ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

Madhusudan Das Picture
Published On

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍ । ୨୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର୍ ଅନୀତ ଗୁରୁ । GNM ଟ୍ରେନିଂ ସ୍କୁଲର ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । 

ଆହୁରି ପଢ଼ନ୍ତୁ: ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ GNM (General Nursing Midwifery) ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ PHC ଏବଂ CHC ସ୍ତରରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଥିଲା। ଏହି କାର୍ଯ୍ୟ ପାଇଁ ଅନିତ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିବା ସହ ୨,୫୦୦ ଟଙ୍କା ଲାଞ୍ଚ ଦାବି କରିଆସୁଥିଲେ । ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ପୂର୍ବ ଯୋଜନା ଅନୁଯାୟୀ ବୁଧବାର ଅପରାହ୍ନରେ ଅଫିସର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କ ନିକଟରୁ ସମସ୍ତ ଚିହ୍ନିତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଅନିତଙ୍କ ସହ ଜଡ଼ିତ ଦୁଇଟି ପୃଥକ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

22 Apr 2026 By Madhusudan Das

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍ । ୨୫୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ସେକ୍ସନ ଅଫିସର୍ ଅନୀତ ଗୁରୁ । GNM ଟ୍ରେନିଂ ସ୍କୁଲର ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । 

ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ GNM (General Nursing Midwifery) ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ PHC ଏବଂ CHC ସ୍ତରରେ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଥିଲା। ଏହି କାର୍ଯ୍ୟ ପାଇଁ ଅନିତ ଜଣେ ନର୍ସିଂ ସ୍କୁଲ ଶିକ୍ଷକଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିବା ସହ ୨,୫୦୦ ଟଙ୍କା ଲାଞ୍ଚ ଦାବି କରିଆସୁଥିଲେ । ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ସମ୍ପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ ବୁଧବାର ଅପରାହ୍ନରେ ଅଫିସର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କ ନିକଟରୁ ସମସ୍ତ ଚିହ୍ନିତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହି ଟ୍ରାପ୍ ପରେ ଭିଜିଲାନ୍ସ ପକ୍ଷରୁ ଅନିତଙ୍କ ସହ ଜଡ଼ିତ ଦୁଇଟି ପୃଥକ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର