ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୦ରୁ ଅଧିକ ପରିବାରଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ଡିଗ୍ରୀଧାରୀ ଗୋଚାଷୀ ପ୍ରିୟଦର୍ଶନ

The Sakala Picture
Published On

ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ଏହି ଗୋ ଫାର୍ମଟିକୁ ଆରମ୍ଭ କରିବାକୁ ପ୍ରିୟଦର୍ଶନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି ଫାର୍ମ ଆଜି ୧୦ରୁ ଅଧିକ ପରିବାରର ପେଟକୁ ଦାନା ଯୋଗାଉଛି । ଏହି ଫାର୍ମ ପାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଦୁଇ ଭାଇଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ପ୍ରିୟଦର୍ଶନ । ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର […]

ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ଏହି ଗୋ ଫାର୍ମଟିକୁ ଆରମ୍ଭ କରିବାକୁ ପ୍ରିୟଦର୍ଶନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି ଫାର୍ମ ଆଜି ୧୦ରୁ ଅଧିକ ପରିବାରର ପେଟକୁ ଦାନା ଯୋଗାଉଛି । ଏହି ଫାର୍ମ ପାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଦୁଇ ଭାଇଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ପ୍ରିୟଦର୍ଶନ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁ ଜଣେ ଉଚ୍ଚଶିକ୍ଷିତ ବୈଷୟିକ ଡିଗ୍ରୀଧାରୀ । ତେବେ ସେ ଚାକିରି ପଛରେ ନ ଧାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କ ବାଡ଼ିରେ ପ୍ରଥମେ ଏକ ଘର କରି ୩୦ଟି ଗାଈ ଆଣି ପାଳିଥିଲେ । ଏହି ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଲାଳନ ପାଳନ ନିମନ୍ତେ ତାଙ୍କୁ ତାଙ୍କ ଦୁଇ ସାନଭାଇ ବିଶ୍ୱଦର୍ଶନ ଓ ପଦାରବିନ୍ଦ ମଧ୍ୟ ସାହାଯ୍ୟ କରନ୍ତି । ତେବେ ପ୍ରିୟଦର୍ଶନ କୁହନ୍ତି ତାଙ୍କ ଏହି ଗୋ ଫାର୍ମରୁ ୨୦ଟି ଗାଈଙ୍କ ନିକଟରୁ ପ୍ରତିଦିନି ୨୦୦ଲିଟରରୁ ଉର୍ଦ୍ଧ୍ବ କ୍ଷୀର ସଂଗ୍ରହ କରିଥାନ୍ତି । ସେ ତାଙ୍କ ଘରେ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲି ନିଜ ଫାର୍ମରୁ ଉତ୍ପାଦିତ ଦୁଗ୍ଧ ଓ ସ୍ଥାନୀୟ ଅଞ୍ଚଳର ଗୋଚାଷୀମାନଙ୍କର ଉତ୍ପାଦିତ ଦୁଗ୍ଧକୁ ସେ ବିକ୍ରୟ କରିବାରେ ସାହାଯ୍ୟ କରିଥାନ୍ତି ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

କରୋନା ସମୟରେ ତାଙ୍କ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା ହେଲେ ପରବର୍ତ୍ତୀ ସମୟରେ କରୋନା ହିଁ ତାଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନର ଏକ ନୂଆ ରାହା ଦେଖାଇଥିଲା । ନଷ୍ଟ ହେଉଥିବା କ୍ଷୀରରୁ ଛେନା ଓ ଘିଅ ତିଆରି କରି ନିକଟସ୍ଥ ବଜାରରେ ବିକ୍ରୟ କରିଥିଲେ । ଏଥିସହିତ ସେ ଦୁଗ୍ଧରୁ ଦହି ଓ ପନିର ମଧ୍ୟ ତିଆରି କରି ବିକ୍ରି କରିଥିଲେ । ବର୍ତ୍ତମାନ ସମୟରେ ପ୍ରିୟଦର୍ଶନ ଫାର୍ମ ଅଞ୍ଚଳର ପର୍ବପର୍ବାଣୀ, ଭୋଜିଭାତ ପାଇଁ ଆବଶ୍ୟକୀୟ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯଥା ଦହି, ଛେନା, ପନିର ଓ ଘିଅ ଇତ୍ୟାଦି ଯୋଗାଇବାରେ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଛି । ତେବେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲା ବାହାରେ ମଧ୍ୟ ତାଙ୍କ ଦୁଗ୍ଧଜାତ ଦ୍ରବ୍ୟର ଆଦର ରହିଛି । ତାଙ୍କ ଗୋ ଫାର୍ମ ପାଇଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଆଉ ୧୦ରୁ ଅଧିକ ପରିବାରଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି । ତାଙ୍କ ମତ ହେଉଛି ଯୁବକମାନେ ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜେ ଗୋଚାଷ କରି ସ୍ୱାବଲମ୍ୱୀ ହେବା ଉଚିତ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

20 Aug 2023 By The Sakala

ନିଜେ ଆତ୍ମନିର୍ଭରଶୀଳ ହେବା ସହ ୧୦ରୁ ଅଧିକ ପରିବାରଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି ଡିଗ୍ରୀଧାରୀ ଗୋଚାଷୀ ପ୍ରିୟଦର୍ଶନ

ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ଏହି ଗୋ ଫାର୍ମଟିକୁ ଆରମ୍ଭ କରିବାକୁ ପ୍ରିୟଦର୍ଶନଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି ଫାର୍ମ ଆଜି ୧୦ରୁ ଅଧିକ ପରିବାରର ପେଟକୁ ଦାନା ଯୋଗାଉଛି । ଏହି ଫାର୍ମ ପାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ଦୁଇ ଭାଇଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ପ୍ରିୟଦର୍ଶନ ।

ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ଗ୍ରାମର ପ୍ରିୟଦର୍ଶନ ସ୍ୱାଇଁ ଜଣେ ଉଚ୍ଚଶିକ୍ଷିତ ବୈଷୟିକ ଡିଗ୍ରୀଧାରୀ । ତେବେ ସେ ଚାକିରି ପଛରେ ନ ଧାଇଁ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ତାଙ୍କ ବାଡ଼ିରେ ପ୍ରଥମେ ଏକ ଘର କରି ୩୦ଟି ଗାଈ ଆଣି ପାଳିଥିଲେ । ଏହି ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଲାଳନ ପାଳନ ନିମନ୍ତେ ତାଙ୍କୁ ତାଙ୍କ ଦୁଇ ସାନଭାଇ ବିଶ୍ୱଦର୍ଶନ ଓ ପଦାରବିନ୍ଦ ମଧ୍ୟ ସାହାଯ୍ୟ କରନ୍ତି । ତେବେ ପ୍ରିୟଦର୍ଶନ କୁହନ୍ତି ତାଙ୍କ ଏହି ଗୋ ଫାର୍ମରୁ ୨୦ଟି ଗାଈଙ୍କ ନିକଟରୁ ପ୍ରତିଦିନି ୨୦୦ଲିଟରରୁ ଉର୍ଦ୍ଧ୍ବ କ୍ଷୀର ସଂଗ୍ରହ କରିଥାନ୍ତି । ସେ ତାଙ୍କ ଘରେ ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲି ନିଜ ଫାର୍ମରୁ ଉତ୍ପାଦିତ ଦୁଗ୍ଧ ଓ ସ୍ଥାନୀୟ ଅଞ୍ଚଳର ଗୋଚାଷୀମାନଙ୍କର ଉତ୍ପାଦିତ ଦୁଗ୍ଧକୁ ସେ ବିକ୍ରୟ କରିବାରେ ସାହାଯ୍ୟ କରିଥାନ୍ତି ।

କରୋନା ସମୟରେ ତାଙ୍କ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା ହେଲେ ପରବର୍ତ୍ତୀ ସମୟରେ କରୋନା ହିଁ ତାଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନର ଏକ ନୂଆ ରାହା ଦେଖାଇଥିଲା । ନଷ୍ଟ ହେଉଥିବା କ୍ଷୀରରୁ ଛେନା ଓ ଘିଅ ତିଆରି କରି ନିକଟସ୍ଥ ବଜାରରେ ବିକ୍ରୟ କରିଥିଲେ । ଏଥିସହିତ ସେ ଦୁଗ୍ଧରୁ ଦହି ଓ ପନିର ମଧ୍ୟ ତିଆରି କରି ବିକ୍ରି କରିଥିଲେ । ବର୍ତ୍ତମାନ ସମୟରେ ପ୍ରିୟଦର୍ଶନ ଫାର୍ମ ଅଞ୍ଚଳର ପର୍ବପର୍ବାଣୀ, ଭୋଜିଭାତ ପାଇଁ ଆବଶ୍ୟକୀୟ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯଥା ଦହି, ଛେନା, ପନିର ଓ ଘିଅ ଇତ୍ୟାଦି ଯୋଗାଇବାରେ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ ଅଞ୍ଚଳରେ ପ୍ରସିଦ୍ଧିଲାଭ କରିଛି । ତେବେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲା ବାହାରେ ମଧ୍ୟ ତାଙ୍କ ଦୁଗ୍ଧଜାତ ଦ୍ରବ୍ୟର ଆଦର ରହିଛି । ତାଙ୍କ ଗୋ ଫାର୍ମ ପାଇଁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଆଉ ୧୦ରୁ ଅଧିକ ପରିବାରଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି । ତାଙ୍କ ମତ ହେଉଛି ଯୁବକମାନେ ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜେ ଗୋଚାଷ କରି ସ୍ୱାବଲମ୍ୱୀ ହେବା ଉଚିତ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର