ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ପୁଅର ମୃତ୍ୟୁ ଖବର ଶୁଣି ସହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଦେଲେ

Madhusudan Das Picture
Published On

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡ଼ା ପଞ୍ଚାୟତର ମାନସିପାଟଣା ଗାଁରେ ଘଟିଛି ଏପରି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୋଟିଏ ରାତିରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୁଅର ହୃଦଘାତରେ ମୃତ୍ୟୁ ଖବର ଶୁଣି ସାହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି। ମୃତକମାନେ ହେଲେ ମଙ୍ଗଳପୁର ବଜାରରେ ଥିବା ଗାୟତ୍ରୀ ଡିଜିଟାଲ୍ ଷ୍ଟୁଡିଓର ମାଲିକ ଷ୍ଟିମର ପଣ୍ଡା ଓରଫ୍ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା।

ଆହୁରି ପଢ଼ନ୍ତୁ: ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ, ୨୫ ଲକ୍ଷ ଟଙ୍କା ସହ ୩୦ରୁ ଉର୍ଦ୍ଧ୍ୱ ଗାଡ଼ି ଜବତ

ସୂଚନା ଅନୁଯାୟୀ, ଷ୍ଟୁଡିଓରେ କାମ କରୁଥିବା ଜଣେ କର୍ମଚାରୀ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ସମୟରେ ଷ୍ଟୁଡିଓ ମାଲିକ ସିଲୁ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ସେ ଘରକୁ ଫେରି ଆସିଥିଲେ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଇସିଜି (ECG) କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଲଜ୍ଜ୍ୟା: ମୁଖ୍ୟ ଡାକ୍ତରଖାନାରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ମହିଳାଙ୍କ ସମେତ ୩ ଗିରଫ

ପୁଅର ହଠାତ୍ ମୃତ୍ୟୁ ଖବର ପାଇ ବାପା ରସାନନ୍ଦ ପଣ୍ଡା ଗଭୀର ଶୋକରେ ଭାଙ୍ଗି ପଡିଥିଲେ। ଏହି ଦୁଃଖକୁ ସହ୍ୟ ନକରିପାରି ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ବିଷ ପିଇଥିବା କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ବର୍ତ୍ତମାନ କଟକର ଏକ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗୋଟିଏ ରାତିରେ ବାପା ଓ ପୁଅଙ୍କ ମୃତ୍ୟୁ ପରେ ସମଗ୍ର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ପୋଲିସକୁ ନାହିଁ ଟିକେ ବି ଭୟ, ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼

23 May 2026 By Madhusudan Das

ପୁଅର ମୃତ୍ୟୁ ଖବର ଶୁଣି ସହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଦେଲେ

ଯାଜପୁର: ଏମିତି ବି ଆସେ ମୃତ୍ୟୁ । ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ବାପା । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡ଼ା ପଞ୍ଚାୟତର ମାନସିପାଟଣା ଗାଁରେ ଘଟିଛି ଏପରି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୋଟିଏ ରାତିରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୁଅର ହୃଦଘାତରେ ମୃତ୍ୟୁ ଖବର ଶୁଣି ସାହିପାରିଲେନି ବାପା, ଗଛରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି। ମୃତକମାନେ ହେଲେ ମଙ୍ଗଳପୁର ବଜାରରେ ଥିବା ଗାୟତ୍ରୀ ଡିଜିଟାଲ୍ ଷ୍ଟୁଡିଓର ମାଲିକ ଷ୍ଟିମର ପଣ୍ଡା ଓରଫ୍ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା।

ସୂଚନା ଅନୁଯାୟୀ, ଷ୍ଟୁଡିଓରେ କାମ କରୁଥିବା ଜଣେ କର୍ମଚାରୀ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ସମୟରେ ଷ୍ଟୁଡିଓ ମାଲିକ ସିଲୁ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ସେ ଘରକୁ ଫେରି ଆସିଥିଲେ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଇସିଜି (ECG) କରିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।

ପୁଅର ହଠାତ୍ ମୃତ୍ୟୁ ଖବର ପାଇ ବାପା ରସାନନ୍ଦ ପଣ୍ଡା ଗଭୀର ଶୋକରେ ଭାଙ୍ଗି ପଡିଥିଲେ। ଏହି ଦୁଃଖକୁ ସହ୍ୟ ନକରିପାରି ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ବିଷ ପିଇଥିବା କର୍ମଚାରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ବର୍ତ୍ତମାନ କଟକର ଏକ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗୋଟିଏ ରାତିରେ ବାପା ଓ ପୁଅଙ୍କ ମୃତ୍ୟୁ ପରେ ସମଗ୍ର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର