କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବିବାରରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାର୍ଯ୍ୟ ପୂରଣ ହେବ। ସୋମ,ମଙ୍ଗଳ,ବୁଧବାରରେ  ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଗୁରୁ, ଶୁକ୍ର, ଶନିବାରରେ ବ୍ୟବସାୟରେ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ଅବସ୍ଥାରେ ଉନ୍ନତି ହେବ।  ପ୍ରେମ ସଂପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ (୦୪-୦୯-୨୦୨୬)

ବୃଷ: ରବିବାରରେ ଜୀବନରେ ନୂତନ ମୋଡ଼ ସୃଷ୍ଟି ହୋଇପାରେ। ସୋମ,ମଙ୍ଗଳ,ବୁଧବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ।  ଗୁରୁ,ଶୁକ୍ର, ଶନିବାରରେ ବିରୋଧାଭାସ  ମନୋବୃତ୍ତି ରଖି କଷ୍ଟ ପାଇବେ।  ଅର୍ଥାଭାବ ଦେଖାଦେଇପାରେ । କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଦୂରଯାତ୍ରା କରିପାରନ୍ତି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୫-୦୯-୨୦୨୬)

ମିଥୁନ: ରବିବାରରେ  ନିଜ ଲୋକଙ୍କ ସହଯୋଗ ପାଇବେ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ।  ସୋମ,ମଙ୍ଗଳ,ବୁଧବାରରେ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରିପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। 

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ରବିବାରରେ  ଆଶାବାଦୀ ଓ ଉତ୍ସାହିତ ରହିବେ। ସୋମ,ମଙ୍ଗଳ,ବୁଧବାରରେ ସାଙ୍ଗ ତଥା ପରିବାରବର୍ଗଙ୍କ ସହ ଆନନ୍ଦରେ ସମୟ କଟାଇବେ। ଗୁରୁ,ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ କରି ପ୍ରଶଂସିତ ହେବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ।

ସିଂହ: ରବିବାରରେ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ଦାମ୍ପତ୍ୟ ଜୀବନରେ ଖୁସିର ସମ୍ଭାର ଦେଖାଦେବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରି କଥା କୁହନ୍ତୁ। ଗୁରୁ,ଶୁକ୍ର, ଶନିବାରରେ ଭାଗୀଦାରୀ କାର୍ଯ୍ୟରେ ଲାଭବାନ ହେବେ। ସନ୍ତାନଙ୍କ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ରବିବାରରେ କିଛି ଅସୁବିଧାର ସମ୍ମୁଖୀନ ହେବେ। ସୋମ,ମଙ୍ଗଳ,ବୁଧବାରରେ  ଦୀର୍ଘ ଦିନର ଅସୁସ୍ଥତା ହେତୁ ଶାରୀରିକ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଯାତାୟାତ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନରେ ଅବହେଳା କରିପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ ବ୍ୟବସାୟ ସମ୍ବନ୍ଧୀୟ ନିଷ୍ପତ୍ତି ଭଲ ଭାବେ ଭାବିଚିନ୍ତି ନିଅନ୍ତୁ ।

ତୁଳା: ରବିବାରରେ  ସମସ୍ତ ବାଧାବିଘ୍ନ ଦୂର ହେବ। କୋର୍ଟ ସମ୍ବନ୍ଧୀୟ ମାମଲାଗୁଡ଼ିକର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହୋଇପାରେ। ସୋମ,ମଙ୍ଗଳ,ବୁଧବାରରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ । ଗୁରୁ,ଶୁକ୍ର, ଶନିବାରରେ ନୂତନ ନିଯୁକ୍ତି ସୁଯୋଗ ପାଇବେ। ମହିଳାମାନେ ସ୍ବାବଲମ୍ବୀ ହେବେ।  

ବିଛା: ରବିବାରରେ କୌଣସି ବିବାହ ପ୍ରସ୍ତାବ ଆସିପାରେ। ସଫଳତା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବେ। ସୋମ,ମଙ୍ଗଳ,ବୁଧବାରରେ ଅଫିସ୍ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି, ଗୁରୁ, ଶୁକ୍ର, ଶନିବାରରେ ମନରୁ  ଖରାପ ଭାବନା ଅପସରିଯିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ଧନୁ: ରବିବାରରେ କିଛି ଭଲ ଖବର ଶୁଣିବାକୁ ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇବେ। ସୋମ,ମଙ୍ଗଳ,ବୁଧବାରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।  ଗୁରୁ,ଶୁକ୍ର, ଶନିବାରରେ ଜଟିଳ କାର୍ଯ୍ୟକୁ ସଂପାଦନ କରିବାକୁ ସକ୍ଷମ ହେବ। ପରିବାର ସହ ସୁଖଦ ସମୟ କଟାଇବେ। 

ମକର: ରବିବାରରେ ମନରେ ବ୍ୟାକୁଳତା ଅନୁଭବ ହେବ। ପରିବାରରେ ସୁଖଶାନ୍ତିର ପରିବେଶ ରହିବ। ସୋମ,ମଙ୍ଗଳ,ବୁଧବାରରେ ଚିନ୍ତାରେ ବୁଡ଼ି ରହିବେ। ଶନିବାରରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ଗୁରୁ,ଶୁକ୍ର, ଶନିବାରରେ ଘରେ ଶାନ୍ତିଶୃଙ୍ଖଳା ରହିବ। ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ପ୍ରକାଶ ପାଇବ। ସାମାଜିକ ଦାୟିତ୍ବବୋଧ ବୃଦ୍ଧି ପାଇବାକୁ ଲାଗିବ। 

କୁମ୍ଭ: ରବିବାରରେ  ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ସୋମ,ମଙ୍ଗଳ,ବୁଧବାରରେ  କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି  ପାଇଁ ସଫଳତା ପାଇବେ। ଗୁରୁ,ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ପୈତୃକ ସମ୍ପତ୍ତିରେ ଭାଗୀଦାରୀ ପାଇପାରନ୍ତି।

ମୀନ: ରବିବାରରେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ।  ସୋମ,ମଙ୍ଗଳ,ବୁଧବାରରେ ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। ଗୁରୁ,ଶୁକ୍ର, ଶନିବାରରେ ନୂତନ ନିବେଶ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ବ୍ୟବସାୟୀମାନେ ଲାଭବାନ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp