ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ : ଯୌତୁକ ଦିଅ ନହେଲେ ଶାଳୀକୁ ଦିଅ

The Sakala Picture
Published On

କଣ୍ଟାମାଳ : ନାବାଳିକା ଶାଳୀକୁ ବିବାହ କରିବା ଜିଦ୍‌ରେ ଶ୍ୱଶୁର ଘରେ ଉନ୍ମତ୍ତ କାଣ୍ଡ କରିଛି ଜ୍ୱାଇଁ। ଏପରିକି ଶଳାକୁ ଅପହରଣ କରି ନେଇଥିବା ବେଳେ ସଂପୃକ୍ତ ନାବାଳିକା ଶାଳୀ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମନମୁଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବୌଦ୍ଧ ଥାନା ସାମ୍ପଚ ଗ୍ରାମର ଲବ ସାହୁଙ୍କ ପୁଅ ରାଜେଶ ଗତ ୪ ବର୍ଷ ପୂର୍ବେ ମନମୁଣ୍ଡା ଥାନା ଚୌରିଆପଦର ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳୀଙ୍କୁ ବିବାହ କରିଥିଲେ। […]

କଣ୍ଟାମାଳ : ନାବାଳିକା ଶାଳୀକୁ ବିବାହ କରିବା ଜିଦ୍‌ରେ ଶ୍ୱଶୁର ଘରେ ଉନ୍ମତ୍ତ କାଣ୍ଡ କରିଛି ଜ୍ୱାଇଁ। ଏପରିକି ଶଳାକୁ ଅପହରଣ କରି ନେଇଥିବା ବେଳେ ସଂପୃକ୍ତ ନାବାଳିକା ଶାଳୀ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମନମୁଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବୌଦ୍ଧ ଥାନା ସାମ୍ପଚ ଗ୍ରାମର ଲବ ସାହୁଙ୍କ ପୁଅ ରାଜେଶ ଗତ ୪ ବର୍ଷ ପୂର୍ବେ ମନମୁଣ୍ଡା ଥାନା ଚୌରିଆପଦର ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳୀଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି। ବିବାହ ବେଳେ ଆବଶ୍ୟକ ଯୌତୁକ ପାଇଥିଲେ ମଧ୍ୟ ଅଧିକ ଯୌତୁକ ପାଇଁ ରାଜେଶ ପତ୍ନୀକୁ ନିର୍ଯାତନ ଦେଇଆସୁଥିଲେ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ତେବେ ପରବତ୍ତୀ ସମୟରେ ରାଜେଶ ପତ୍ନୀକୁ ଅଧିକ ଯୌତୁକ ଆଣିବା ପାଇଁ କହିଥିଲେ। ଆଉ ଯଦି ଯୌତୁକ ନଆଣିଲ ତେବେ ତମ ସାନ ଭଉଣୀ ନାବାଳିକା ଶାଳୀ(୧୪)କୁ ବାହା ହେବା ପାଇଁ  କହିଥିଲେ। ପତ୍ନୀ ପ୍ରତିବାଦ କରିବାରୁ ସେ ଶାଳୀକୁ ସ୍କୁଲ ଗଲା ବେଳେ ଗୁଣ୍ଡା ଧରି ଅପହରଣ କରି ନେଇ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ତା’ପରେ ସେ ଶାଳୀ ସହ ବାହା କରାଇ ଦେବା ପାଇଁ ଶାଶୁ ଅସିନ ଓ ଶ୍ୱଶୁର ଶ୍ୟାମସୁନ୍ଦରକୁ କହିଥିଲା। ଏପରିକି ସେମାନଙ୍କୁ ଧମକ ଦେଇଥିଲା। ତେବେ ଏହି ଘଟଣାରେ ନାବାଳିକା ଶାଳୀ ଲୋକଲଜ୍ଜା ଭୟରେ ଗତ ୧୦ ତାରିଖରେ ବିଷ ପିଇ ଦେଇଥିଲେ। ତାକୁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସିତ ହେଉଛି। ତା ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ଏହି ଘଟଣାରେ ପରେ ରାଜେଶ ପତ୍ନୀ ଓ ପିଲାମାନଙ୍କୁ ଶ୍ୱଶୁର ଘରେ ଛାଡି ଦେଇଥିଲା। ଆଜି ଅପରାହ୍ନରେ ସେ ଅନ୍ୟ ୩ ଜଣ ସହଯୋଗୀଙ୍କ ସହ ଆସି ନାବାଳକ ଶଳା(୧୦)କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ତେବେ ନାବାଳକର କାକା ଗଣେଶ ଗ୍ରାମବାସୀଙ୍କ ସହ ସେମାନଙ୍କୁ ଗୋଡ଼ାଇ ନାବାଳକକୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ଧରିବା ସହ ବାଇକ ଦୁଇଟାକୁ ଜବତ କରିଥିଲେ। ନାବାଳକର କାକା ଗଣେଶଙ୍କ ଏତଲା କ୍ରମେ ମନମୁଣ୍ଡା ଥାନାରେ ଆଜି ଏକ ମାମଲା ୪୪/୨୧ରେ ରୁଜୁ କରାଯାଇଛି। ରାଜେଶ ସମେତ ତାଙ୍କର ୩ ସହଯୋଗୀଙ୍କୁ ପୁଲିସ୍‍ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବାରିପଦା-ରାଇରଙ୍ଗପୁରରେ ବ୍ୟାପକ ସୁରକ୍ଷା ପ୍ରସ୍ତୁତି, ମୁତୟନ ହେବେ ୧୫୦ ପ୍ଲାଟୁନରୁ ଅଧିକ ଫୋର୍ସ

17 Apr 2021 By The Sakala

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ : ଯୌତୁକ ଦିଅ ନହେଲେ ଶାଳୀକୁ ଦିଅ

କଣ୍ଟାମାଳ : ନାବାଳିକା ଶାଳୀକୁ ବିବାହ କରିବା ଜିଦ୍‌ରେ ଶ୍ୱଶୁର ଘରେ ଉନ୍ମତ୍ତ କାଣ୍ଡ କରିଛି ଜ୍ୱାଇଁ। ଏପରିକି ଶଳାକୁ ଅପହରଣ କରି ନେଇଥିବା ବେଳେ ସଂପୃକ୍ତ ନାବାଳିକା ଶାଳୀ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମନମୁଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ବୌଦ୍ଧ ଥାନା ସାମ୍ପଚ ଗ୍ରାମର ଲବ ସାହୁଙ୍କ ପୁଅ ରାଜେଶ ଗତ ୪ ବର୍ଷ ପୂର୍ବେ ମନମୁଣ୍ଡା ଥାନା ଚୌରିଆପଦର ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳୀଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇଟି ପୁଅ ମଧ୍ୟ ଅଛନ୍ତି। ବିବାହ ବେଳେ ଆବଶ୍ୟକ ଯୌତୁକ ପାଇଥିଲେ ମଧ୍ୟ ଅଧିକ ଯୌତୁକ ପାଇଁ ରାଜେଶ ପତ୍ନୀକୁ ନିର୍ଯାତନ ଦେଇଆସୁଥିଲେ।

ତେବେ ପରବତ୍ତୀ ସମୟରେ ରାଜେଶ ପତ୍ନୀକୁ ଅଧିକ ଯୌତୁକ ଆଣିବା ପାଇଁ କହିଥିଲେ। ଆଉ ଯଦି ଯୌତୁକ ନଆଣିଲ ତେବେ ତମ ସାନ ଭଉଣୀ ନାବାଳିକା ଶାଳୀ(୧୪)କୁ ବାହା ହେବା ପାଇଁ  କହିଥିଲେ। ପତ୍ନୀ ପ୍ରତିବାଦ କରିବାରୁ ସେ ଶାଳୀକୁ ସ୍କୁଲ ଗଲା ବେଳେ ଗୁଣ୍ଡା ଧରି ଅପହରଣ କରି ନେଇ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ତା’ପରେ ସେ ଶାଳୀ ସହ ବାହା କରାଇ ଦେବା ପାଇଁ ଶାଶୁ ଅସିନ ଓ ଶ୍ୱଶୁର ଶ୍ୟାମସୁନ୍ଦରକୁ କହିଥିଲା। ଏପରିକି ସେମାନଙ୍କୁ ଧମକ ଦେଇଥିଲା। ତେବେ ଏହି ଘଟଣାରେ ନାବାଳିକା ଶାଳୀ ଲୋକଲଜ୍ଜା ଭୟରେ ଗତ ୧୦ ତାରିଖରେ ବିଷ ପିଇ ଦେଇଥିଲେ। ତାକୁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ଚିକିତ୍ସିତ ହେଉଛି। ତା ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଏହି ଘଟଣାରେ ପରେ ରାଜେଶ ପତ୍ନୀ ଓ ପିଲାମାନଙ୍କୁ ଶ୍ୱଶୁର ଘରେ ଛାଡି ଦେଇଥିଲା। ଆଜି ଅପରାହ୍ନରେ ସେ ଅନ୍ୟ ୩ ଜଣ ସହଯୋଗୀଙ୍କ ସହ ଆସି ନାବାଳକ ଶଳା(୧୦)କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ତେବେ ନାବାଳକର କାକା ଗଣେଶ ଗ୍ରାମବାସୀଙ୍କ ସହ ସେମାନଙ୍କୁ ଗୋଡ଼ାଇ ନାବାଳକକୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ଧରିବା ସହ ବାଇକ ଦୁଇଟାକୁ ଜବତ କରିଥିଲେ। ନାବାଳକର କାକା ଗଣେଶଙ୍କ ଏତଲା କ୍ରମେ ମନମୁଣ୍ଡା ଥାନାରେ ଆଜି ଏକ ମାମଲା ୪୪/୨୧ରେ ରୁଜୁ କରାଯାଇଛି। ରାଜେଶ ସମେତ ତାଙ୍କର ୩ ସହଯୋଗୀଙ୍କୁ ପୁଲିସ୍‍ ଗିରଫ କରିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର