ନିଜ ଖର୍ଚ୍ଚରେ ଗର୍ଭବତୀ କଏଦୀଙ୍କୁ ଜାମିନ୍‍ କରାଇଲେ ଜେଲର୍‍

The Sakala Picture
Published On

ଭୁବନେଶ୍ୱର : ମାନବିକତା ଦେଖାଇଲେ ଝାରପଡ଼ା ଜେଲର୍‍। ମହିଳା ହୋଇ ସେ ଆଉ ଜଣେ ମହିଳା କଏଦୀଙ୍କ ଯନ୍ତ୍ରଣାକୁ ଅନୁଭବ କରି ତାଙ୍କୁ ସହଯୋଗ କରିଛନ୍ତି ମହିଳା ଜେଲ୍‍ର ସନ୍ତୋଷିନୀ ଦାସ। ଯାହାକି ରାଜ୍ୟର ଅନ୍ୟ ଜେଲ୍‍ରଙ୍କ ପାଇଁ ଉଦାହରଣ ସାଜିଛି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କଏଦୀ ବାସନ୍ତୀ ସାହୁଙ୍କୁ ନିଜ ହାତରୁ ଅର୍ଥ ଖର୍ଚ୍ଚକରି ଜାମିନ୍‍ କରାଯାଇଛି। ମହିଳା କଏଦୀ ଜଣଙ୍କ ଗରିବ ଶ୍ରେଣୀର ହୋଇଥିବାରୁ ସେ ଓକିଲ କରିପାରୁ ନ ଥିଲେ। […]

ଭୁବନେଶ୍ୱର : ମାନବିକତା ଦେଖାଇଲେ ଝାରପଡ଼ା ଜେଲର୍‍। ମହିଳା ହୋଇ ସେ ଆଉ ଜଣେ ମହିଳା କଏଦୀଙ୍କ ଯନ୍ତ୍ରଣାକୁ ଅନୁଭବ କରି ତାଙ୍କୁ ସହଯୋଗ କରିଛନ୍ତି ମହିଳା ଜେଲ୍‍ର ସନ୍ତୋଷିନୀ ଦାସ। ଯାହାକି ରାଜ୍ୟର ଅନ୍ୟ ଜେଲ୍‍ରଙ୍କ ପାଇଁ ଉଦାହରଣ ସାଜିଛି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା କଏଦୀ ବାସନ୍ତୀ ସାହୁଙ୍କୁ ନିଜ ହାତରୁ ଅର୍ଥ ଖର୍ଚ୍ଚକରି ଜାମିନ୍‍ କରାଯାଇଛି। ମହିଳା କଏଦୀ ଜଣଙ୍କ ଗରିବ ଶ୍ରେଣୀର ହୋଇଥିବାରୁ ସେ ଓକିଲ କରିପାରୁ ନ ଥିଲେ। ଏପଟେ ସେ ପ୍ରତିଦିନ ଜେଲ୍‍ରେ ଗର୍ଭ ଯନ୍ତ୍ରଣା ବଢ଼଼ିବାରେ ଲାଗିଥିଲା। ରାତି ହେଲେ ବାସନ୍ତୀଙ୍କର ଯନ୍ତ୍ରଣା ଦୁଇଗୁଣିତ ହୋଇଯାଉଥିଲା। ଜେଲ୍‍ର ତାଙ୍କର ପାଟିଶୁଣି ମହିଳା ୱାଡ୍‍ର୍କୁୁ ଯିବା ପରେ ମହିଳାଙ୍କ ଯନ୍ତ୍ରଣା ଦେଖି ସହ୍ୟ କରିପାରି ନ ଥିଲେ। ଶେଷରେ ତାଙ୍କ ଠାରୁ ପଚାରି ବୁଝିବା ପରେ ନିଜ ହାତରୁ ୪ହଜାର ଅର୍ଥ ଦେଇ ଏକ ଓକିଲ୍‍ କରିଥିଲେ। ଉକ୍ତ ଓକିଲ ତାଙ୍କ ମାମଲା ପରିଚାଳନା କରି ତାଙ୍କୁ ଜାମିନ କରାଯାଇଥିଲେ।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ଜାମିନ ପାଇବା ପରେ ମହିଳା ଜଣଙ୍କ ଜେଲର୍‍ଙ୍କୁ ଧନ୍ୟବାଦ ଜଣାଇଥିଲେ। ମହିଳା ଜଣଙ୍କ ଜେଲ୍‍ରୁ ମୁକୁଳିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିବା ଜଣାପଡ଼ିଛି। ବାସନ୍ତୀ ନୂଆପଲ୍ଲୀରେ ରହୁଥିବା ବେଳେ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ କରିବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‍ପାଟ୍‍ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ତାଙ୍କ ନାମରେ ଦଫା ୩୪୧,୨୯୪, ୩୪୨,୩୨୭, ୫୬୫,୩୯୪,୩୦୭, ୫୦୬ ଏବଂ ୩୪ ରେ ପୁଲିସ ତାଙ୍କୁ ଗିରଫ କରି ଗତ ମାର୍ଚ୍ଚ ୧୧ତାରିଖରେ ଝାରପଡ଼ା ଜେଲ୍‍କୁ ପଠାଇଥିଲା। ସେ ଜେଲ୍‍ରେ ୪ ମାସ ରହିଲେ ମଧ୍ୟ ଆର୍ଥିକ ଅଭାବ ଯୋଗୁ ତାଙ୍କ ସ୍ୱାମୀ କିମ୍ବା ଅନ୍ୟମାନେ ଜାମିନ୍‍ ପାଇ ଆବେଦନ କରି ନ ଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର