ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରୁ ଏବେ ମଧ୍ୟ ଲିଭିନାହିଁ। ଏପରିସ୍ଥଳେ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ସହିତ ସେଠାକାର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦୁର୍ବ୍ୟବହାର ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟର ଆଇନ ବ୍ୟବସ୍ଥା ଓ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିଛି।  

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ସେକ୍ରେଟାରୀ ଜେନେରାଲ ରକି ଦାସ ଘଟଣାଟିକୁ ଗୁରୁତର ସହିତ ନେଇ ଅତ୍ୟାଚାରର ଶିକାର ହୋଇଥିବା ୨ ଅଧିକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଡ. ଲେନିନ ମହାନ୍ତି କହିଥିଲେ ଯେ ଲୋକ ଭବନରେ ଲୋକଙ୍କ ପ୍ରତି ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ଏହି ଲୋକ ଭବନ ଭିତରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଦ୍ୱାରା ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ଉପରେ ଅତ୍ୟାଚାର ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।  ଏହି ଘଟଣାର ଅଭିଯୋଗ ପାଇବା ପରେ ପୁଲିସ ଡିଜି ଏକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଆମର ପ୍ରଶ୍ନ ଏହି ଘଟଣା ଲୋକ ଭବନର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ଥିବାରୁ ଏହା ରାଜ୍ୟପାଳ ମହୋଦୟଙ୍କ ଜ୍ଞାତସାରରେ ଅଛି ନା ନାହିଁ? ଲୋକ ଭବନରେ ଲୋକଙ୍କ ପ୍ରତି ପୁଣି ଜଣେ ଓଡ଼ିଆ ଅଧିକାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ହେବା ସାଙ୍ଘାତିକ କଥା। ଛାତ୍ର ନେତା ରକି ଦାସ ଓ ଚିନ୍ମୟ ଦାସ ମଧ୍ୟ ନିଜ ବକ୍ତବ୍ୟରେ ଘଟଣାର ନିନ୍ଦା କରିବା ସହିତ ଅତ୍ୟାଚାରର ଶିକାର ହୋଇଥିବା ଅଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ୭୯ତମ ପଣାଯାତ୍ରା ଉଦ୍‌ଘାଟିତ: ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା

18 Apr 2026 By Madhusudan Das

ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

ଭୁବନେଶ୍ୱର: ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରୁ ଏବେ ମଧ୍ୟ ଲିଭିନାହିଁ। ଏପରିସ୍ଥଳେ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ସହିତ ସେଠାକାର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଦୁର୍ବ୍ୟବହାର ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିବା ସହିତ ରାଜ୍ୟର ଆଇନ ବ୍ୟବସ୍ଥା ଓ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିଛି।  

ଶନିବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ସେକ୍ରେଟାରୀ ଜେନେରାଲ ରକି ଦାସ ଘଟଣାଟିକୁ ଗୁରୁତର ସହିତ ନେଇ ଅତ୍ୟାଚାରର ଶିକାର ହୋଇଥିବା ୨ ଅଧିକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଡ. ଲେନିନ ମହାନ୍ତି କହିଥିଲେ ଯେ ଲୋକ ଭବନରେ ଲୋକଙ୍କ ପ୍ରତି ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି। କିନ୍ତୁ ଏହି ଲୋକ ଭବନ ଭିତରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ଦ୍ୱାରା ଜଣେ ଓଡ଼ିଆଙ୍କ ସମେତ ୨ ଜଣ ଆଇଆରଏସ ଅଧିକାରୀଙ୍କ ଉପରେ ଅତ୍ୟାଚାର ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି।  ଏହି ଘଟଣାର ଅଭିଯୋଗ ପାଇବା ପରେ ପୁଲିସ ଡିଜି ଏକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଆମର ପ୍ରଶ୍ନ ଏହି ଘଟଣା ଲୋକ ଭବନର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ଥିବାରୁ ଏହା ରାଜ୍ୟପାଳ ମହୋଦୟଙ୍କ ଜ୍ଞାତସାରରେ ଅଛି ନା ନାହିଁ? ଲୋକ ଭବନରେ ଲୋକଙ୍କ ପ୍ରତି ପୁଣି ଜଣେ ଓଡ଼ିଆ ଅଧିକାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ହେବା ସାଙ୍ଘାତିକ କଥା। ଛାତ୍ର ନେତା ରକି ଦାସ ଓ ଚିନ୍ମୟ ଦାସ ମଧ୍ୟ ନିଜ ବକ୍ତବ୍ୟରେ ଘଟଣାର ନିନ୍ଦା କରିବା ସହିତ ଅତ୍ୟାଚାରର ଶିକାର ହୋଇଥିବା ଅଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର