ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

Madhusudan Das Picture
Published On

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଣ୍ଡିଆ ପଞ୍ଚାୟତର ଜେନା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଚିକେନ୍ ଦୋକାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ସହ ତାଙ୍କ ପୁଅକୁ ମଧ୍ୟ ଆକ୍ରମଣ କରି ଗୁରୁତର ଆହତ କରାଯାଇଛି। ମୃତକ ଜଣକ ହେଲେ ଲକ୍ଷ୍ମୀଧର ଜେନା ଏବଂ ଆହତ ପୁଅ ହେଉଛନ୍ତି ପର୍ଶୁରାମ ଜେନା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜେନା ସାହିରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା। ପୂର୍ବ ବିବାଦକୁ ନେଇ କିଛି ଦୁର୍ବୃତ୍ତ ହଠାତ୍ କାଚ ବୋତଲ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ରରେ ଲକ୍ଷ୍ମୀଧର ଓ ତାଙ୍କ ପୁଅ ପର୍ଶୁରାମଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିବା ବେଳେ ପର୍ଶୁରାମ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

ପର୍ଶୁରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ନିମନ୍ତେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକଙ୍କ ସହ ଲକ୍ଷ୍ମୀଧରଙ୍କର ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା, ଯାହାର ପରିଣାମ ସ୍ୱରୂପ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଛି ଏବଂ ଆଗକୁ ଏହି ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର