ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଚାଟଶାଳୀରେ ୧୪ ବର୍ଷ ହେଲା ଶିକ୍ଷାଦାନ ଦେଉଛନ୍ତି ଦମ୍ପତ୍ତି

The Sakala Picture
Published On

କେନ୍ଦ୍ରାପଡା: ଅଧାରୁ ନିଜେ ପାଠ ପଢା ଛାଡିବାକୁ ପଡିଥିଲା। ଘରର ଆର୍ଥିକ ସମସ୍ୟା ଯୋଗୁ ପାଠ ପଢିପାରି ନ ଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁ କେହି ଯେମେତି ପାଠ ପଢିବାରୁ ବଞ୍ଚିତ ନ ହେବେ ସେନେଇ ଦୃଢ଼ ପ୍ରତିଜ୍ଞା କରିଥିଲେ। କାହାଠାରୁ ସ୍ୱଳ୍ପ ବେତନ ତ ଆଉକାହାକୁ ବିନା ମୂଲ୍ୟରେ ଚାଟଶାଳୀରେ ଶିକ୍ଷାଦାନକରି ପତିପତ୍ନୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତମାନ ଶିକ୍ଷାକୁ ଘରୋଇକରଣ କରଯାଇ ଟଙ୍କା ରୋଜଗାରର ମାଧ୍ୟମ କରାଯାଇଛି। ହେଲେ ଆଉ ଗାଁର ସେ […]

କେନ୍ଦ୍ରାପଡା: ଅଧାରୁ ନିଜେ ପାଠ ପଢା ଛାଡିବାକୁ ପଡିଥିଲା। ଘରର ଆର୍ଥିକ ସମସ୍ୟା ଯୋଗୁ ପାଠ ପଢିପାରି ନ ଥିଲେ। ହେଲେ ଆର୍ଥିକ ସମସ୍ୟା ଯୋଗୁ କେହି ଯେମେତି ପାଠ ପଢିବାରୁ ବଞ୍ଚିତ ନ ହେବେ ସେନେଇ ଦୃଢ଼ ପ୍ରତିଜ୍ଞା କରିଥିଲେ। କାହାଠାରୁ ସ୍ୱଳ୍ପ ବେତନ ତ ଆଉକାହାକୁ ବିନା ମୂଲ୍ୟରେ ଚାଟଶାଳୀରେ ଶିକ୍ଷାଦାନକରି ପତିପତ୍ନୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତମାନ ଶିକ୍ଷାକୁ ଘରୋଇକରଣ କରଯାଇ ଟଙ୍କା ରୋଜଗାରର ମାଧ୍ୟମ କରାଯାଇଛି। ହେଲେ ଆଉ ଗାଁର ସେ ଚାଟଶାଳୀରେ ପାଠପଢ଼ା ଦେଖିବା ସ୍ୱପ୍ନ ପାଲଟିଯାଇଛି। ଏହି ପରିପ୍ରେକ୍ଷୀରେ ଗାଁର ଚାଟଶାଳୀରେ ଶିକ୍ଷାଦାନ କରି ପରମ୍ପରା ବଞ୍ଚାଇଥିବା ମତପ୍ରକାଶ ପାଇଛିୟ ଆମେ କହୁଛୁ ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅନ୍ତର୍ଗତ ବଡ଼ପାଳ ଗ୍ରାମରେ ଚାଲୁଥିବା ଚାଟଶାଳୀ କଥା।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

ଦୀର୍ଘ ୧୪ ବର୍ଷ ହେବ ଚାଟଶାଳୀ ଶିକ୍ଷାଦାନ କରି ଆଦର୍ଶ ସାଜିଛନ୍ତି ଗୁରୁଜୀ ଅଭିମନ୍ୟୁ ଓ ଗୁରୁମା ପ୍ରମିଳା। ଦୀର୍ଘ ବର୍ଷର ଗ୍ରାମାଞ୍ଚଳରେ ଗରିବ ଛାତ୍ର ଛାତ୍ରୀଙ୍କୁ ଚାଟଶାଳୀ ଶିକ୍ଷାଦାନ କରି ବେଶ ପ୍ରଶଂସାର ପାତ୍ର ସାଜିଛନ୍ତି ଏହି ଆଦର୍ଶ ପତିପତ୍ନୀ କ୍ଷ ଅଭିମନ୍ୟୁଙ୍କ ଶିକ୍ଷା ଗତ ଯୋଗ୍ୟତା ୭ ସପ୍ତମ ପାସ ହୋଇଥିବା ବେଳେ ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ ପାସ। ପାରିବାରିକ ଦରିଦ୍ରତା ପାଇଁ ଆଉ ଅଧିକ ପାଠ ପଢିବା ସମ୍ଭବ ହୋଇ ପାରି ନ ଥିଲା। ଏତିକି ପାଠ ପଢି ମଧ୍ୟ ଅଭିମନ୍ୟୁ ଦାଦନ ଖଟିବାକୁ ବାହାରକୁ ନ ଯାଇ ନିଜ ଗାଁରେ ଏକ ଚାଟଶାଳୀ କରିବା ସହ ନିଜ ଗାଁର ପ୍ରଥମରୁ ସପ୍ତମ ଶ୍ରେଣୀର ଗରିବ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଯାହା ପାଇଁ ଅଭିମନ୍ୟୁ ଗୁରୁଜୀ ଓ ତାଙ୍କ ପତ୍ନୀ ପ୍ରମିଳା ଆଜି ଆଦର୍ଶ ଗୁରୁଜୀ ଓ ଗୁରୁମା ଭାବେ ବେଶ ପରିଚୟ ସୃଷ୍ଟି କରିପାରିଛନ୍ତି। ଗାଁର ପିଲା ମାନେ ଏହି ଚାଟଶାଳୀରେ ସାହିତ୍ୟ ବିଜ୍ଞାନ ଇଂରାଜୀ ଇତିହାସ ଭୂଗୋଳ ସମେତ ସାଧାରଣ ଜ୍ଞାନ ଓ ଭାଗବତ ଜ୍ଞାନ ଉପରେ ବେସ ପ୍ରାଧ୍ୟାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ବିକାଶ ଅପହଞ୍ଚ ହୋଇ ପଡିଥବା ଏହି ଗାଁ କୁ ଯିବାକୁ ହେଲେ ବିପଦସଙ୍କୁଳ ଏକ ବାଉଁଶ ସେତୁରେ ପାର ହେବାକୁ ପଡିଥାଏ। ଏବେବି କଚା ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ଏଭଳି ଅନୁନ୍ନତ ନିଜ ଗାଁର ଗରିବ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢାଇ ବେଶ ଖୁସିଥିବା ଗୁରୁଜୀ ଅଭିମନ୍ୟୁ ଓ ଗୁରୁମା ପ୍ରମିଳା କହିଛନ୍ତି। ଅନେକ ବିଦ୍ୟାଳୟରେ ଶିକ୍ଷାର ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ଚାଟଶାଳୀରେ ପାଠ ପଢ଼ାଉଥିବା ଅଭିମନ୍ୟୁ ଓ ପ୍ରମିଳାଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।

07 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର