‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା
ଭୁବନେଶ୍ବର: ରାଜ୍ୟର ସ୍ବାର୍ଥ ରକ୍ଷା ଏବଂ ହକ୍ ପାଇବା ପାଇଁ ଓଡ଼ିଶାରୁ ଦିଲ୍ଲୀ ଯାଏଁ ଲଢ଼େଇ ଜାରି ରଖିଛି ବିଜୁ ଜନତା ଦଳ । ଆନ୍ତଃରାଜ୍ୟ ଜଳ ବିବାଦ ହେଉ କି ରେଳ ଡିଭିଜନ ଉଚ୍ଛେଦ ଅବା ସୀମା ପୁନଃନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗ, ସବୁଥିରେ ରାଜ୍ୟ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସିଛି ବିଜେଡି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ହକ୍ ପାଇଁ ମିଳିତ ଲଢ଼େଇ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂସଦରେ କେନ୍ଦ୍ର ସରକାର ଆଣିଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଯୋଗଦେବା ପରେ ଜାତୀୟ ରାଜନୀତିରେ ବିଜେଡିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ଜାତୀୟ ସ୍ବାର୍ଥ ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ହୋଇଥିବା ଦଳଗୁଡ଼ିକୁ ନେଇ ଗଠିତ ଇଣ୍ଡିଆ ମେଣ୍ଟର ଗତକାଲି ଓ ଆଜି ନୂଆଦିଲ୍ଲୀରେ ବୈଠକ ହୋଇଥିଲା ଏବଂ ଏଥିରେ ସାମିଲ ହୋଇଥିଲେ ମାନସ । ଏହି ବୈଠକରେ ଯୋଗଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥଲେ । ନବୀନଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ଜାତୀୟ ରାଜନୀତିରେ ବିଜେଡିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ବୈଠକରେ ଯୋଗଦେବା ସଂପର୍କରେ ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ସୀମା ପୁନଃ ନିର୍ଦ୍ଧାରଣ ବିଲ୍ରେ ଓଡ଼ିଶାର ଏବଂ ଓଡ଼ିଆଙ୍କ ରାଜନୈତିକ ପରିଚୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଯେଉଁ ପ୍ରସଙ୍ଗ ଯେଉଁ ମେଣ୍ଟ ଉତ୍ଥାପନ କରିବ, ସେମାନଙ୍କ ସହ ଆମେ ଅଛୁ। କେନ୍ଦ୍ର ସରକାର ଯେଉଁ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଣିଥିଲେ, ସେଥିରେ ଓଡ଼ିଶାର ସ୍ୱାର୍ଥ ବହୁମାତ୍ରାରେ ହ୍ରାସ ହେବାକୁ ଯାଉଥିଲା। ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମଧ୍ୟ ଏଥିରୁ ବେଶ୍ କ୍ଷତି ହୋଇଥାନ୍ତା। ସେଥିପାଇଁ ସେମାନେ ଆମ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ। ମୋର ନେତାଙ୍କ ନିର୍ଦ୍ଦେଶକ୍ରମେ ମୁଁ ଶୁକ୍ରବାର ୧୦ଟା ବେଳେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲି। ସେଠାରେ ବିରୋଧୀ ଦଳର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ। ସେଠାରେ ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ଆମେ ଇଣ୍ଡିଆ ମେଣ୍ଟ ସହ ନାହୁଁ। ତେବେ ଓଡ଼ିଶାର ସ୍ୱାର୍ଥ ସହ ଆମେ ସବୁବେଳେ ରହିଛୁ। ଆଗରୁ ଏନଡିଏକୁ ଆମ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ବହୁବାର ସମର୍ଥନ ଦେଇଛୁ। ତେବେ ବର୍ତ୍ତମାନ ଆମ ରାଜ୍ୟର ସ୍ୱାର୍ଥ ବ୍ୟାହତ ହେଉଥିବାରୁ ବାଧ୍ୟ ହୋଇ ଆମେ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିଲୁ। ଆମ ଦାବିକୁ ସମସ୍ତେ ହୃଦତାର ସହ ଗ୍ରହଣ କରିଥିବା ଶ୍ରୀ ମଙ୍ଗରାଜ କହିଛନ୍ତି।
ସେହିପରି ଗତକାଲି ବିଲ୍ କାଟ ଖାଇବା ପରେ ଶନିବାର ମଧ୍ୟ ଖଡଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଁ ଆମର ସଭାପତିଙ୍କ ନିର୍ଦ୍ଦେଶରେ ଯୋଗ ଦେଇଥିଲି। ବୈଠକରେ ଓଡ଼ିଶା ସହ ନବୀନ ପଟ୍ଟନାୟକ ଏବଂ ବିଜେଡିର ବିଜୟ ହୋଇଥିବା ନେଇ ସମସ୍ତେ ମତବ୍ୟକ୍ତ କରିଥିଲେ। ସମସ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ପ୍ରସଙ୍ଗରେ ସମସ୍ତେ ହୃଦୟତା ଦେଖାଇଥିବାରୁ ମୁଁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲି। ଶ୍ରୀ ମଙ୍ଗରାଜ କହିଛନ୍ତି ଯେ କଂଗ୍ରେସ ସହ କୌଣସି ମେଣ୍ଟ ହୋଇନାହିଁ। ଆଗକୁ କଣ ହେବ, ନହେବ ଆମର ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଆମେ ଓଡ଼ିଶା ସ୍ୱାର୍ଥ ସହ ସବୁବେଳେ ରହିଆସିଛୁ। ଓଡ଼ିଶାର ସ୍ୱାର୍ଥ ସହ ଯିଏ ବାହାରିବ, ଆମେ ତାଙ୍କ ସହିତ ରହିବୁ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ମହିଳାଙ୍କୁ ଢାଲ କରି ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ଆମ ଉପରୁ ଲଦି ଦିଆଯିବାକୁ ଚେଷ୍ଟା କରାଯାଉଥିଲା। ଏହି ବିଲ୍ ପାରିତ ହୋଇଥିଲେ ଜାତୀୟସ୍ତରରେ ଆମେ ଆମର ପ୍ରାସଙ୍ଗିକତା ହରାଇଥାନ୍ତୁ। ତେଣୁ ଏହାକୁ ଷଡ଼ଯନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଜାତୀୟସ୍ତରରେ ଓଡ଼ିଶାର ପ୍ରାଧାନ୍ୟ ଏବଂ ସାଢେ଼ ୪ କୋଟିଙ୍କର ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ଆମ ପ୍ରଥମ କାର୍ଯ୍ୟ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ନେଇ ଆରମ୍ଭରୁ ବିଜେଡି ସଭାପତିଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିବାରୁ ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ରାଜ୍ୟ ସ୍ବାର୍ଥ ପାଇଁ ସାମିଲ ହୋଇଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
ଇଣ୍ଡିଆ ମେଣ୍ଟ ବୈଠକରେ ମାନସ ମଙ୍ଗରାଜ ସାମିଲ ହେବା ନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଏଠି ମେଣ୍ଟ କଥା ନାହିଁ. ସମ୍ଭିଧାନ କଥା ଓଡିଆ ଅସ୍ମିତାର କଥା ରହିଛି । ଓଡିଶା ତା’ର ପ୍ରାପ୍ୟ ପାଇବା ଉଚିତ୍ । ଜାତୀୟ ଦଳ ହିସାବରେ ଓଡିଶାର ୨୦ ବିଜେପି ସାଂସଦ ଏହି ଦାବି ଉଠାଇବା କଥା, କିନ୍ତୁ ତାହା କରୁନାହାନ୍ତି । କେନ୍ଦ୍ରରେ ସରକାର ଗଠନ ପାଇଁ ଓଡ଼ିଶା ୨୦ ବିଜେପି ସାଂସଦ ପଠାଇ କାହିଁକି ଅବହେଳାର ଶିକାର ହେବ ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି ତେଣୁ ସୀମା ପୁନଃ ନିର୍ଦ୍ଧାରଣ ବିଲ ପ୍ରସଙ୍ଗରେ ଯଦି ଯେତେ ବିରୋଧୀ ଦଳ ଅଛନ୍ତି, ସାଙ୍ଗ ହୋଇ ପ୍ରାପ୍ୟ ପାଇବାଦକୁ ଏକାଠି ହେଲେ , ତାହେଲେ ଅସୁବିଧା କ’ଣ ବୋଲି ସେ କହିଛନ୍ତି । ପ୍ରସଙ୍ଗ ଭିତ୍ତିକ ଲଢେଇ ଚାଲିଛି । ଭବିଷ୍ୟତ କହିବ କ’ଣ ହେବ, କିନ୍ତୁ ଓଡିଶା ସ୍ୱାର୍ଥ ପାଇଁ ଯିଏ ଆଗକୁ ଆସିବ ସ୍ୱାଗତ କରାଯିବ ବୋଲି ଡ. ସାହୁ କହିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ପିସିସି ସଭାପତି ଭକ୍ତ ଦାସ ଏ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଏ ପ୍ରସଙ୍ଗରେ ସବୁ ବିରୋଧୀ ଏକାଠି ହେବା ଆବଶ୍ୟକ ଥିଲା । ଏକାଠି ହେଲେ । ଓଡିଶାରୁ ବିଜେପିର ୨୦ଜଣ ସାଂସଦ ଏ ପ୍ରସଙ୍ଗରେ ନିରବ ରହିଲେ । କେହି ରାଜ୍ୟର ସ୍ବାର୍ଥ ପାଇଁ ସ୍ୱର ନ ଉଠାଲେ ନାହିଁ । ନବୀନ ପଟନାୟକ ଏ ପ୍ରସଙ୍ଗରେ ବାରମ୍ବାର ସ୍ୱର ଉଠାଇଛନ୍ତି । ତେଣୁ ପ୍ରସଙ୍ଗ ଭିତ୍ତିରେ ବିଜେଡି ସମର୍ଥନ ଦେଉଛି । ରେଳବାଇ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ବିରୋଧୀ ଦଳମାନେ ଏକାଠି ହୋଇଥିଲେ ବୋଲି ଭକ୍ତ କହିଛନ୍ତି ।