କଳାହାଣ୍ଡି ଏମ୍.ରାମପୁରରେ ହାତୀ ଉପଦ୍ରବ, ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

The Sakala Picture
Published On

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର ପାଇଥିଲେନର୍ଲା ରେଞ୍ଜର ପ୍ରଶାନ୍ତ ପାଲ। ସେ ଆଜି ସକାଳେ ରତନପୁର ଗାଁ ନିକଟରେ ହାତୀ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେ ନିଜେ ହାତୀ ହାବୁଡ଼ରେ […]

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ରତନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଚଳାଇଥିବା ନେଇ ଖବର ପାଇଥିଲେନର୍ଲା ରେଞ୍ଜର ପ୍ରଶାନ୍ତ ପାଲ। ସେ ଆଜି ସକାଳେ ରତନପୁର ଗାଁ ନିକଟରେ ହାତୀ ଘଉଡ଼ାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସେ ନିଜେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ପ୍ରଶାନ୍ତ ପାଲଙ୍କୁ ଦଳି ଦେଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପରେ ରେଞ୍ଜରଙ୍କୁ ଭବାନୀପାଟଣା କୁ ଆମ୍ବୁଲାନ୍ସ ଯୋଗେ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ରେଞ୍ଜର ପ୍ରଶାନ୍ତ ପାଲ ଦୀର୍ଘ ଦୁଇ ବର୍ଷ ଧରି ନର୍ଲା ରେଞ୍ଜ ଦାଇତ୍ୱରେ ଥିବା ବେଳେ ତାଙ୍କ ଘର ଜିଲ୍ଲାର ମଦନପୁର ରାମପୁର ସହରରେ। ଘରେ ତାଙ୍କର ସ୍ତ୍ରୀ ଓ ୧୨ ବର୍ଷ ର ପୁଅ ଥିବା ଜଣାପଡିଛି।

10 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର