କୂଅ ସଫା କଲାବେଳେ ଅଘଟଣ; ଭିଣୋଇଙ୍କୁ ରକ୍ଷା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ଶଳା ମୃତ

The Sakala Picture
Published On

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ […]

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଶଳା ହେଲେ କାଳିଆହତା ଗ୍ରାମର ନିରଞ୍ଜନ ମହାନ୍ତ (୩୫) ଓ ଗୁରୁତର ଭିଣୋଇ ହେଲେ ବାଦିବିଲ ଗ୍ରାମର ବ୍ରହ୍ମାନନ୍ଦ ମହାନ୍ତ (୩୫) ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ତେବେ ସୂଚନା ଅନୁଯାୟୀ ବ୍ରହ୍ମାନନ୍ଦଙ୍କ ଘରେ ଥିବା କୂଅ ଗ୍ରୀଷ୍ମ ଦିନେ ଶୁଖି ଯାଉଥିବାରୁ କୂଅକୁ ଗଭୀର ଖୋଳିବା ପାଇଁ ନିଜେ ପାଣି ମୋଟର ଲଗାଇ ପାଣି ସୁଖାଉ ଥିଲେ । ପାଣି ଶୁଖିବା ପରେ ନିଜେ କୂଅକୁ ଓଲ୍ହାହି ଥିଲେ । ଅମ୍ଳଜାନ ଅଭାବରୁ ବ୍ରହ୍ମାନନ୍ଦଙ୍କ ଶ୍ୱାସରୁଦ୍ଧ ହେବାରୁ ସେ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଥିଲେ । ପାଖରେ ଶଳା ନିରଞ୍ଜନ ଥିବାରୁ ସଙ୍ଗେ ସଙ୍ଗେ କୂଅରେ ଝୁଲୁ ଥିବା ଦଉଡ଼ିରେ ଭିଣୋଇଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଚାଲି ଯାଇଥିଲେ । ସଙ୍ଗେ ସଙ୍ଗେ ଭିଣୋଇଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ ଓ ବାହାରେ ଥିବା ଲୋକେ ତାଙ୍କୁ ଉପରକୁ ଉଠାଇ ଆଣିଥିଲେ । ପରେ ନିରଞ୍ଜନଙ୍କୁ ଉଦ୍ଧାର କରିବାକୁ ଲୋକ ମାନେ ସଙ୍ଗେ ସଙ୍ଗେ ଦଉଡ଼ିକୁ କୂଅ ଭିତରକୁ ପକାଇ ଥିଲେ । ମାତ୍ର ନିରଞ୍ଜନ ସେତେବେଳେ ସଂଜ୍ଞାହୀନ ହୋଇ ପଡିଥିବାରୁ ଦଉଡ଼ିକୁ ଆଉ ଧରି ପାରି ନଥିଲେ । ଫଳରେ କୂଅ ଭିତରେ ନିରଞ୍ଜନଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟ ପଟେ ଭିଣୋଇ ବ୍ରହ୍ମାନନ୍ଦଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର