ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଫେରୁଛି ଫୁଲବାଣୀ

The Sakala Picture
Published On

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀ ଯାଉଥିବା ଜଣାପଡ଼ିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଜଗା ବଳିଆଙ୍କର ଯୋଡ଼ାମୁଣ୍ଡରେ ଅପରେସନ କରାଯାଇ ପୃଥକ କରାଯାଇଥିଲା । ସେଠାରେ ଦୀର୍ଘଦିନର ରହଣି ପରେ ୨ ଭାଇଙ୍କୁ କଟକ ଏସ୍‌ସିବିକୁ ଅଣାଯାଇ ଚିକିତ୍ସା କରାଯାଉଥିଲା । ଏସ୍‌ସିବିରେ ବର୍ଷେ ୭ମାସ ରହିବା ପରେ ଜଗା ଆଜି ଫୁଲବାଣୀ ଫେରିଛି। ତାସହିତ ୨ଟି ମେଡିକାଲ ଟିମ୍‌ ମଧ୍ୟ ଯାଇଛନ୍ତି। କିଛିମାସ ତଳେ ବଳିଆର ମୃତ୍ୟୁ ଘଟିଥିଲା । […]

ଫୁଲବାଣୀ: ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ଫୁଲବାଣୀ ଯାଉଥିବା ଜଣାପଡ଼ିଛି। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଜଗା ବଳିଆଙ୍କର ଯୋଡ଼ାମୁଣ୍ଡରେ ଅପରେସନ କରାଯାଇ ପୃଥକ କରାଯାଇଥିଲା । ସେଠାରେ ଦୀର୍ଘଦିନର ରହଣି ପରେ ୨ ଭାଇଙ୍କୁ କଟକ ଏସ୍‌ସିବିକୁ ଅଣାଯାଇ ଚିକିତ୍ସା କରାଯାଉଥିଲା । ଏସ୍‌ସିବିରେ ବର୍ଷେ ୭ମାସ ରହିବା ପରେ ଜଗା ଆଜି ଫୁଲବାଣୀ ଫେରିଛି। ତାସହିତ ୨ଟି ମେଡିକାଲ ଟିମ୍‌ ମଧ୍ୟ ଯାଇଛନ୍ତି। କିଛିମାସ ତଳେ ବଳିଆର ମୃତ୍ୟୁ ଘଟିଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ

ଏ ଦିଗରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସ୍ଥାନୀୟ ଜିଲ୍ଲା ମେଡିକାଲରେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ନୂତନ ମାତୃ ଶିଶୁ ସ୍ୱାସ୍ଥ୍ୟ ୟୁନିଟ୍‍(ଏମସିଏଚ୍‍) ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାବିନ୍‍ ବ୍ୟବସ୍ଥା କରାଯାଉଛି ଜଗାକୁ ରଖିବା ପାଇଁ।  ତେବେ ଗତ ବର୍ଷ ଯୋଡା ମୁଣ୍ଡ ଶିଶୁ ଜଗାର ଭାଇ ବଳିଆର ମୃତ୍ୟୁ ହୋଇଥିଲା। ଦିର୍ଘ ଚାରି ବର୍ଷରୁ ଅଧିକ ସମୟ ଧରି ଚିକିତ୍ସିତ ହେବା ପରେ ତାର ମୃୁତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

ଏଠାରେ ସୂଚନା ଯୋଗ୍ୟ ଯେ, ଫିରିଙ୍ଗିଆ ମିଲୁପଡାର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଏକ ସବୁଠାରୁ ବିରଳ ତଥା ସଫଳ ଅସ୍ତ୍ରୋପଚାର ବଳରେ ଦିଲ୍ଲୀ ଏମ୍ସରେ ଅଲଗା କରାଯାଇଥିଲା। ସାରା ବିଶ୍ୱରେ ବିରଳ ଏହି ଅସ୍ତ୍ରୋପଚାର ଡା. ଅଶୋକ ମହାପାତ୍ରଙ୍କ ସଫଳ ନେତୃତ୍ୱରେ ଏକ ଚାଳିଶ ଜଣିଆ ଟିମ୍‍ କରିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦ୍ୱୟର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଘୋଷଣା କରିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ଏକ କୋଟି ଟଙ୍କା ସିଏମଆରଏଫରୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଡା.ବୃନ୍ଦା ଡି ଏ ନେଇ ଜିଲ୍ଲାସ୍ତରରେ ସମସ୍ତ ବ୍ୟବସ୍ଥା କରିବା ସହିତ ପ୍ରଥମେ କଟକ ଏସସିବି ଏବଂ ପରେ ଦିଲ୍ଲୀ ଏମସ ସ୍ତାନାନ୍ତର କରାଇଥିଲେ। ଏପରିକି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଗୋଟିଏ ଦିନର ଦରମା ଶିଶୁ ଦ୍ୱୟଙ୍କ ଚିକିତ୍ସା ପାଇଁ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: କାଲିମେଳା ପୋଲିସକୁ ବଡ଼ ସଫଳତା: ଚଢ଼ାଉବେଳେ ଜଙ୍ଗଲରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର