ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

The Sakala Picture
Published On

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଭାସି ଆସିଲେ ଜଣେ ମହିଳା । ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି. ସୂଚନା ଅନୁଯାୟୀ, ଛତିଶଗଡ଼ର ପୁରଥଠାରୁ ସରୋଜିନୀ ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ […]

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଭାସି ଆସିଲେ ଜଣେ ମହିଳା । ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି.

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ସୂଚନା ଅନୁଯାୟୀ, ଛତିଶଗଡ଼ର ପୁରଥଠାରୁ ସରୋଜିନୀ ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ସେ ଲାଗିଥିଲେ। ମହାନଦୀକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ପାଇଥିଲେ। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବା ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

01 Aug 2024 By The Sakala

ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଭାସି ଆସିଲେ ଜଣେ ମହିଳା । ମହାନଦୀ ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମହିଳା ଜଣକୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ପଲସଦା ଘାଟରୁ ଉଦ୍ଧାର କରାଯାଇଛି। ଉଦ୍ଧାରପରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି.

ସୂଚନା ଅନୁଯାୟୀ, ଛତିଶଗଡ଼ର ପୁରଥଠାରୁ ସରୋଜିନୀ ମହାନଦୀରେ ପ୍ରାୟ ୬୦ କିଲୋମିଟର ଭାସି ଆସିଥିଲେ। ଗୁରୁବାର ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁରବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ସେ ଲାଗିଥିଲେ। ମହାନଦୀକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ପାଇଥିଲେ। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବା ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର