ପୋଲିସ୍‌ ଇନଫର୍ମର ସନ୍ଦେହରେ ଦିନ ଦ୍ୱିପ୍ରହରରେ ଜଣଙ୍କୁ ଗୁଳିକରି ନିର୍ମମ ହତ୍ୟା

The Sakala Picture
Published On

କୋଟଗଡ/ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି। ଦିନ ଦ୍ୱିପ୍ରହର ବଣ୍ଡାପିପିଲି ଗାଁରେ ହାଟ ଚାଲିଥିବା ବେଳେ ଜନ ଗହଳି ମଧ୍ୟରେ ବ୍ୟବସାୟୀ ତଥା ଠିକାଦାର ରମେଶ ନାୟକ ଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ […]

କୋଟଗଡ/ଫୁଲବାଣୀ : କନ୍ଧମାଳ ରକ୍ତମୁଖା ହେଲା ଲାଲ୍‌ ବାହିନୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦିନ ଦ୍ୱିପହରରେ ଜଣେ ଠିକାଦାରଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ଗାଁରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି। ଦିନ ଦ୍ୱିପ୍ରହର ବଣ୍ଡାପିପିଲି ଗାଁରେ ହାଟ ଚାଲିଥିବା ବେଳେ ଜନ ଗହଳି ମଧ୍ୟରେ ବ୍ୟବସାୟୀ ତଥା ଠିକାଦାର ରମେଶ ନାୟକ ଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିକରି ହତ୍ୟା କଲେ ମାଓବାଦୀ । ଘଟଣାସ୍ଥଳରେ ପୋଷ୍ଟର ଛାଡ଼ିଯାଇଛି ବିଜିଏନ ମାଓ ସଂଗଠନ । ରମେଶ ଜଣେ ଠକ ଠିକାଦାର ଏବଂ ପୋଲିସ ଇନଫର୍ମର ଭାବେ କମକରୁଥିଲା ବୋଲି ପୋଷ୍ଟରରେ ଉଲେଖ ରହିଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ମୃତ ଠିକାଦାର ରମେଶ ନାୟକ ବଣ୍ଡାପିଲିଲି ଗାଁରେ ଓଲ୍ଡିଙ୍ଗ ଦୋକାନ ସହ ଠିକାକାମ କରୁଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ବଣ୍ଡାପିପିଲି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ରମେଶ ତାଙ୍କ ଦୋକାନରେ ଥିଲେ, କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ସେଠାରେ ବନ୍ଧୁକ ଦେଖାଇବାରୁ ସେ ଭୟରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ସଶସ୍ତ୍ର ମାଓବାଦୀ ରମେଶଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ସିପିଆଇ ମାଓବାଦୀ ନାମରେ ହତ୍ୟାର କାରଣ ସହ ଚେତାବନୀ ପୋଷ୍ଟର ଛାଡ଼ି ଯାଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ । ପୋଲିସ ଇନଫର୍ମର ଭାବେ କାମ କରୁଥିଲା, ଏଣୁ ତାକୁ ଲାଲ୍‌ ବାହିନୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ଥିବା ସହ ଅଞ୍ଚଳର କିଛି ଲୋକଙ୍କ ନାମ ମଧ୍ୟ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯେଉଁ ମାନେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ଏବଂ ପୋଲିସର ଖବରଦାତା ସାଜିଛନ୍ତି ସେମାନଙ୍କୁ ମଧ୍ୟ ଏହି ଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛି ମାଓ ସଙ୍ଗଠନ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର