ଚାଇନାରୁ ଗଳାବାଟ ଦେଇ ଓଡ଼ିଶା ଆସୁଛି ବେଆଇନ ସିମ୍‌‌ ବକ୍ସ; ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରୁଛନ୍ତି ସାଇବର୍‌‌ ଠକ

The Sakala Picture
Published On

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଏକ ଭଡ଼ା ଘରୁ ପୁଲିସ ୭ଟି ସିମ୍‌‌ ବକ୍ସ ଜବତ କରିବା ପରେ ରାଜଧାନୀରେ ବେଆଇନ୍‌‌ ଭାବେ ସିମ୍‌‌ ବକ୍ସ ବ୍ୟବହାର ହେଉଥିବା ସ୍ପଷ୍ଟ ହୋଇଛି। ଏଭଳି ସିମ୍‌‌ ବ୍ୟବହାର କରି ଆତଙ୍କବାଦୀଙ୍କୁ ଗୁପ୍ତ ଖବର ଦେବା ଏବଂ ସାଇବର୍‌‌ ଠକଙ୍କୁ ସହଯୋଗ କରୁଛନ୍ତି। ଏହି ସିମ୍‌‌ ବକ୍ସ ବ୍ୟବହାର କରି ବହୁ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ସାଇବର୍‌‌ ଠକ ଠକେଇ କରୁଛନ୍ତି। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ […]

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଏକ ଭଡ଼ା ଘରୁ ପୁଲିସ ୭ଟି ସିମ୍‌‌ ବକ୍ସ ଜବତ କରିବା ପରେ ରାଜଧାନୀରେ ବେଆଇନ୍‌‌ ଭାବେ ସିମ୍‌‌ ବକ୍ସ ବ୍ୟବହାର ହେଉଥିବା ସ୍ପଷ୍ଟ ହୋଇଛି। ଏଭଳି ସିମ୍‌‌ ବ୍ୟବହାର କରି ଆତଙ୍କବାଦୀଙ୍କୁ ଗୁପ୍ତ ଖବର ଦେବା ଏବଂ ସାଇବର୍‌‌ ଠକଙ୍କୁ ସହଯୋଗ କରୁଛନ୍ତି। ଏହି ସିମ୍‌‌ ବକ୍ସ ବ୍ୟବହାର କରି ବହୁ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ସାଇବର୍‌‌ ଠକ ଠକେଇ କରୁଛନ୍ତି। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଏହି ସିମ୍‌‌ ବକ୍ସ ରାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ପଦାକୁ ଆସିଥିଲା। ଏହି ମାମଲାର କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ପରେ ଆଉ ଏକ ଦିଗ ପଦାକୁ ଆସିଥିଲା। ରାଜଧାନୀର ଏକାଧିକ କଲ୍‌‌ ସେଣ୍ଟର, ମାଟ୍ରିମୋନି ସାଇଟ୍‌‌ ଏବଂ ଲୋନ୍‌‌ଆପ୍‌‌ ସଂସ୍ଥାର ଅଧିକାରୀମାନେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ବ୍ୟବହାର କରୁଛନ୍ତି। ବିଶେଷକରି କଲ୍‌‌ ସେଣ୍ଟରରେ ବ୍ୟବହାର କରିବାର କାରଣ ହେଲା, ଏହା ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। ଏହି ସିମ୍‌‌ ବକ୍ସରେ ସାଢ଼େ ୩ ଶହ ସିମ୍‌‌ ପଡୁଥିବାରୁ ସାଇବର୍‌‌ ଠକେଇ ସହ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଲୋନ୍‌‌ ଆପ୍‌‌ ସେଣ୍ଟର୍‌‌ରେ ହେଉଛି ବ୍ୟବହାର
କେବଳ ମାଟ୍ରିମୋନି ସାଇଟ୍‌‌ ନୁହେଁ, ନିକଟରେ ଲୋନ୍‌‌ ଆପ ଠକମାନେ ଲୋକଙ୍କୁ ଲୋନ୍‌‌ ଦେଇ ବ୍ଲାକ୍‌‌ମେଲିଂ କରୁଛନ୍ତି। ସେମାନେ ମଧ୍ୟ ଏହି ସିମ୍‌‌ ବକ୍ସକୁ ବ୍ୟବହାର କରି ଏକାଧିକ ଲୋକଙ୍କୁ ଫୋନ୍‌‌ ଏବଂ ମେସେଜ୍‌‌ କରିପାରୁଛନ୍ତି। ଯଦି ପୁଲିସ ସିମ୍‌‌ବକ୍ସରେ ପଡ଼ିଥିବା ସିମ୍‌‌କୁ ଟ୍ରାକ୍‌‌ କରି ଧରିବାକୁ ଚେଷ୍ଟା କରନ୍ତି, ତେବେ ଧରିବା ସହଜ ହୋଇ ନ ଥାଏ। ଏହି ସିମ୍‌‌ଟି ଅନ୍ୟ ନାମରେ ଆସିଥିବା ବେଳେ ମୋବାଇଲ୍‌‌ ଭଲି ଏଥିରେ ଆଇଏମ୍‌‌ଆଇ ନମ୍ବର ଦେଖାଇ ନ ଥାଏ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚ ଏହା ଜାଣିପାରି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା କଲ୍‌‌ ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆଉ ଚଢ଼ଉ ହେଉ ନ ଥିବାରୁ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ଏକାଧିକ କଲ୍‌‌ ସେଣ୍ଟର ବ୍ୟବହାର କରୁଛନ୍ତି। ତେଣୁ ପୂର୍ବଭଳି ଚଢଉ କରିବା ପାଇଁ ଆଇଟି ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷ କରି ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, ଗୋପାଳପୁରରେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର କରାଯାଉଛି।

କଲ୍‌‌ ସେଣ୍ଟରରେ ହେଉଛି ବ୍ୟବହାର
ବିଶେଷ କରି ଏକାଧିକ କଲ୍‌‌ ସେଣ୍ଟରରେ ବ୍ୟବହାର ହେଉଛି। ବିବାହ ମାଟ୍ରିମୋନି ସାଇଟ୍‌‌ର କଲ୍‌‌ ସେଣ୍ଟକୁ ଏକାଧିକ ଫୋନ୍‌‌ କଲ୍‌‌ ଦେଶ ଏବଂ ରାଜ୍ୟ ବାହାରୁ ଆସୁଛି। ସେମାନେ ଏହି ସିମ୍‌‌ ବକ୍ସ ମାଧ୍ୟମରେ ଅନ୍ତର୍ଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି ଠକୁଛନ୍ତି। ଯେଉଁଥି ପାଇଁ କୋଟି କୋଟି ଟଙ୍କା ସେମାନେ ଠକେଇ କରୁଛନ୍ତି।

ଟେଲିକମ୍ପାନୀର କର୍ମଚାରୀଙ୍କ ଭିତିରି ହାତ
ଏହି ସିମ୍‌‌ ବକ୍ସ ବ୍ୟବହାର କରୁଥିବା ଠକମାନଙ୍କୁ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ସହଯୋଗ କରୁଛନ୍ତି। ସେମାନେ ଅର୍ଥ ଲୋଭରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଯୋଗାଉଛନ୍ତି। ଫଳରେ ସିମ୍‌‌ଟି ଏକାଧିକ ବ୍ୟକ୍ତିଙ୍କର ଜାଲ୍‌‌ ଦସ୍ତାବିଜ୍‌‌ ଦିଆଯାଇ କିଣାଯାଉଛି। କିଛି ଅର୍ଥ ଲୋଭରେ ଏହି ପ୍ରିଆକ୍ଟିଭ୍‌‌ ସିମ୍‌‌କୁ କମ୍ପାନୀର କେତେକ କର୍ମଚାରୀ ବିକ୍ରି କରୁଛନ୍ତି। ଫଳରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସାଇବର୍‌‌ ଠକ ଅନ୍ୟକୁ କେୱାଇସି ଅପଡେଟ୍‌‌ ଏବଂ ଅନ୍ୟାନ୍ୟ ଲୋଭନୀୟ ମେସେଜ୍‌‌ ପଠାଇ ଆକାଉଣ୍ଟ ଖାଲିକରି ଦେଉଛନ୍ତି। ତେଣୁ ପୁଲିସ ବିଭିନ୍ନ ଟେଲିକମ୍‌‌ ସଂସ୍ଥାକୁ ନୋଟିସ୍‌‌ କରି ଏନେଇ କଡ଼ା ପଦେକ୍ଷପ ନେବାକୁ କୁଆଯାଇଛି। ଯେଉଁମାନେ ଏଭଳି ପ୍ରି-ଆକ୍ଟିଭି୍‌‌ ସିମ୍‌‌ ବକ୍ରି କରୁଛନ୍ତି ତାଙ୍କୁ ଚାକିରିରୁ ବିଦା କରିବା ସହ ଥାନାରେ ମାମଲା ଦେବାକୁ କୁହାଯାଇଛି।

ମାଓବାଦୀ ସିମ୍‌‌ ବକ୍ସ ମାଧ୍ୟମରେ କରୁଛନ୍ତି କଥାବାର୍ତ୍ତା
୨୦୧୬ରେ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମ୍‌‌ବକ୍ସ ଠାବ କରିଥିଲା ଗୋପାଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସମ୍‌‌ବକ୍ସକୁ ବ୍ୟବହାର କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ୍‌‌ କଲ୍‌‌ ଆସୁଥିବା କାରଣରୁ ପୁଲିସ ଅପରାଧୀ ପାଖରେ ପହଞ୍ଚି ପାରୁନି। କେବଳ ଏତିକି ନୁହେଁ ଆତଙ୍କବାଦୀମାନେ ଏବଂ ମାଓ ସଂଗଠନ ନେତାମାନେ ରାଜ୍ୟରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ସିମ୍‌‌-ବକ୍ସ ମାଧ୍ୟମରେ କଥା ହେଉଛନ୍ତି। ଯାହାକୁ ପୁଲିସ ସହଜରେ ଜାଣିପାରୁନି।

17 Aug 2024 By The Sakala

https://www.thesakala.in/latest-odisha-news/illegal-sim-boxes-are-used-in-cyber-fraud-in-bhubaneswar/article-34475
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର