ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ: ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ

Madhusudan Das Picture
Published On

କଟକ: କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରିକା ମନ୍ଦିରରେ ପୁଣିଥରେ ବନ୍ୟା ଜଳ ପ୍ରବେଶ କରିଛି। ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ହେବା ପରେ ଏଭଳି ସ୍ଥିତି ଉପୁଜିଛି। ରିପୋର୍ଟ ଅନୁଯାୟୀ, ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଖୋଲାଯିବା ପରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ଏହି ବନ୍ୟା ଜଳ ମନ୍ଦିରର ଗର୍ଭଗୃହ ନିକଟରେ ପହଞ୍ଚିଛି। ଆଗକୁ ନବରାତ୍ରୀ ପୂଜା ଆସୁଥିବାରୁ ମନ୍ଦିର ଭିତରକୁ ଅଧିକ ପାଣି ପଶିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଶର୍ବଣା ବିବେକ ଏମ୍

ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବଡ଼ମ୍ବାର ଉଭୟ ଭଟ୍ଟାରିକା ମନ୍ଦିର ଏବଂ ସିଂହନାଥ ମନ୍ଦିର ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ କରାଯାଇଛି। ବଢ଼ୁଥିବା ଜଳସ୍ତର ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱରରେ CEO ଅଫିସ୍ ଘେରାଉ କଲା ରାଜ୍ୟ କଂଗ୍ରେସ

ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଯଦି ଜଳସ୍ତର ଆହୁରି ଦୁଇ ଫୁଟ ବୃଦ୍ଧି ପାଏ, ତେବେ ମା’ ଭଟ୍ଟାରିକାଙ୍କ ମୂର୍ତ୍ତିକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ବନ୍ୟା ସ୍ଥିତି ସତ୍ତ୍ୱେ ମା’ଙ୍କ ଦୈନନ୍ଦିନ ରୀତିନୀତି ଏବଂ ପାରମ୍ପରିକ ପୂଜାର୍ଚ୍ଚନା ଅବ୍ୟାହତ ରହିଛି ବୋଲି ମନ୍ଦିରର ପୂଜକ ଶିରୀଷ ରଣା ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁମାନଙ୍କୁ ନିଷିଦ୍ଧାଞ୍ଚଳଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପର୍ଯ୍ୟଟକଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର