପାଣି ନାଳ ଡେଇଁ ଆମ୍ବତରାଇ ସାହିକୁ ଜେରକ୍ସ କରିବାକୁ ଯାଇଥିଲେ। କାମସାରି ଜେମାଦାର ଆଗରେ ଆସିଥିଲେ। ନାଳ ପାରି ହେବାବେଳେ ସେ ପାଣିରେ ବୁଡି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

କିଛି ସମୟ ପରେ ଅନ୍ୟ ଲୋକ ମାନଙ୍କ ସହ ତାଙ୍କ ପତ୍ନୀ ନାଳ ପାଖରେ ପହଁଚି ଦେଖିବା ବେଳକୁ କିଛି ଦୂରରେ ତାଙ୍କ ସ୍ବାମୀ ଜେମାଦାର ପାଣିରେ ଭାସୁଥିବା ଦେଖି ପାଟିତୁଣ୍ଡ କରିବାରୁ ଲୋକେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସେଠାରୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେଲକୋଇ ପୋଲିସ ଏବାବଦରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରକାଶଯୋଗ୍ୟ ଯେ ଗତ 2 ମାସ ଏଭଳି ଘଟଣା ବାରମ୍ବାର ଘଟିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

28 Aug 2021 By The Sakala

ତେଲକୋଇ ଅଞ୍ଚଳରେ ପୁଣି ନାଳରେ ବୁଡି ଜଣଙ୍କର ମୃତ୍ୟୁ,କରୋନା ଟୀକା ନେବାକୁ ଯାଇ ଆଧାର ଜେରକ୍ସ କରି ଫେଇବା ବେଳେ ଅଘଟଣ

ତେଲକୋଇ/କେନ୍ଦୁଝର : ତେଲକୋଇ ଥାନା ଅଞ୍ଚଳରେ ପୁଣି ଅଘଟଣ ଘଟି ଜଣେ ବ୍ୟକ୍ତି ନାଳରେ ବୁଡି ମୃତ୍ୟୁବରଣ କରିଛନ୍ତି। ଏଭଳି ଘଟଣା ତେଲକୋଇ ଅଞ୍ଚଳରେ ଅନେକ ଘଟିଗଲାଣି। ଗତ 2 ମାସ ମଧ୍ୟରେ ସମାନ ଢଙ୍ଗରେ 5 ଜଣ ବ୍ୟକ୍ତିଙ୍କର ଜୀଵନ ଗଲାଣି। ସୂଚନା ଅନୁଯାୟୀ ତେଲକୋଇ ବ୍ଲକ ର ସରେଇ ଠାରେ ଆଜି କୋଭିଡ ଟିକାକରଣ ହେଉଛି । ଟିକାକରଣ ରେ ପରିଚୟ ପତ୍ର ଆଵଶ୍ୟକତା ଥିବାରୁ କରଦାଙ୍ଗୀ କ୍ଷେତ୍ରମୁଣ୍ଡା ସାହିର ଜେମାଦର ମହାକୁଡ଼ ଏବଂ ତାଙ୍କ ପତ୍ନୀ ପାନ ମହାକୁଡ଼ ଗାଁ ନିକଟସ୍ଥ ପୁରୁଣାପାଣି ନାଳ ଡେଇଁ ଆମ୍ବତରାଇ ସାହିକୁ ଜେରକ୍ସ କରିବାକୁ ଯାଇଥିଲେ। କାମସାରି ଜେମାଦାର ଆଗରେ ଆସିଥିଲେ। ନାଳ ପାରି ହେବାବେଳେ ସେ ପାଣିରେ ବୁଡି ଯାଇଥିଲେ।

କିଛି ସମୟ ପରେ ଅନ୍ୟ ଲୋକ ମାନଙ୍କ ସହ ତାଙ୍କ ପତ୍ନୀ ନାଳ ପାଖରେ ପହଁଚି ଦେଖିବା ବେଳକୁ କିଛି ଦୂରରେ ତାଙ୍କ ସ୍ବାମୀ ଜେମାଦାର ପାଣିରେ ଭାସୁଥିବା ଦେଖି ପାଟିତୁଣ୍ଡ କରିବାରୁ ଲୋକେ ସ୍ଥାନୀୟ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ସେଠାରୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେଲକୋଇ ପୋଲିସ ଏବାବଦରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରକାଶଯୋଗ୍ୟ ଯେ ଗତ 2 ମାସ ଏଭଳି ଘଟଣା ବାରମ୍ବାର ଘଟିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଆଲୋଚନା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର