କମେଣ୍ଟ ମରାକୁ ବିରୋଧ କରିବାରୁ ସ୍ବାମୀଙ୍କୁ ଭୁଜାଲି ଚୋଟ

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମେରାଇନ ଥାନା ଅଧିନ ବାହାକୁଦ ଅଞ୍ଚଳରୁ ଏକ ଅଟୋରେ କେତେଜଣ ମହିଳା ରାମନଗର ଆସୁଥିବା ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ଅଟୋରେ ମହିଳା ଯୁବତୀମାନେ ବାହାକୁଦ ଘାଟରୁ ରାମନଗର ଆସୁଥିବା ବେଳେ ଅଭିଯୁକ୍ତ ସୁଧୀର ବେହେରା ମହିଳା ଯୁବତୀଙ୍କୁ ଦେଖି କମେଣ୍ଟ ପାସ କରିଥିଲେ। ଏହାପରେ ଅଶାଳୀନ ଇଙ୍ଗିତ କରିଥିଲେ। ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ମହିଳା ଯୁବତୀଙ୍କୁ ଅଶ୍ଲୀଳ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମେରାଇନ ଥାନା ଅଧିନ ବାହାକୁଦ ଅଞ୍ଚଳରୁ ଏକ ଅଟୋରେ କେତେଜଣ ମହିଳା ରାମନଗର ଆସୁଥିବା ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ଅଟୋରେ ମହିଳା ଯୁବତୀମାନେ ବାହାକୁଦ ଘାଟରୁ ରାମନଗର ଆସୁଥିବା ବେଳେ ଅଭିଯୁକ୍ତ ସୁଧୀର ବେହେରା ମହିଳା ଯୁବତୀଙ୍କୁ ଦେଖି କମେଣ୍ଟ ପାସ କରିଥିଲେ। ଏହାପରେ ଅଶାଳୀନ ଇଙ୍ଗିତ କରିଥିଲେ। ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ମହିଳା ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏନେଇ ଅଟୋଚାଳକ ଅଭିଯୁକ୍ତ ବୁଝାସୁଝା କରିବାରୁ ତାଙ୍କୁ ଧକ୍କା ତଣ୍ଟିଆ ଦେଇ ତଳେ ଫୋପାଡ଼ି ଦେଇଥିଲେ। ଏନେଇ ଅଟୋରେ ଥିବା କାଦମ୍ବିନୀ ବେହେରା ତାଙ୍କ ସ୍ୱାମୀଙ୍କୁ ଏସମସ୍ତ ଘଟଣା ଫୋନ କରି କହିବାରୁ ସେ ଘଟଣା ସ୍ଥଳରେ ପହଞ୍ଚିଥିଲେ। କାଦମ୍ବିନୀଙ୍କ ସ୍ୱାମୀ କମେଣ୍ଟ କାହିଁକି କରୁଥିଲ ପଚାରିବାରୁ ତାଙ୍କ ମୁଣ୍ଡକୁ ଭୁଜାଲିରେ ହାଣି ଥିଲେ। ରକ୍ତାତ ଅବସ୍ଥାରେ ତଳେ ପଡିଯିବାରୁ ଅଭିଯୁକ୍ତ ସୁଧୀର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କାଦମ୍ବିନୀଙ୍କ ସ୍ୱାମୀ ମେଡିକାଲରେ ପହଞ୍ଚିଥିଲେ। ଏନେଇ କାଦମ୍ବିନୀ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୭୫/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଶୁଭଶ୍ରୀ ମୃତ୍ୟୁ ରହସ୍ୟ: ଏଯାଏଁ ମିଳିଲାନି ମୃତଦେହ, ୫ ଜଣଙ୍କୁ ଅଟକ ରଖି ପୋଲିସର ଖୋଳତାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର