ଭିତରକନିକାରେ ହରିଣ ଶିକାର: ୩୦ କେଜି ମାଂସ ଜବତ, ୨ଶିକାରୀ ଗିରଫ

The Sakala Picture
Published On

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ସୁନେଇ ରୂପେଇ ଫରେଷ୍ଟ ବ୍ଲକର ହରି ସାହୁ ଓରା ନିକଟରେ ୨ଜଣ ଶିକାରୀ ଫାଶ ମାଧ୍ୟମରେ ଏକ ଅଣ୍ଡିରା ହରିଣ ଶିକାର କରିଥିଲେ । ହରିଣ ଶିକାର କରିବା ପରେ ଜଙ୍ଗଲ ଭିତରେ ପଲିଥିନ ପାଲ ପକାଇ ହରିଣକୁ କାଟିଥିଲେ । ହରିଣର ମୁଣ୍ଡ ପାଖରୁ ଚମଡାକୁ ଛାଲି ଦେବା ପରେ ଦୁଇ ଗୋଡକୁ କାଟି ତାହାକୁ ମାଂସ ବନାଇଥିଲେ । ଅନ୍ୟ ଅଂଶକୁ କାଟିବା ପୂର୍ବରୁ […]

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ସୁନେଇ ରୂପେଇ ଫରେଷ୍ଟ ବ୍ଲକର ହରି ସାହୁ ଓରା ନିକଟରେ ୨ଜଣ ଶିକାରୀ ଫାଶ ମାଧ୍ୟମରେ ଏକ ଅଣ୍ଡିରା ହରିଣ ଶିକାର କରିଥିଲେ । ହରିଣ ଶିକାର କରିବା ପରେ ଜଙ୍ଗଲ ଭିତରେ ପଲିଥିନ ପାଲ ପକାଇ ହରିଣକୁ କାଟିଥିଲେ । ହରିଣର ମୁଣ୍ଡ ପାଖରୁ ଚମଡାକୁ ଛାଲି ଦେବା ପରେ ଦୁଇ ଗୋଡକୁ କାଟି ତାହାକୁ ମାଂସ ବନାଇଥିଲେ । ଅନ୍ୟ ଅଂଶକୁ କାଟିବା ପୂର୍ବରୁ ବନବିଭାଗ ଟିମ ସେଠାରେ ପହଞ୍ଚି ୨ଶିକାରୀଙ୍କୁ କାବୁ କରି ନେଇଥିଲା । ଗିରଫ ୨ ଶିକାରୀ ହେଲେ ବଗପାଟିଆ ଗାଁର କୃଷ୍ଣଚନ୍ଦ୍ର ପରିଡା (୩୨ ବର୍ଷ) ଓ ଶଶାଙ୍କ ଶେଖର ମାଇତି (୩୫ ବର୍ଷ)।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି

ସେମାନଙ୍କ ଠାରୁ ମୁଣ୍ଡ ଲାଗିଥିବା ହରିଣ ମାଂସ ସହିତ କଟା ମାଂସ ଜବତ ହୋଇଛି । ମାଂସର ଓଜନ ୩୦ କେଜି ହେବ । ସେମାନଙ୍କ ଠାରୁ ଗୋଟିଏ କଟୁରୀ, ୨ଟି ଛୁରୀ, ୨ଟି ଫାଶ, ୪ଟି ଅଖା ବ୍ୟାଗ ଓ ଗୋଟିଏ ପଲିଥିନ ପାଲ ଜବତ କରାଯାଇଛି । ରାଜନଗର ରେଞ୍ଜ ଅଫିସର ଧନେଶ୍ୱର ରଥ ଶିକାର ସଂପର୍କରେ ଖବରପାଇ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁପ୍ତି ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ସବିତା ବେହେରା, ରଂଜିତ ରାଉତ, ବନକର୍ମଚାରୀ ହିମାଂଶୁ ରାଉତ, ଦିନବନ୍ଧୁ ଦାସ, ଦୈତାରୀ ମଲ୍ଲିକ, ବଂଶୀଧର ରାଉତ, ମନୋରଂଜନ ନାୟକ ପ୍ରମୁଖ ଜଙ୍ଗଲ ଭିତରେ ପହଁଚି ଶିକାରୀଙ୍କୁ ଗିରଫ କରିବା ସହିତ ମାଂସ ଓ ଶିଙ୍ଖ ଲାଗିଥିବା ମୁଣ୍ଡ ଜବତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାକୁ ବେଆଇନ ଘୋଷଣା କଲେ ଅଦାଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର