ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କୂଅ ସଫା କଲାବେଳେ ଅଘଟଣ; ଭିଣୋଇଙ୍କୁ ରକ୍ଷା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ଶଳା ମୃତ

The Sakala Picture
Published On

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ […]

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଶଳା ହେଲେ କାଳିଆହତା ଗ୍ରାମର ନିରଞ୍ଜନ ମହାନ୍ତ (୩୫) ଓ ଗୁରୁତର ଭିଣୋଇ ହେଲେ ବାଦିବିଲ ଗ୍ରାମର ବ୍ରହ୍ମାନନ୍ଦ ମହାନ୍ତ (୩୫) ।

ଆହୁରି ପଢ଼ନ୍ତୁ: ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି

ତେବେ ସୂଚନା ଅନୁଯାୟୀ ବ୍ରହ୍ମାନନ୍ଦଙ୍କ ଘରେ ଥିବା କୂଅ ଗ୍ରୀଷ୍ମ ଦିନେ ଶୁଖି ଯାଉଥିବାରୁ କୂଅକୁ ଗଭୀର ଖୋଳିବା ପାଇଁ ନିଜେ ପାଣି ମୋଟର ଲଗାଇ ପାଣି ସୁଖାଉ ଥିଲେ । ପାଣି ଶୁଖିବା ପରେ ନିଜେ କୂଅକୁ ଓଲ୍ହାହି ଥିଲେ । ଅମ୍ଳଜାନ ଅଭାବରୁ ବ୍ରହ୍ମାନନ୍ଦଙ୍କ ଶ୍ୱାସରୁଦ୍ଧ ହେବାରୁ ସେ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଥିଲେ । ପାଖରେ ଶଳା ନିରଞ୍ଜନ ଥିବାରୁ ସଙ୍ଗେ ସଙ୍ଗେ କୂଅରେ ଝୁଲୁ ଥିବା ଦଉଡ଼ିରେ ଭିଣୋଇଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଚାଲି ଯାଇଥିଲେ । ସଙ୍ଗେ ସଙ୍ଗେ ଭିଣୋଇଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ ଓ ବାହାରେ ଥିବା ଲୋକେ ତାଙ୍କୁ ଉପରକୁ ଉଠାଇ ଆଣିଥିଲେ । ପରେ ନିରଞ୍ଜନଙ୍କୁ ଉଦ୍ଧାର କରିବାକୁ ଲୋକ ମାନେ ସଙ୍ଗେ ସଙ୍ଗେ ଦଉଡ଼ିକୁ କୂଅ ଭିତରକୁ ପକାଇ ଥିଲେ । ମାତ୍ର ନିରଞ୍ଜନ ସେତେବେଳେ ସଂଜ୍ଞାହୀନ ହୋଇ ପଡିଥିବାରୁ ଦଉଡ଼ିକୁ ଆଉ ଧରି ପାରି ନଥିଲେ । ଫଳରେ କୂଅ ଭିତରେ ନିରଞ୍ଜନଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟ ପଟେ ଭିଣୋଇ ବ୍ରହ୍ମାନନ୍ଦଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

02 Jun 2022 By The Sakala

କୂଅ ସଫା କଲାବେଳେ ଅଘଟଣ; ଭିଣୋଇଙ୍କୁ ରକ୍ଷା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ଶଳା ମୃତ

ତେଲକୋଇ: ଭିତରେ ପଶି ସଫା କରୁଥିଲେ କୂଅ । ଶ୍ଵାସ ରୁଦ୍ଧ ହେବାରୁ ଚିତ୍କାର କଲେ । ଡାକ ଶୁଣି ଭିଣୋଇକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଗଲା ଶଳା ଓ ଭିଣୋଇକୁ ଉଦ୍ଧାର କଲା । ହେଲେ ସେଇ କୂଅ ଭିତରେ ଶ୍ଵାସ ରୁଧରେ ଜୀବନ ହାରିଲେ ଶଳା । ଅନ୍ୟପଟେ ଭିଣୋଇଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ବାଦିବିଲ ଗ୍ରାମରେ ଦେଖିବାକୁ ମିଳିଛି । ମୃତକ ଶଳା ହେଲେ କାଳିଆହତା ଗ୍ରାମର ନିରଞ୍ଜନ ମହାନ୍ତ (୩୫) ଓ ଗୁରୁତର ଭିଣୋଇ ହେଲେ ବାଦିବିଲ ଗ୍ରାମର ବ୍ରହ୍ମାନନ୍ଦ ମହାନ୍ତ (୩୫) ।

ତେବେ ସୂଚନା ଅନୁଯାୟୀ ବ୍ରହ୍ମାନନ୍ଦଙ୍କ ଘରେ ଥିବା କୂଅ ଗ୍ରୀଷ୍ମ ଦିନେ ଶୁଖି ଯାଉଥିବାରୁ କୂଅକୁ ଗଭୀର ଖୋଳିବା ପାଇଁ ନିଜେ ପାଣି ମୋଟର ଲଗାଇ ପାଣି ସୁଖାଉ ଥିଲେ । ପାଣି ଶୁଖିବା ପରେ ନିଜେ କୂଅକୁ ଓଲ୍ହାହି ଥିଲେ । ଅମ୍ଳଜାନ ଅଭାବରୁ ବ୍ରହ୍ମାନନ୍ଦଙ୍କ ଶ୍ୱାସରୁଦ୍ଧ ହେବାରୁ ସେ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଥିଲେ । ପାଖରେ ଶଳା ନିରଞ୍ଜନ ଥିବାରୁ ସଙ୍ଗେ ସଙ୍ଗେ କୂଅରେ ଝୁଲୁ ଥିବା ଦଉଡ଼ିରେ ଭିଣୋଇଙ୍କୁ ଉଦ୍ଧାର କରିବାକୁ କୂଅ ଭିତରକୁ ଚାଲି ଯାଇଥିଲେ । ସଙ୍ଗେ ସଙ୍ଗେ ଭିଣୋଇଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ ଓ ବାହାରେ ଥିବା ଲୋକେ ତାଙ୍କୁ ଉପରକୁ ଉଠାଇ ଆଣିଥିଲେ । ପରେ ନିରଞ୍ଜନଙ୍କୁ ଉଦ୍ଧାର କରିବାକୁ ଲୋକ ମାନେ ସଙ୍ଗେ ସଙ୍ଗେ ଦଉଡ଼ିକୁ କୂଅ ଭିତରକୁ ପକାଇ ଥିଲେ । ମାତ୍ର ନିରଞ୍ଜନ ସେତେବେଳେ ସଂଜ୍ଞାହୀନ ହୋଇ ପଡିଥିବାରୁ ଦଉଡ଼ିକୁ ଆଉ ଧରି ପାରି ନଥିଲେ । ଫଳରେ କୂଅ ଭିତରେ ନିରଞ୍ଜନଙ୍କ ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟ ପଟେ ଭିଣୋଇ ବ୍ରହ୍ମାନନ୍ଦଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର