ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଆହ୍ବାନ

The Sakala Picture
Published On

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି। କିନ୍ତୁ […]

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି। ଭଞ୍ଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜନଗର ଏନଏସିକୁ ମ୍ଯୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ସେହିପରି ଜନବିରୋଧୀ ଓ ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ। ବିଜେଡିକୁ ଗାଳି ଦେଉଛନ୍ତି ଓ ଅପପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳ ମିଶନ ଶକ୍ତି, ବିଏସକେୱାଇ, କାଳିଆ, ଲକ୍ଷ୍ମୀ ଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏଭଳି ଜନବିରୋଧୀ ବିରୋଧୀ ଦଳକୁ ଭୋଟରେ ଜବାବ ଦେବାକୁ ପୋଲସରାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଦିନ ରାତି କାମ କରୁଛନ୍ତି । ତେଣୁ ପୋଲସରାବାସୀ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର