କୋରେଇ ଫାଜଲପୁରର ମହମ୍ମଦ ନସିମୁଲ ଗନି, ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ

The Sakala Picture
Published On

କୋରେଇ(ସୁକର୍ଣ୍ଣ ରାଉତ): ଭକ୍ତ ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତିଭରା କଣ୍ଠରୁ ଝରି ପଡ଼ିଥିଲା ‘ଜଗବନ୍ଧୁ ହେ ଗୋସାଇଁ, ମୋ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଏହି ପଦିଏ ଭାବ ଭକ୍ତିଭରା ଗୀତରେ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ଓଡ଼ିଶା ଇତିହାସରୁ ଜଣାପଡ଼େ। ଯାଜପୁର ଜିଲ୍ଲା କୋରେଇ ଫାଜଲପୁରର ବାସିନ୍ଦା ମହମ୍ମଦ ନସିମୁଲ ଗନି। ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ। ଗନିଙ୍କ ଲେଖନୀ ନିସୃତ […]

କୋରେଇ(ସୁକର୍ଣ୍ଣ ରାଉତ): ଭକ୍ତ ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତିଭରା କଣ୍ଠରୁ ଝରି ପଡ଼ିଥିଲା ‘ଜଗବନ୍ଧୁ ହେ ଗୋସାଇଁ, ମୋ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଏହି ପଦିଏ ଭାବ ଭକ୍ତିଭରା ଗୀତରେ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ଓଡ଼ିଶା ଇତିହାସରୁ ଜଣାପଡ଼େ। ଯାଜପୁର ଜିଲ୍ଲା କୋରେଇ ଫାଜଲପୁରର ବାସିନ୍ଦା ମହମ୍ମଦ ନସିମୁଲ ଗନି। ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଗନିଙ୍କ ଲେଖନୀ ନିସୃତ ମଧୁର କଣ୍ଠରୁ ଝରିପଡ଼େ ଶ୍ରୀଜଗନ୍ନାଥଙ୍କ ‘କେବେ ତୋ କଳା ଶ୍ରୀମୁଖ ନୟନେ ଦେଖିବି ମୋ ମନ ମନ୍ଦିରରେ ତୋ ମୂରତି ଆଙ୍କିବି’, ‘ଟେକିଧର ତାଙ୍କ ବାନା, ଟାଣି ନିଏ ମନ କାଳିଆ ସୁନା’, ‘ଚକା ନୟନ ତୋ କଳା ବଦନ ଚକିତ ହୋଇଲି କରି ଦର୍ଶନ’, ‘ବଡ଼ ଦେଉଳିଆ ତୁମେ ବଡ଼ ଠାକୁର’ ଆଦି ଭଜନ ଜଣାଣ। ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରେମଭାବାପନ୍ନ, ଭକ୍ତି ନିବେଦନ, ଚିନ୍ତାଧାରା, ଭଜନ, ଜଣାଣ ଆଦି ରଚନା ଓ ଗାନ କରି କୋରେଇର ସାଲବେଗ ଭାବେ ସେ ପରିଚିତ। ଏହାବ୍ୟତୀତ ସେ ଜଣେ ସାରସ୍ୱତ ସାଧକ ମଧ୍ୟ ଅଟନ୍ତି।ଗନିଙ୍କ ବୟସ ୬୧ ବର୍ଷ। ପରିବାର କହିଲେ ସ୍ତ୍ରୀ ସହିତ ୩ ପୁଅ ଓ ୨ଝିଅ। ପରିବାରର ଅଭାବ ଅନଟନ ଯୋଗୁଁ ସେତେ ପାଠପଢ଼ି ନାହାଁନ୍ତି। ମୁସଲମାନ ହେଲେ ମଧ୍ୟ ବହୁ ସଂସ୍କୃତିର ମିଳନସ୍ଥଳ କୋରେଇରେ ଜନ୍ମ ହୋଇଥିବାରୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ତାଙ୍କର ବହୁ ଆକର୍ଷଣ ରହିଛି। ଏହା ସତ୍ତ୍ବେ ନିଜ ଧର୍ମକୁ ଅବହେଳା ନ କରି ପ୍ରତ୍ୟହ ବିଧି ଅନୁଯାୟୀ ନମାଜ ପାଠ କରନ୍ତି। ଅଭାବ ଅନଟନରେ ଥିଲେ ମଧ୍ୟ ସେ ନିଜର ସାରସ୍ୱତ ଚିନ୍ତାଧାରାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ୧୯୮୨ରେ କୋରେଇ ହାଇସ୍କୁଲରେ ପଢ଼ୁଥିବା ସମୟରେ ସେ ପ୍ରଥମ ଭଜନ ଲେଖିଥିଲେ। ସେହିଦିନଠାରୁ ଆଉ ପଛକୁ ଫେରି ଚାହିଁନାହାଁନ୍ତି ବୋଲି ଗନି କହନ୍ତି। ଏବେ ସୁଦ୍ଧା ସେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭଜନ, ଜଣାଣ ଓ ଆଧୁନିକ କବିତା ଲେଖିଥିବା କହନ୍ତି। ଏଥିମଧ୍ୟରୁ ଚଉତିଶା ଭଜନ ମାଳା, ନବାକ୍ଷରୀ ଭାଗବତ, ଲକ୍ଷ୍ମୀନାରାୟଣ ପାଲା ଓ ଆଜିକା ଟୋକା ପ୍ରକାଶିତ ହୋଇଛି। ଅନ୍ୟଗୁଡିକ ଅର୍ଥାଭାବରୁ ପ୍ରକାଶିତ ହୋଇପାରି ନ ଥିବା ଦୁଃଖର ସହ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

22 Oct 2023 By The Sakala

କୋରେଇ ଫାଜଲପୁରର ମହମ୍ମଦ ନସିମୁଲ ଗନି, ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ

କୋରେଇ(ସୁକର୍ଣ୍ଣ ରାଉତ): ଭକ୍ତ ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତିଭରା କଣ୍ଠରୁ ଝରି ପଡ଼ିଥିଲା ‘ଜଗବନ୍ଧୁ ହେ ଗୋସାଇଁ, ମୋ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଏହି ପଦିଏ ଭାବ ଭକ୍ତିଭରା ଗୀତରେ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ଓଡ଼ିଶା ଇତିହାସରୁ ଜଣାପଡ଼େ। ଯାଜପୁର ଜିଲ୍ଲା କୋରେଇ ଫାଜଲପୁରର ବାସିନ୍ଦା ମହମ୍ମଦ ନସିମୁଲ ଗନି। ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ।

ଗନିଙ୍କ ଲେଖନୀ ନିସୃତ ମଧୁର କଣ୍ଠରୁ ଝରିପଡ଼େ ଶ୍ରୀଜଗନ୍ନାଥଙ୍କ ‘କେବେ ତୋ କଳା ଶ୍ରୀମୁଖ ନୟନେ ଦେଖିବି ମୋ ମନ ମନ୍ଦିରରେ ତୋ ମୂରତି ଆଙ୍କିବି’, ‘ଟେକିଧର ତାଙ୍କ ବାନା, ଟାଣି ନିଏ ମନ କାଳିଆ ସୁନା’, ‘ଚକା ନୟନ ତୋ କଳା ବଦନ ଚକିତ ହୋଇଲି କରି ଦର୍ଶନ’, ‘ବଡ଼ ଦେଉଳିଆ ତୁମେ ବଡ଼ ଠାକୁର’ ଆଦି ଭଜନ ଜଣାଣ। ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରେମଭାବାପନ୍ନ, ଭକ୍ତି ନିବେଦନ, ଚିନ୍ତାଧାରା, ଭଜନ, ଜଣାଣ ଆଦି ରଚନା ଓ ଗାନ କରି କୋରେଇର ସାଲବେଗ ଭାବେ ସେ ପରିଚିତ। ଏହାବ୍ୟତୀତ ସେ ଜଣେ ସାରସ୍ୱତ ସାଧକ ମଧ୍ୟ ଅଟନ୍ତି।ଗନିଙ୍କ ବୟସ ୬୧ ବର୍ଷ। ପରିବାର କହିଲେ ସ୍ତ୍ରୀ ସହିତ ୩ ପୁଅ ଓ ୨ଝିଅ। ପରିବାରର ଅଭାବ ଅନଟନ ଯୋଗୁଁ ସେତେ ପାଠପଢ଼ି ନାହାଁନ୍ତି। ମୁସଲମାନ ହେଲେ ମଧ୍ୟ ବହୁ ସଂସ୍କୃତିର ମିଳନସ୍ଥଳ କୋରେଇରେ ଜନ୍ମ ହୋଇଥିବାରୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ତାଙ୍କର ବହୁ ଆକର୍ଷଣ ରହିଛି। ଏହା ସତ୍ତ୍ବେ ନିଜ ଧର୍ମକୁ ଅବହେଳା ନ କରି ପ୍ରତ୍ୟହ ବିଧି ଅନୁଯାୟୀ ନମାଜ ପାଠ କରନ୍ତି। ଅଭାବ ଅନଟନରେ ଥିଲେ ମଧ୍ୟ ସେ ନିଜର ସାରସ୍ୱତ ଚିନ୍ତାଧାରାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ୧୯୮୨ରେ କୋରେଇ ହାଇସ୍କୁଲରେ ପଢ଼ୁଥିବା ସମୟରେ ସେ ପ୍ରଥମ ଭଜନ ଲେଖିଥିଲେ। ସେହିଦିନଠାରୁ ଆଉ ପଛକୁ ଫେରି ଚାହିଁନାହାଁନ୍ତି ବୋଲି ଗନି କହନ୍ତି। ଏବେ ସୁଦ୍ଧା ସେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭଜନ, ଜଣାଣ ଓ ଆଧୁନିକ କବିତା ଲେଖିଥିବା କହନ୍ତି। ଏଥିମଧ୍ୟରୁ ଚଉତିଶା ଭଜନ ମାଳା, ନବାକ୍ଷରୀ ଭାଗବତ, ଲକ୍ଷ୍ମୀନାରାୟଣ ପାଲା ଓ ଆଜିକା ଟୋକା ପ୍ରକାଶିତ ହୋଇଛି। ଅନ୍ୟଗୁଡିକ ଅର୍ଥାଭାବରୁ ପ୍ରକାଶିତ ହୋଇପାରି ନ ଥିବା ଦୁଃଖର ସହ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର