ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

Madhusudan Das Picture
Published On

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଣ୍ଡିଆ ପଞ୍ଚାୟତର ଜେନା ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଚିକେନ୍ ଦୋକାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ସହ ତାଙ୍କ ପୁଅକୁ ମଧ୍ୟ ଆକ୍ରମଣ କରି ଗୁରୁତର ଆହତ କରାଯାଇଛି। ମୃତକ ଜଣକ ହେଲେ ଲକ୍ଷ୍ମୀଧର ଜେନା ଏବଂ ଆହତ ପୁଅ ହେଉଛନ୍ତି ପର୍ଶୁରାମ ଜେନା।

ଆହୁରି ପଢ଼ନ୍ତୁ: ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଜେନା ସାହିରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା। ପୂର୍ବ ବିବାଦକୁ ନେଇ କିଛି ଦୁର୍ବୃତ୍ତ ହଠାତ୍ କାଚ ବୋତଲ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ରରେ ଲକ୍ଷ୍ମୀଧର ଓ ତାଙ୍କ ପୁଅ ପର୍ଶୁରାମଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିବା ବେଳେ ପର୍ଶୁରାମ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା: ଜାଣନ୍ତୁ କେଉଁ ରୁଟ୍ ବନ୍ଦ ଓ କେଉଁଠି ହେବ ଡାଇଭର୍ସନ୍...

ପର୍ଶୁରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ନିମନ୍ତେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକଙ୍କ ସହ ଲକ୍ଷ୍ମୀଧରଙ୍କର ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା, ଯାହାର ପରିଣାମ ସ୍ୱରୂପ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କଲା ଆନ୍ଧ୍ର, ନିଦା ବିଷ୍ଣୁ ସାଜିଛନ୍ତି ଓଡିଶା ସରକାର

ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଛି ଏବଂ ଆଗକୁ ଏହି ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର