ମନୋରଞ୍ଜନ
ଓଡ଼ିଶା
ସାଙ୍ଗର କାଠ ଫାଳିଆ ଆକ୍ରମଣରେ ସାଙ୍ଗ ମୃତ
ଝାରସୁଗୁଡା: ସାଙ୍ଗର କାଠ ଫାଳିଆ ଆକ୍ରମଣରେ ସାଙ୍ଗ ମୃତ । ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ । ମୃତକ ଜଣକ ହେଲେ ବଞ୍ଜାରୀ ଗ୍ରାମର ବଳଦେବ ଚାନ୍ଦ । ବଳଦେବ ଆଜି ସକଳେ ତାଙ୍କ ସାଙ୍ଗ ଚୈତନ୍ୟ ରାଉତଙ୍କ ସହ ଗାଁ ଦାଣ୍ଡରେ ବସି କଥା ହେଉଥିଲେ । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ […]
ଝାରସୁଗୁଡା: ସାଙ୍ଗର କାଠ ଫାଳିଆ ଆକ୍ରମଣରେ ସାଙ୍ଗ ମୃତ । ଘଟଣାଟି ଘଟିଛି ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ । ମୃତକ ଜଣକ ହେଲେ ବଞ୍ଜାରୀ ଗ୍ରାମର ବଳଦେବ ଚାନ୍ଦ । ବଳଦେବ ଆଜି ସକଳେ ତାଙ୍କ ସାଙ୍ଗ ଚୈତନ୍ୟ ରାଉତଙ୍କ ସହ ଗାଁ ଦାଣ୍ଡରେ ବସି କଥା ହେଉଥିଲେ । କିଛି ସମୟ ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ଚୈତନ୍ୟ ରାଉତ ବଳଦେବ ଚାନ୍ଦଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଲଖନପୁର ପୋଲିସକୁ ଖବର ଦେବାସହ ବଳଦେବଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ବଳଦେବଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ପହଂଚି ଅଧିକ ତଦନ୍ତ ଆରମ୍ଭ କରୁଛନ୍ତି ।





