ସ୍କୁଟି ବାଇକ୍ ମୁହାଁମୁହିଁ ଧକା: ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

The Sakala Picture
Published On

ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।ଜମିରେ ଧାନ କାଟୁ ଥିବା ଚାଷୀ ଆଉ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍ଥାନୀୟ […]

ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।ଜମିରେ ଧାନ କାଟୁ ଥିବା ଚାଷୀ ଆଉ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍ଥାନୀୟ କଇଥାପାଳ ଗ୍ରାମର ଖଗେଶ୍ୱର(୫୮) ନାୟକ ଆଉ ରମେଶ ନାୟକ(୫୮) ବଜାଜ ସିଟି ୧୦୦ (OR02 AE ୮୨୫୮୦) ଯୋଗେ ସିହୋପଡା ପଟରୁ ଘରକୁ ଫେରୁଥିବା ବେଳେ ଅପର ପଟୁ ଅର୍ଥାତ୍ ବରିପଡା ଆଡୁ ଓଳାଭର ଯାଉଥିବା ସୁଶାନ୍ତ ବିନ୍ଧାଣୀ(୪୮) ସ୍କୁଟି (OD 29 K ୬୦୪୦) କୁ ମୁହାଁ ମୁହିଁ ଚାଷଜମି ପାଖରେ ଥିବା ଏକ ବୁଲାଣିରେ ଧକ୍କା ଦେଇଥିଲା। ଫଳରେ ଧକ୍କା ଏତେ ଜୋରରେ ହୋଇ ଥିଲା ଯେ ସ୍କୁଟି ଆରୋହୀ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଇକ୍ ଆରୋହୀ ଜଣଙ୍କ ପଛ ପଟମୁଣ୍ଡ ପିଟି ହେବା ସହ ଆଉ ଜଣଙ୍କର ମୁହଁରେ ଗଭୀର ଆଘାତ ଲାଗିଥିଲା। ପ୍ରବଳ ବେଗରେ ରକ୍ତସ୍ରାବ ହୋଇ ଥିବା ବେଳେ ରାସ୍ତାଟି ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ କିନ୍ତୁ ବାଇକ୍ ଆରୋହୀ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି । ତେବେ ସ୍କୁଟି ଆରୋହୀ ଗୁରୁତର ହେବା ସହିତ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ମଧ୍ୟ ମେଡିକାଲ ନିଆ ଯାଇଛି ।ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ୍ କରି ଥାନାକୁ ନେଇଥିବାର ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଚାରିମାସ ତଳେ ମଧ୍ୟ ଏହି ରାସ୍ତାରେ ଦୁଇ ଯୁବକ ଗାଡି ଧକ୍କାରେ ପ୍ରାଣ ହରାଇଥିବା ବେଳେ ଗତବର୍ଷ ବି ଏହି ରାସ୍ତାର ପେଗରପଡା ଠାରେ ମଧ୍ୟ ବେପରୁଆ ଗାଡି ଚାଳନା ଯୋଗୁଁ ଦୁଇଜଣଙ୍କ ଜୀବନ ଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୃତ ଦୁଇ ଜଣ ହେଲମେଟ ପିନ୍ଧିଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟି ନଥାନ୍ତା ବୋଲି ଆଲୋଚନା ହେଉଛି । ତେବେ ରାଜକନିକା ପୁଲିସ ଦୁଇ ମୃତ ଦେହକୁ ପଞ୍ଚନାମା ନିମନ୍ତେ ଆଳିକୁ ପଠାଇ ଥିବାର ଜଣା ପଡ଼ିଛି । ଦୁଇ ଜଣଙ୍କର ମୃତ୍ୟୁ ପରେ କୈଥାପାଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

09 Dec 2023 By The Sakala

ସ୍କୁଟି ବାଇକ୍ ମୁହାଁମୁହିଁ ଧକା: ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

ଓଳାଭର: ରାଜକନିକା କଣ୍ଡିଆ ପୂର୍ତ୍ତବିଭାଗ ରାସ୍ତାର ସିହୋପଡା -ବରିପଡା ମଝି ରାସ୍ତାରେ ଆଜି ବାଇକ୍ ଆଉ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା ଦୁଇ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ସ୍କୁଟି ଆରୋହୀ ଜଣକ ବି ଗୁରୁତର ହୋଇଛନ୍ତି। ରାଜକନିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମୃତକଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।ଜମିରେ ଧାନ କାଟୁ ଥିବା ଚାଷୀ ଆଉ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସ୍ଥାନୀୟ କଇଥାପାଳ ଗ୍ରାମର ଖଗେଶ୍ୱର(୫୮) ନାୟକ ଆଉ ରମେଶ ନାୟକ(୫୮) ବଜାଜ ସିଟି ୧୦୦ (OR02 AE ୮୨୫୮୦) ଯୋଗେ ସିହୋପଡା ପଟରୁ ଘରକୁ ଫେରୁଥିବା ବେଳେ ଅପର ପଟୁ ଅର୍ଥାତ୍ ବରିପଡା ଆଡୁ ଓଳାଭର ଯାଉଥିବା ସୁଶାନ୍ତ ବିନ୍ଧାଣୀ(୪୮) ସ୍କୁଟି (OD 29 K ୬୦୪୦) କୁ ମୁହାଁ ମୁହିଁ ଚାଷଜମି ପାଖରେ ଥିବା ଏକ ବୁଲାଣିରେ ଧକ୍କା ଦେଇଥିଲା। ଫଳରେ ଧକ୍କା ଏତେ ଜୋରରେ ହୋଇ ଥିଲା ଯେ ସ୍କୁଟି ଆରୋହୀ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଛନ୍ତି।

ବାଇକ୍ ଆରୋହୀ ଜଣଙ୍କ ପଛ ପଟମୁଣ୍ଡ ପିଟି ହେବା ସହ ଆଉ ଜଣଙ୍କର ମୁହଁରେ ଗଭୀର ଆଘାତ ଲାଗିଥିଲା। ପ୍ରବଳ ବେଗରେ ରକ୍ତସ୍ରାବ ହୋଇ ଥିବା ବେଳେ ରାସ୍ତାଟି ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବେଳେ କିନ୍ତୁ ବାଇକ୍ ଆରୋହୀ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳୁଛି । ତେବେ ସ୍କୁଟି ଆରୋହୀ ଗୁରୁତର ହେବା ସହିତ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ମଧ୍ୟ ମେଡିକାଲ ନିଆ ଯାଇଛି ।ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ୍ କରି ଥାନାକୁ ନେଇଥିବାର ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଚାରିମାସ ତଳେ ମଧ୍ୟ ଏହି ରାସ୍ତାରେ ଦୁଇ ଯୁବକ ଗାଡି ଧକ୍କାରେ ପ୍ରାଣ ହରାଇଥିବା ବେଳେ ଗତବର୍ଷ ବି ଏହି ରାସ୍ତାର ପେଗରପଡା ଠାରେ ମଧ୍ୟ ବେପରୁଆ ଗାଡି ଚାଳନା ଯୋଗୁଁ ଦୁଇଜଣଙ୍କ ଜୀବନ ଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୃତ ଦୁଇ ଜଣ ହେଲମେଟ ପିନ୍ଧିଥିଲେ ହୁଏତ ଆଜି ଏଭଳି ଅଘଟଣ ଘଟି ନଥାନ୍ତା ବୋଲି ଆଲୋଚନା ହେଉଛି । ତେବେ ରାଜକନିକା ପୁଲିସ ଦୁଇ ମୃତ ଦେହକୁ ପଞ୍ଚନାମା ନିମନ୍ତେ ଆଳିକୁ ପଠାଇ ଥିବାର ଜଣା ପଡ଼ିଛି । ଦୁଇ ଜଣଙ୍କର ମୃତ୍ୟୁ ପରେ କୈଥାପାଳରେ ଶୋକର ଛାୟା ଖେଳି ଯାଇଛି।

https://www.thesakala.in/latest-odisha-news/kendrapara/scooty-bike-head-on-collision-two-bikers-dead-one-critically-injured/article-28074
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର