ନବମ ଶ୍ରେଣୀ ଛାତ୍ର ଅଣ୍ଟା‌ରୁ ବନ୍ଧୁକ ଜବତ; ଧରିପକାଇବାରୁ ଶିକ୍ଷକଙ୍କୁ ଧମକ...

Deviprasad Mohanty Picture
Published On

କେନ୍ଦ୍ରାପଡ଼ା,: ଜଣେ ନବମ ଶ୍ରେଣୀ ଛାତ୍ର ଅଣ୍ଟାରେ ବନ୍ଧୁକ ଖୋସି ସ୍କୁଲକୁ ଆସିବା ଏବଂ ଖେଳ ଶିକ୍ଷକଙ୍କୁ ଧମକ ଦେବା ଭଳି ଚାଞ୍ଚଲ୍ୟକର ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି। ଗରଦପୁର ଅଞ୍ଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଏହି ଘଟଣା ଘଟିଛି। କୁଦାନଗରୀ ପୁଲିସ ସଂପୃକ୍ତ ଛାତ୍ରକୁ ଅଟକ ରଖିବା ସହ ତା’ଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। ଛାତ୍ରଜଣଙ୍କ ଧାନମଣ୍ଡଳ ଅଞ୍ଚଳର ବୋଲି ଜଣାଯାଇଛି। ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇବା ପରେ ବାଳସୁଧାର ଗୃହକୁ ପଠାଇ ଦିଆଯିବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନାନୁଯାୟୀ, ଛାତ୍ରଜଣଙ୍କ ଆଜି ଏକ ବନ୍ଧୁକ ଓ ଗୁଳି ନେଇ ସ୍କୁଲକୁ ନେଇ ଆସିଥିଲା। ବନ୍ଧୁକଟି ତା’ ଅଣ୍ଟାରେ ଖୋସା ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରୁ କଥା ସ୍କୁଲ କର୍ତ୍ତୃପକ୍ଷଙ୍କ କାନକୁ ଯାଇଥିଲା। ସ୍କୁଲ ଖେଳ ଶିକ୍ଷକ ବନ୍ଧୁକକୁ ଜବତ କରିବାରୁ ଏଥିରେ ଛାତ୍ରଜଣଙ୍କ ରାଗି ନିଆଁବାଣ ହୋଇଯାଇଥିଲା। ସେ ଶିକ୍ଷକଙ୍କୁ ମଧ୍ୟ ନାନା ଧମକଚମକ ଦେଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସ୍କୁଲ ପକ୍ଷରୁ ଏନେଇ ଅଭିଯୋଗ ହେବା ପରେ ପୁଲିସ ସ୍କୁଲରେ ପହଞ୍ଚି ବନ୍ଧୁକ ଓ ଗୁଳି ଜବତ କରିଥିଲା। ତେବେ ପୁଲିସକୁ ଦେଖି ଛାତ୍ରଜଣଙ୍କ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା। ତାକୁ ଧରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପୁଲିସ ତା’ ପରିବାରଲୋକଙ୍କୁ ଏ ସଂପର୍କରେ ଖବର ଦେବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇଛି।
ଛାତ୍ରଜଣଙ୍କ ପୂର୍ବରୁ ମଧ୍ୟ ବହୁବାର ସ୍କୁଲକୁ ବନ୍ଧୁକ ଆଣିଥିବା କର୍ତ୍ତୃପକ୍ଷ କହିଛନ୍ତି। ଏତେ ଛୋଟ ପିଲା ପାଖରେ ବନ୍ଧୁକ, ଗୁଳି କେଉଁଠୁ ଆସିଲା, କିଏ ତାକୁ ଦେଇଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ଏହା ପଛରେ ଚୋରା ବନ୍ଧୁକ ରାକେଟ୍‌ର ସଂପୃକ୍ତି ଥିବା ଅନୁମାନ କରାଯାଉଛି। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଛୋଟଚୋଟ ପିଲାଙ୍କ ଜରିଆରେ ବନ୍ଧୁକ ଚୋରା କାରବାର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପଦାକୁ ଆସିବା ପରେ ବୁଦ୍ଧିଜୀବୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ ଶିକ୍ଷା ପରିବେଶ ନିରାପଦ କରିବା ପାଇଁ ପୁଲିସ ଓ ଶିକ୍ଷା ବିଭାଗ ଦୁହିଁଙ୍କୁ ସୁଦ୍ଧାର ଓ ନିରୀକ୍ଷଣ ବଢ଼ାଇବା ଦାବି ଉଠିଛି।
ନବମ ଶ୍ରେଣୀ...

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର