ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’

The Sakala Picture
Published On

ଭୁବନେଶ୍ୱର: ଚଳିତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେଉଥିବା ଏହି ଯୋଜନା ହିଁ ବସ୍ତିରେ ବିଜେଡିକୁ ଆହୁରି ମଜ୍‍ଭୁତ କରାଇବ। ଦଳର ଛାମୁଆ ଓ ପୂର୍ବତନ କର୍ପୋରେଟରମାନେ ମଧ୍ୟ ଜାଗା ମିଶନ ନାଁରେ ନିଜ ଦଳ ପାଇଁ ସମର୍ଥନ ଯୋଗାଡ଼ ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ନର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଯାଇଥିବା ବେଳେ ଏହି ଯୋଜନା ଭୋଟ୍‍ ଯୋଗାଡ଼ର ପ୍ରମୁଖ […]

ଭୁବନେଶ୍ୱର: ଚଳିତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେଉଥିବା ଏହି ଯୋଜନା ହିଁ ବସ୍ତିରେ ବିଜେଡିକୁ ଆହୁରି ମଜ୍‍ଭୁତ କରାଇବ। ଦଳର ଛାମୁଆ ଓ ପୂର୍ବତନ କର୍ପୋରେଟରମାନେ ମଧ୍ୟ ଜାଗା ମିଶନ ନାଁରେ ନିଜ ଦଳ ପାଇଁ ସମର୍ଥନ ଯୋଗାଡ଼ ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ନର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଯାଇଥିବା ବେଳେ ଏହି ଯୋଜନା ଭୋଟ୍‍ ଯୋଗାଡ଼ର ପ୍ରମୁଖ ମାଧ୍ୟମ ସାଜିିଛି। ଦିନ କେଇଟା ପରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏଥିପାଇଁ ନିଜନିଜ ସ୍ଥରରେ ଆଶାୟୀ ପ୍ରାର୍ଥୀ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଟିକଟ ସ୍ଥାୟୀ ହୋଇସାରିଥିବା ପ୍ରାର୍ଥୀମାନେ ଅଘୋଷିତ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

କେଉଁ ବସ୍ତିଗୁଡ଼ିକରେ ଅସନ୍ତୋଷ ରହିଛି ଓ ନିଜ ପାଇଁ ଅଡୁଆ ହେବ ତାହାର ତାଲିକା ପ୍ରସ୍ତୁତ କରି ନେତା ଏବେ ବସ୍ତି ମୁହାଁ ହୋଇଛନ୍ତି। ପୂର୍ବରୁ ନେତାମାନେ ବସ୍ତିମୁହାଁ ହେଲେ ଗୋଟିଏ ସମସ୍ୟାର ସେମାନଙ୍କ ପାଖେ ଉତ୍ତର ରହୁ ନ ଥିଲା। ବସ୍ତି ଉଚ୍ଛେଦ ସମ୍ପର୍କରେ ଅଭିଯୋଗ କରି ବସ୍ତିବାସିନ୍ଦାମାନେ କର୍ପୋରେଟରଙ୍କୁ ଘେରୁଥିଲେ। ବସ୍ତିବାସିନ୍ଦାମାନେ ଉଚ୍ଛେଦ ଟିମ୍‍ ଦ୍ୱାରା ଭୋଗୁଥିବା ସମସ୍ୟା ସମ୍ପର୍କରେ ଲମ୍ବା ତାଲିକା ରଖି ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ମାତ୍ର ବର୍ତ୍ତମାନ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ପର୍କରେ ସେମାନଙ୍କ କହିବା ସହିତ ଜାଗା ମିଶନରେ ସେମାନଙ୍କୁ ପଟ୍ଟା ଦିଆଯିବା କଥା କୁହାଯାଉଛି। ଗତ କିଛିଦିନ ତଳେ ରାଜ୍ୟ ସରକାର ବିଏମ୍‍ସି ପାଇଁ ଘୋଷଣା କରିଥିବା ଏହି ଯୋଜନାରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳିବା ପରେ ସେମାନେ ନିଜନିଜ ସ୍ଥାନରେ ସରକାରୀ ଯୋଜନାରେ ପକ୍କା ଘର ମଧ୍ୟ ପାଇବେ। ଏହା ଦ୍ୱାରା ସେମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି କହୁଛନ୍ତି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ରାଜଧାନୀରେ ବର୍ତ୍ତମାନ ୪୫୮ ଟି ବସ୍ତି ରହିଛି। ଜାଗା ମିଶନରେ ବର୍ତ୍ତମାନ ୪୩୬ଟି ବସ୍ତି ସାମିଲ୍‍ ହୋଇସାରିଥିବେ ଏହି ମିଶନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ୧୫୦ ଟିରୁ ଊର୍ଦ୍ଧ୍ବ ବସ୍ତିରେ ଏହି କାର୍ଯ୍ୟ ସମାପ୍ତ ହୋଇ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ବାକିଗୁଡ଼ିକରେ କାମ ଜାରି ରହିଛି। ପୂର୍ବରୁ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଏହି ଯୋଜନା ସମ୍ପର୍କରେ କୁହାଯାଉଥିଲା। କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହୁଥିଲେ। ରାଜଧାନୀର ଏହି ୪୫୮ଟି ବସ୍ତିରେ ୧ ଲକ୍ଷରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଫଳରେ ରାଜଧାନୀର ଅଧା ଭୋଟର ଏଠାରେ ରହୁଥିବାରୁ ବସ୍ତିବାସିନ୍ଦା ପ୍ରମୁଖ ଭୂମିକା ନେଇଥାନ୍ତି। ପୂର୍ବରୁ ଯଦିଓ ବିଜେଡିର ବସ୍ତିରେ ଦଖଲ ରହିଛି ଏହି ଯୋଜନା ଦଳକୁ ଆହୁରି ସଶକ୍ତ କରିବ ବୋଲି ଦଳ ଆଶା ରଖିଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ବିଏମସି ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଜାଗା ମିଶନ ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ରାଜଧାନୀର ବସ୍ତିଗୁଡ଼ିକୁ ଜାଗା ମିଶନରେ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ଏଥିରେ ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ଏହପରେ ସେମାନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏନେଇ କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇଥିବା ବେଳେ ଲୋକମାନଙ୍କର ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନା ହିଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‍ ଦେବ ବୋଲି ସେ କହିଛନ୍ତି।

07 Feb 2022 By The Sakala

ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’

ଭୁବନେଶ୍ୱର: ଚଳିତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ବରଦାନ ସାଜିବ ‘ଜାଗା ମିଶନ’। ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେଉଥିବା ଏହି ଯୋଜନା ହିଁ ବସ୍ତିରେ ବିଜେଡିକୁ ଆହୁରି ମଜ୍‍ଭୁତ କରାଇବ। ଦଳର ଛାମୁଆ ଓ ପୂର୍ବତନ କର୍ପୋରେଟରମାନେ ମଧ୍ୟ ଜାଗା ମିଶନ ନାଁରେ ନିଜ ଦଳ ପାଇଁ ସମର୍ଥନ ଯୋଗାଡ଼ ଆରମ୍ଭ କରି ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ନର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇଯାଇଥିବା ବେଳେ ଏହି ଯୋଜନା ଭୋଟ୍‍ ଯୋଗାଡ଼ର ପ୍ରମୁଖ ମାଧ୍ୟମ ସାଜିିଛି। ଦିନ କେଇଟା ପରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏଥିପାଇଁ ନିଜନିଜ ସ୍ଥରରେ ଆଶାୟୀ ପ୍ରାର୍ଥୀ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଟିକଟ ସ୍ଥାୟୀ ହୋଇସାରିଥିବା ପ୍ରାର୍ଥୀମାନେ ଅଘୋଷିତ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି।

କେଉଁ ବସ୍ତିଗୁଡ଼ିକରେ ଅସନ୍ତୋଷ ରହିଛି ଓ ନିଜ ପାଇଁ ଅଡୁଆ ହେବ ତାହାର ତାଲିକା ପ୍ରସ୍ତୁତ କରି ନେତା ଏବେ ବସ୍ତି ମୁହାଁ ହୋଇଛନ୍ତି। ପୂର୍ବରୁ ନେତାମାନେ ବସ୍ତିମୁହାଁ ହେଲେ ଗୋଟିଏ ସମସ୍ୟାର ସେମାନଙ୍କ ପାଖେ ଉତ୍ତର ରହୁ ନ ଥିଲା। ବସ୍ତି ଉଚ୍ଛେଦ ସମ୍ପର୍କରେ ଅଭିଯୋଗ କରି ବସ୍ତିବାସିନ୍ଦାମାନେ କର୍ପୋରେଟରଙ୍କୁ ଘେରୁଥିଲେ। ବସ୍ତିବାସିନ୍ଦାମାନେ ଉଚ୍ଛେଦ ଟିମ୍‍ ଦ୍ୱାରା ଭୋଗୁଥିବା ସମସ୍ୟା ସମ୍ପର୍କରେ ଲମ୍ବା ତାଲିକା ରଖି ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ମାତ୍ର ବର୍ତ୍ତମାନ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ପର୍କରେ ସେମାନଙ୍କ କହିବା ସହିତ ଜାଗା ମିଶନରେ ସେମାନଙ୍କୁ ପଟ୍ଟା ଦିଆଯିବା କଥା କୁହାଯାଉଛି। ଗତ କିଛିଦିନ ତଳେ ରାଜ୍ୟ ସରକାର ବିଏମ୍‍ସି ପାଇଁ ଘୋଷଣା କରିଥିବା ଏହି ଯୋଜନାରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ମିଳିବା ପରେ ସେମାନେ ନିଜନିଜ ସ୍ଥାନରେ ସରକାରୀ ଯୋଜନାରେ ପକ୍କା ଘର ମଧ୍ୟ ପାଇବେ। ଏହା ଦ୍ୱାରା ସେମାନଙ୍କର ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି କହୁଛନ୍ତି।

ରାଜଧାନୀରେ ବର୍ତ୍ତମାନ ୪୫୮ ଟି ବସ୍ତି ରହିଛି। ଜାଗା ମିଶନରେ ବର୍ତ୍ତମାନ ୪୩୬ଟି ବସ୍ତି ସାମିଲ୍‍ ହୋଇସାରିଥିବେ ଏହି ମିଶନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ୧୫୦ ଟିରୁ ଊର୍ଦ୍ଧ୍ବ ବସ୍ତିରେ ଏହି କାର୍ଯ୍ୟ ସମାପ୍ତ ହୋଇ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ବାକିଗୁଡ଼ିକରେ କାମ ଜାରି ରହିଛି। ପୂର୍ବରୁ ‘ଜାଗା ସମ୍ପର୍କ’ କାର୍ଯ୍ୟକ୍ରମରେ ବସ୍ତିବାସିନ୍ଦାଙ୍କୁ ଏହି ଯୋଜନା ସମ୍ପର୍କରେ କୁହାଯାଉଥିଲା। କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ଯୋଜନା ସମ୍ପର୍କରେ କହୁଥିଲେ। ରାଜଧାନୀର ଏହି ୪୫୮ଟି ବସ୍ତିରେ ୧ ଲକ୍ଷରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଫଳରେ ରାଜଧାନୀର ଅଧା ଭୋଟର ଏଠାରେ ରହୁଥିବାରୁ ବସ୍ତିବାସିନ୍ଦା ପ୍ରମୁଖ ଭୂମିକା ନେଇଥାନ୍ତି। ପୂର୍ବରୁ ଯଦିଓ ବିଜେଡିର ବସ୍ତିରେ ଦଖଲ ରହିଛି ଏହି ଯୋଜନା ଦଳକୁ ଆହୁରି ସଶକ୍ତ କରିବ ବୋଲି ଦଳ ଆଶା ରଖିଛି।

ବିଏମସି ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଜାଗା ମିଶନ ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ରାଜଧାନୀର ବସ୍ତିଗୁଡ଼ିକୁ ଜାଗା ମିଶନରେ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ଏଥିରେ ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ଏହପରେ ସେମାନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଏନେଇ କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇଥିବା ବେଳେ ଲୋକମାନଙ୍କର ଦୀର୍ଘଦିନର ସ୍ୱପ୍ନ ପୂରଣ ହେବ ବୋଲି ସେ କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ଜନହିତକର ଯୋଜନା ହିଁ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍‍ ଦେବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର