ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଥାନା ଭିତରେ ଯୁବକଙ୍କୁ ନିର୍ଧୁମ ମାଡ଼; ଅଭିଯୋଗ ପରେ ବଦଳିଲେ ଥାନାଧିକାରୀ

The Sakala Picture
Published On

ବ୍ରହ୍ମପୁର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରୁ ଜଣେ ଯୁବକଙ୍କୁ ଉଠାଇ ଆଣି ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋପାଳପୁର ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ଅଭିଯୋଗରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‍ ଶୁକ୍ରବାର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବଦଳି କରିଛନ୍ତି। ତାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (ଡିପିଓ)କୁ ବଦଳି କରାଯାଇଛି। ସେହିପରି ଗୋପାଳପୁର ଥାନାର ନୂତନ ଆଇଆଇସି ଭାବେ ମେରାଇନ୍‍ ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସଙ୍କୁ ଅବସ୍ଥାପିତ କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ […]

ବ୍ରହ୍ମପୁର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରୁ ଜଣେ ଯୁବକଙ୍କୁ ଉଠାଇ ଆଣି ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋପାଳପୁର ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ଅଭିଯୋଗରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‍ ଶୁକ୍ରବାର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବଦଳି କରିଛନ୍ତି। ତାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (ଡିପିଓ)କୁ ବଦଳି କରାଯାଇଛି। ସେହିପରି ଗୋପାଳପୁର ଥାନାର ନୂତନ ଆଇଆଇସି ଭାବେ ମେରାଇନ୍‍ ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସଙ୍କୁ ଅବସ୍ଥାପିତ କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସୂଚନା ଅନୁଯାୟୀ, ଟଙ୍କା ଦେଣନେଣକୁ ନେଇ ସ୍ଥାନୀୟ ଆମ୍ବପୁଆରେ ରହୁଥିବା ରାଇକିଆର ସ୍ମୃତିରେଖା ସାହୁ ସେହି ଅଞ୍ଚଳରେ ଡ୍ରେସ୍‍ ଦୋକାନ କରିଥିବା ସୁମନ କୁମାର ସାହୁଙ୍କ ବିରୋଧରେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ତୁରନ୍ତ ମାମଲା ରୁଜୁ କରି ସୁମନଙ୍କୁ ଉଠାଇ ଆଣି ଏଠାରେ ନିର୍ଧୁମ୍‍ ମାଡ଼ ମାରି ଛାଡ଼ିଦେଇଥିଲେ। ପୁଲିସ ମାଡ଼ରେ ସୁମନ ଗୁରୁତର ଆହତ ହୋଇଛନ୍ତି। ସୁମନ ଓ ତାଙ୍କ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସୁମନଙ୍କ ସୁଭଦ୍ରା ରାଇକିଆ ଥାନାରେ ଗୋପାଳପୁର ଥାନା ଅଧିକାରୀ ଖମାରୀ ଓ ସ୍ମୃତିରେଖାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ୪ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଥିବା ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

03 Dec 2022 By The Sakala

ଥାନା ଭିତରେ ଯୁବକଙ୍କୁ ନିର୍ଧୁମ ମାଡ଼; ଅଭିଯୋଗ ପରେ ବଦଳିଲେ ଥାନାଧିକାରୀ

ବ୍ରହ୍ମପୁର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆରୁ ଜଣେ ଯୁବକଙ୍କୁ ଉଠାଇ ଆଣି ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋପାଳପୁର ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିବା ଅଭିଯୋଗରେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍‍ ଶୁକ୍ରବାର ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ବଦଳି କରିଛନ୍ତି। ତାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (ଡିପିଓ)କୁ ବଦଳି କରାଯାଇଛି। ସେହିପରି ଗୋପାଳପୁର ଥାନାର ନୂତନ ଆଇଆଇସି ଭାବେ ମେରାଇନ୍‍ ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସଙ୍କୁ ଅବସ୍ଥାପିତ କରାଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ରହିଛି।

ସୂଚନା ଅନୁଯାୟୀ, ଟଙ୍କା ଦେଣନେଣକୁ ନେଇ ସ୍ଥାନୀୟ ଆମ୍ବପୁଆରେ ରହୁଥିବା ରାଇକିଆର ସ୍ମୃତିରେଖା ସାହୁ ସେହି ଅଞ୍ଚଳରେ ଡ୍ରେସ୍‍ ଦୋକାନ କରିଥିବା ସୁମନ କୁମାର ସାହୁଙ୍କ ବିରୋଧରେ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ତୁରନ୍ତ ମାମଲା ରୁଜୁ କରି ସୁମନଙ୍କୁ ଉଠାଇ ଆଣି ଏଠାରେ ନିର୍ଧୁମ୍‍ ମାଡ଼ ମାରି ଛାଡ଼ିଦେଇଥିଲେ। ପୁଲିସ ମାଡ଼ରେ ସୁମନ ଗୁରୁତର ଆହତ ହୋଇଛନ୍ତି। ସୁମନ ଓ ତାଙ୍କ ପତ୍ନୀ ସୁଭଦ୍ରା କୁମାରୀ ଚନ୍ଦନ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସୁମନଙ୍କ ସୁଭଦ୍ରା ରାଇକିଆ ଥାନାରେ ଗୋପାଳପୁର ଥାନା ଅଧିକାରୀ ଖମାରୀ ଓ ସ୍ମୃତିରେଖାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ୪ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଥିବା ଏସପି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର