ପୌର ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
କେନ୍ଦ୍ରାପଡା: ରାତି ପାହିଲେ ପୌର ନିର୍ବାଚନ। ଦୀର୍ଘ ୧୧ ବର୍ଷ ପରେ ଜିଲ୍ଲାରେ ଏହି ନିର୍ଵାଚନ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ରାପଡା ପୌରାଞ୍ଚଳର ୨୧ଟି ୱାର୍ଡ ପାଇଁ ୪୧ଟି ବୁଥର ବ୍ୟବସ୍ଥା ହୋଇଛି। ଏଥିପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ପୋୖରାଞ୍ଚଳର ୪୧ଟି ବୁଥକୁ ପୋଲିଂ ପାର୍ଟି ପଠାଯାଇଛି। ୩ଟି ପିଙ୍କ ବୁଥରେ କେବଳ ମହିଳା ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ନିର୍ଦେଶ ରହିଛି। ଏମିତିକି ଏହି ପିଙ୍କ ବୁଥରେ ସୁରକ୍ଷା […]
କେନ୍ଦ୍ରାପଡା: ରାତି ପାହିଲେ ପୌର ନିର୍ବାଚନ। ଦୀର୍ଘ ୧୧ ବର୍ଷ ପରେ ଜିଲ୍ଲାରେ ଏହି ନିର୍ଵାଚନ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ରାପଡା ପୌରାଞ୍ଚଳର ୨୧ଟି ୱାର୍ଡ ପାଇଁ ୪୧ଟି ବୁଥର ବ୍ୟବସ୍ଥା ହୋଇଛି। ଏଥିପାଇଁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ପୋୖରାଞ୍ଚଳର ୪୧ଟି ବୁଥକୁ ପୋଲିଂ ପାର୍ଟି ପଠାଯାଇଛି। ୩ଟି ପିଙ୍କ ବୁଥରେ କେବଳ ମହିଳା ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ନିର୍ଦେଶ ରହିଛି। ଏମିତିକି ଏହି ପିଙ୍କ ବୁଥରେ ସୁରକ୍ଷା ପାଇଁ ମଧ୍ୟ ମହିଳା ପୋଲିସ କର୍ମଚାରୀ ରହିବା ନେଇ ବ୍ୟବସ୍ଥା ହୋଇଛି। ସେହିପରି ୩ଟି ମଡ଼େଲ ବୁଥରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ୩ଟି ବୁଥରେ ଦିବ୍ୟକ୍ଷଙ୍ଗଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଇଛି। ଏମିତିକି ହୁଇଲ ଚେୟାର ବ୍ୟବସ୍ଥା ମଧ୍ୟ ହୋଇଛି। ୪୧ଟି ବୁଥରେ ୪୧ଟି ହୁଇଲ ଚେୟାର ରଖାଯାଇଛି। ଏହି ନିର୍ବାଚନରେ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ମୁତୟନ ହୋଇଛନ୍ତି। ଏଥର ନୂତନ ଭାବେ ବାଇକ ଏବଂ ମୋବାଇଲ ପାର୍ଟି ବ୍ୟବସ୍ଥା ହୋଇଛି। କେନ୍ଦ୍ରାପଡା ପୌରାଞ୍ଚଳକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ୭ରୁ ୮ଟି ବୁଥ ରହିଛି। ସେଥିପାଇଁ ପ୍ରତି ସେକ୍ଟରରେ ବାଇକ ଓ ମୋବାଇଲ ପାର୍ଟିର ବ୍ୟବସ୍ଥା ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।