ବିରୋଧୀ ଦଳ ନେତା ପଦ ଦୌଡ଼ରେ ଜୟ-ମୋହନ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଏନେଇ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏଥିନିମନ୍ତେ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଦଳର ଦୁଇ ବରିଷ୍ଠ ନେତା ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ କେନ୍ଦୁଝରର ମୋହନ ଚରଣ ମାଝୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି। ଏପରିକି ଏହି ଦୁହିଁଙ୍କ ମଧ୍ୟରୁ […]

ଭୁବନେଶ୍ୱର : ଆସନ୍ତା ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଏନେଇ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏଥିନିମନ୍ତେ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଦଳର ଦୁଇ ବରିଷ୍ଠ ନେତା ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ କେନ୍ଦୁଝରର ମୋହନ ଚରଣ ମାଝୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି। ଏପରିକି ଏହି ଦୁହିଁଙ୍କ ମଧ୍ୟରୁ କେହି ଜଣେ ବିରୋଧୀ ଦଳ ନେତା ହେବା ଚୂଡ଼ାନ୍ତ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ପ୍ରାୟ ଦେଢ଼ବର୍ଷ ହେଲା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ। ଯେଉଁଥିପାଇଁ ବିଧାନସଭାରେ ବିଜେପି ଦିଶାହରା ହୋଇ ପ୍ରଭାବଶାଳୀ ପ୍ରଦର୍ଶନ କରିବାରେ ଅସଫଳ ହୋଇଛି। ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରୁ ଅନ୍ୟତମ ବିରୋଧୀ କଂଗ୍ରେସ ଫାଉଦା ଉଠାଉଛି ଓ ନିଜକୁ ବିଜେପିଠାରୁ ଅଧିକ ଶକ୍ତିଶାଳୀ ପ୍ରମାଣିତ କରିବାକୁ ଉଦ୍ୟମ କରୁଛି। ତେଣୁ ନେତା ପରିବର୍ତ୍ତନ ପାଇଁ ଅଧିକାଂଶ ବିଧାୟକ ଦାବି କରିଛନ୍ତି। ଏପରିକି ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ବିଧାନସଭାରେ ଦଳର ନେତା ପରିବର୍ତ୍ତନ ନେଇ ଆଲୋଚନା କରିଛନ୍ତି। ବିଧାୟିକା କୁସୁମ ଟେଟେଙ୍କ ସୂଚନା ଅନୁସାରେ ବିଧାନସଭାରେ ଦଳର ନେତା ପରିବର୍ତ୍ତନ ନେଇ ବିଧାୟକମାନଙ୍କୁ ରାଷ୍ଟ୍ରୀୟ ସଭାପତି ସବୁଜସଙ୍କେତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀରେ ମାନସିଂହ ସାହିତ୍ୟ ସଂସଦର ୬୫ତମ କବିତା ଆସର: ଶତାଧିକ ଯୁବକବିଙ୍କ ସମାଗମ

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିରୋଧୀ ଦଳ ନେତା ପଦ ପାଇଁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବିଜେପି ବିଧାୟକମାନଙ୍କ ପ୍ରଥମ ପସନ୍ଦ। ୨୦୧୯ରେ ବିଧାୟକ ଦଳ ନେତା ଦୌଡ଼ରେ ସେ ଆଗୁଆ ଥିଲେ। ମାତ୍ର ଶେଷରେ ଦଳୀୟ ହାଇକମାଣ୍ଡ ପ୍ରଦୀପ୍ତଙ୍କ ନାମରେ ମୋହର ମାରିଥିଲେ। ଏହାକୁ ନେଇ ଜୟ ନାରାୟଣ ଅସୁଖୀ ଥିବା ଏବଂ ଅଭିମାନ କରିଥିବା ଚର୍ଚ୍ଚା ହୋଇଥିଲା। ଏବେ ପୁଣିଥରେ ସେ ବିରୋଧୀ ଦଳ ନେତା ପଦ ପାଇଁ ଆଶାୟୀ ଅଛନ୍ତି। ତେବେ ତାଙ୍କ ପାଇଁ ସମସ୍ୟା ହୋଇଛି ଦୁର୍ବଳ ସ୍ୱାସ୍ଥ୍ୟ। କୋଭିଡ଼ ପରେ ସେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରିକି କିଛିଦିନ ତଳେ ଦିଲ୍ଲୀଗସ୍ତରେ ଥିବାବେଳେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଥିଲା।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବରତା: ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ

ଅନ୍ୟପକ୍ଷରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ଚରଣ ମାଝୀ ଏହି ପଦପାଇଁ ଅନ୍ୟତମ ଦାବିଦାର ଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା, ଉପନେତା ବିଷ୍ଣୁଚରଣ ସେଠୀଙ୍କ ଉଦାସୀନତା ଯୋଗୁଁ ମୋହନ ମାଝୀ ଗତ ଅଧିବେଶନରେ ଏକପ୍ରକାରର ବିରୋଧୀ ଦଳ ନେତାର ଦାୟିତ୍ୱ ତୁଲାଇଥିଲେ। ଏହି ପରିପ୍ରେକ୍ଷୀରେ ମୋହନଙ୍କୁ ଯଦି ବିରୋଧୀ ଦଳ ନେତା ପଦ ନିମନ୍ତେ ଦଳ ମନୋନୀତ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଯଦି ମୋହନଙ୍କୁ ବିରୋଧୀ ଦଳ ନେତା ପଦ ଦିଆଯାଏ ତାହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କିମ୍ବା ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ଭାବେ ଦଳ ମନୋନୀତ କରିପାରେ ବୋଲି କୁହାଯାଉଛି। ଅନୁରୂପ ଭାବରେ ଗୁରୁତ୍ୱପୂର୍ଣ୍ଣ ପିଏସି ଚେୟାରମ୍ୟାନ ଭାବେ ବିଜେପି ଜଣେ ନୂଆ ନେତାଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରୁଛି। ଏହି ପଦବୀ ପାଇଁ ଦଳର ଅଭିଜ୍ଞ ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ କିମ୍ବା ତୁଲାଇ ପାରନ୍ତି ବୋଲି ଆଲୋଚନା ଜୋର୍‍ ଧରିଛି।

27 Jun 2022 By The Sakala

ବିରୋଧୀ ଦଳ ନେତା ପଦ ଦୌଡ଼ରେ ଜୟ-ମୋହନ

ଭୁବନେଶ୍ୱର : ଆସନ୍ତା ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ପରିବର୍ତ୍ତନ କରିବାକୁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି। ଏନେଇ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏଥିନିମନ୍ତେ ସବୁଜ ସଙ୍କେତ ମିଳିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଦଳର ଦୁଇ ବରିଷ୍ଠ ନେତା ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏବଂ କେନ୍ଦୁଝରର ମୋହନ ଚରଣ ମାଝୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି। ଏପରିକି ଏହି ଦୁହିଁଙ୍କ ମଧ୍ୟରୁ କେହି ଜଣେ ବିରୋଧୀ ଦଳ ନେତା ହେବା ଚୂଡ଼ାନ୍ତ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।

ପ୍ରାୟ ଦେଢ଼ବର୍ଷ ହେଲା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ। ଯେଉଁଥିପାଇଁ ବିଧାନସଭାରେ ବିଜେପି ଦିଶାହରା ହୋଇ ପ୍ରଭାବଶାଳୀ ପ୍ରଦର୍ଶନ କରିବାରେ ଅସଫଳ ହୋଇଛି। ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିରୁ ଅନ୍ୟତମ ବିରୋଧୀ କଂଗ୍ରେସ ଫାଉଦା ଉଠାଉଛି ଓ ନିଜକୁ ବିଜେପିଠାରୁ ଅଧିକ ଶକ୍ତିଶାଳୀ ପ୍ରମାଣିତ କରିବାକୁ ଉଦ୍ୟମ କରୁଛି। ତେଣୁ ନେତା ପରିବର୍ତ୍ତନ ପାଇଁ ଅଧିକାଂଶ ବିଧାୟକ ଦାବି କରିଛନ୍ତି। ଏପରିକି ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ବିଧାନସଭାରେ ଦଳର ନେତା ପରିବର୍ତ୍ତନ ନେଇ ଆଲୋଚନା କରିଛନ୍ତି। ବିଧାୟିକା କୁସୁମ ଟେଟେଙ୍କ ସୂଚନା ଅନୁସାରେ ବିଧାନସଭାରେ ଦଳର ନେତା ପରିବର୍ତ୍ତନ ନେଇ ବିଧାୟକମାନଙ୍କୁ ରାଷ୍ଟ୍ରୀୟ ସଭାପତି ସବୁଜସଙ୍କେତ ଦେଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିରୋଧୀ ଦଳ ନେତା ପଦ ପାଇଁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବିଜେପି ବିଧାୟକମାନଙ୍କ ପ୍ରଥମ ପସନ୍ଦ। ୨୦୧୯ରେ ବିଧାୟକ ଦଳ ନେତା ଦୌଡ଼ରେ ସେ ଆଗୁଆ ଥିଲେ। ମାତ୍ର ଶେଷରେ ଦଳୀୟ ହାଇକମାଣ୍ଡ ପ୍ରଦୀପ୍ତଙ୍କ ନାମରେ ମୋହର ମାରିଥିଲେ। ଏହାକୁ ନେଇ ଜୟ ନାରାୟଣ ଅସୁଖୀ ଥିବା ଏବଂ ଅଭିମାନ କରିଥିବା ଚର୍ଚ୍ଚା ହୋଇଥିଲା। ଏବେ ପୁଣିଥରେ ସେ ବିରୋଧୀ ଦଳ ନେତା ପଦ ପାଇଁ ଆଶାୟୀ ଅଛନ୍ତି। ତେବେ ତାଙ୍କ ପାଇଁ ସମସ୍ୟା ହୋଇଛି ଦୁର୍ବଳ ସ୍ୱାସ୍ଥ୍ୟ। କୋଭିଡ଼ ପରେ ସେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରିକି କିଛିଦିନ ତଳେ ଦିଲ୍ଲୀଗସ୍ତରେ ଥିବାବେଳେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଥିଲା।

ଅନ୍ୟପକ୍ଷରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ଚରଣ ମାଝୀ ଏହି ପଦପାଇଁ ଅନ୍ୟତମ ଦାବିଦାର ଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା, ଉପନେତା ବିଷ୍ଣୁଚରଣ ସେଠୀଙ୍କ ଉଦାସୀନତା ଯୋଗୁଁ ମୋହନ ମାଝୀ ଗତ ଅଧିବେଶନରେ ଏକପ୍ରକାରର ବିରୋଧୀ ଦଳ ନେତାର ଦାୟିତ୍ୱ ତୁଲାଇଥିଲେ। ଏହି ପରିପ୍ରେକ୍ଷୀରେ ମୋହନଙ୍କୁ ଯଦି ବିରୋଧୀ ଦଳ ନେତା ପଦ ନିମନ୍ତେ ଦଳ ମନୋନୀତ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଯଦି ମୋହନଙ୍କୁ ବିରୋଧୀ ଦଳ ନେତା ପଦ ଦିଆଯାଏ ତାହେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କିମ୍ବା ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କୁ ଭାବେ ଦଳ ମନୋନୀତ କରିପାରେ ବୋଲି କୁହାଯାଉଛି। ଅନୁରୂପ ଭାବରେ ଗୁରୁତ୍ୱପୂର୍ଣ୍ଣ ପିଏସି ଚେୟାରମ୍ୟାନ ଭାବେ ବିଜେପି ଜଣେ ନୂଆ ନେତାଙ୍କୁ ଦାୟିତ୍ୱ ଦେବାକୁ ଯୋଜନା କରୁଛି। ଏହି ପଦବୀ ପାଇଁ ଦଳର ଅଭିଜ୍ଞ ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀ କିମ୍ବା ତୁଲାଇ ପାରନ୍ତି ବୋଲି ଆଲୋଚନା ଜୋର୍‍ ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର