ଚାଷ କରିବା ବେଳେ ଟ୍ରାକ୍ଟର ଓଲଟି କୃଷି ଉଦ୍ୟୋଗୀଙ୍କ ମୃତ୍ୟୁ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ସେଭ୍ ଅନୁଷ୍ଠାନର ମୁଖ୍ୟ ତଥା କୃଷି ଉଦ୍ୟୋଗୀ ଶଶାଙ୍କ ସାହୁ(୫୯)ଙ୍କ ଆଜି ଦୁର୍ଘଟଣାରେ ଦୁଃଖଦ ପରଲୋକ ହୋଇଛି। ଖଜୁରୀପଡ଼ା ବ୍ଲକ୍ ଖାଳିବେରଣାଠାରେ ନିଜ ଚାଷ ଜମିରେ ଟ୍ରାକ୍ଟର ସହାୟତାରେ ଚାଷ କଲାବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା ଓ ଟ୍ରାକ୍ଟର ତଳେ କାଦୁଅରେ ଚାପି ହୋଇଯାଇଥିଲେ ସେ। ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ପରେ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ସେଭ୍ ଅନୁଷ୍ଠାନର ମୁଖ୍ୟ ତଥା କୃଷି ଉଦ୍ୟୋଗୀ ଶଶାଙ୍କ ସାହୁ(୫୯)ଙ୍କ ଆଜି ଦୁର୍ଘଟଣାରେ ଦୁଃଖଦ ପରଲୋକ ହୋଇଛି। ଖଜୁରୀପଡ଼ା ବ୍ଲକ୍ ଖାଳିବେରଣାଠାରେ ନିଜ ଚାଷ ଜମିରେ ଟ୍ରାକ୍ଟର ସହାୟତାରେ ଚାଷ କଲାବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା ଓ ଟ୍ରାକ୍ଟର ତଳେ କାଦୁଅରେ ଚାପି ହୋଇଯାଇଥିଲେ ସେ। ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ପରେ ଖଜୁରୀପଡ଼ା ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଖବର ପାଇଁ ଭୁବନେଶ୍ୱରରୁ ତାଙ୍କ ବାପା ଓ ଅନ୍ୟମାନେ ଫୁଲବାଣୀ ଆସୁଛନ୍ତି। ସ୍ବର୍ଗତ ଶଶାଙ୍କଙ୍କ ମୃତ୍ୟୁରେ ଜିଲ୍ଲା ସ୍ବେଚ୍ଛାସେବୀ ମହାସଂଘ ସମେତ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

05 Jul 2022 By The Sakala

ଚାଷ କରିବା ବେଳେ ଟ୍ରାକ୍ଟର ଓଲଟି କୃଷି ଉଦ୍ୟୋଗୀଙ୍କ ମୃତ୍ୟୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ସେଭ୍ ଅନୁଷ୍ଠାନର ମୁଖ୍ୟ ତଥା କୃଷି ଉଦ୍ୟୋଗୀ ଶଶାଙ୍କ ସାହୁ(୫୯)ଙ୍କ ଆଜି ଦୁର୍ଘଟଣାରେ ଦୁଃଖଦ ପରଲୋକ ହୋଇଛି। ଖଜୁରୀପଡ଼ା ବ୍ଲକ୍ ଖାଳିବେରଣାଠାରେ ନିଜ ଚାଷ ଜମିରେ ଟ୍ରାକ୍ଟର ସହାୟତାରେ ଚାଷ କଲାବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା ଓ ଟ୍ରାକ୍ଟର ତଳେ କାଦୁଅରେ ଚାପି ହୋଇଯାଇଥିଲେ ସେ। ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ୍ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ପରେ ଖଜୁରୀପଡ଼ା ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଖବର ପାଇଁ ଭୁବନେଶ୍ୱରରୁ ତାଙ୍କ ବାପା ଓ ଅନ୍ୟମାନେ ଫୁଲବାଣୀ ଆସୁଛନ୍ତି। ସ୍ବର୍ଗତ ଶଶାଙ୍କଙ୍କ ମୃତ୍ୟୁରେ ଜିଲ୍ଲା ସ୍ବେଚ୍ଛାସେବୀ ମହାସଂଘ ସମେତ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର